Advertisment

ମ୍ୟାକ୍‌ବୁକ୍‌ ଠାରୁ ଆଇଫୋନ୍‌, ଆପଲ୍‌ର କିଛି ବି ଡିଭାଇସ୍‌ ବ୍ୟବହାର କରୁଥିଲେ ସାବଧାନ୍ !

୧.୧.୧ ପୂର୍ବରୁ ଆପଲ ଭିଜନ୍‌ ଓଏସ୍‌, ୧୭.୪.୧ ପୂର୍ବରୁ ଆପଲ ଆଇଓଏସ୍‌ ଓ ଆଇପ୍ୟାଡ୍‌ ଓଏସ୍‌ ଭର୍ସନ୍‌ ଏବଂ ୧୬.୭.୭ ପୂର୍ବରୁ ଆପଲ ଆଇଓଏସ୍‌ ଓ ଆଇପ୍ୟାଡ୍‌ ଓଏସ୍‌ ଭର୍ସନ୍‌ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Centre Issues High Risk Warning For iPhone Users

Apple Users

Advertisment

ଆପଲ ୟୁଜରଙ୍କୁ ସତର୍କବାଣୀ । କେନ୍ଦ୍ର ସରକାରଙ୍କ କମ୍ପ୍ୟୁଟର ଇମରଜିନ୍ସି ରେସ୍‌ପନ୍ସ ଟିମ୍‌ ପକ୍ଷରୁ ଆପଲ ୟୁଜରଙ୍କ ପାଇଁ ‘ହାଇ ରିସ୍କ’ ୱାର୍ଣ୍ଣିଂ ଜାରି କରାଯାଇଛି । ଯେଉଁମାନେ ଆପଲର ଆଇଫୋନ୍‌, ମ୍ୟାକ୍‌ବୁକ୍‌, ଆଇପଡ୍‌ ଏବଂ ଭିଜନ୍‌ ପ୍ରୋ ହେଡ୍‌ସେଟ୍‌ ବ୍ୟବହାର କରୁଛନ୍ତି , ସେମାନଙ୍କ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଡିଭାଇସ୍‌ରେ କୌଣସି ପ୍ରକାର ଗମ୍ଭୀର ସମସ୍ୟା ରହିଥିବା କୁହାଯାଇଛି । ଯାହାଦ୍ୱାରା ଏହାକୁ ରିମୋଟ ଦ୍ୱାରା ବାହାରୁ ଅନ୍ୟ ଜଣେ କଣ୍ଟ୍ରୋଲ କରିପାରିବ ବୋଲି ଆଶଙ୍କା କରାଯାଇଛି । ତେଣୁ ତୁରନ୍ତ ଯେଉଁ ସବୁ ୟୁଜର ରହିଛନ୍ତି ସେମାନେ ସତର୍କ ହୁଅନ୍ତୁ ।

Advertisment

ଏହି ତ୍ରୁଟି ଫଳରେ ଆପଲ୍‌ ଡିଭାଇସ୍‌ରେ ଥିବା ସଫ୍ଟ ଓୟାର ଓ ହାର୍ଡଓୟାର ପ୍ରଭାବିତ ହେବାର ଆଶଙ୍କା ରହିଛି । ୧୭.୪.୧ ପୂର୍ବରୁ ଥିବା ଆପଲ ସଫାରୀ, ୧୩.୬.୬ ପୂର୍ବରୁ ଥିବା ଆଲ ମାକ୍ ଓଏସ୍‌, ୧୪.୪.୧ ପୂର୍ବରୁ ଥିବା ଆପଲ ମାକ୍‌ ଓଏସ୍‌ ସୋନମା ଭର୍ସନ୍‌ରେ ଏହି ତ୍ରୁଟି ରହିଛି । ଏହାସହ ୧.୧.୧ ପୂର୍ବରୁ ଆପଲ ଭିଜନ୍‌ ଓଏସ୍‌, ୧୭.୪.୧ ପୂର୍ବରୁ ଆପଲ ଆଇଓଏସ୍‌ ଓ ଆଇପ୍ୟାଡ୍‌ ଓଏସ୍‌ ଭର୍ସନ୍‌ ଏବଂ ୧୬.୭.୭ ପୂର୍ବରୁ ଆପଲ ଆଇଓଏସ୍‌ ଓ ଆଇପ୍ୟାଡ୍‌ ଓଏସ୍‌ ଭର୍ସନ୍‌ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏହି ତ୍ରୁଟିରେ ଏମିତି କିଛି ରହିଛି, ଯାହାଦ୍ୱାରା ବାହାରୁ ଏହାକୁ ରିମୋଟ ଦ୍ୱାରା କଣ୍ଟ୍ରୋଲ କରିବା ସମ୍ଭବ ହୋଇପାରେ । ଅର୍ଥାତ ବାହାରୁ ଜଣେ ହ୍ୟାକର ଚାହିଁଲେ ଆପଣଙ୍କ ଡିଭାଇସ୍‌କୁ କଣ୍ଟ୍ରୋଲ କରିପାରିବ । ଆଉ ସେଥିରେ ଥିବା ଆପଣଙ୍କ ତଥ୍ୟ ସବୁ ଦେଖିପାରିବ । ସେଥିରେ ଯେଉଁ ତ୍ରୁଟି ରହିଛି, ସେହି ତ୍ରୁଟି ଫଳରେ ହ୍ୟାକର ଅତି ସହଜରେ ଡିଭାଇସ୍‌ ଭିତରେ ପ୍ରବେଶ କରିବାର ଅନୁମତି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ଆଡ୍‌ଭାଇଜାରୀ ଅନୁସାରେ, ଆଇପୋନ୍ XS, iPad Pro 12.9 ଇଞ୍ଚ, iPad Pro 10.5- ଇଞ୍ଚ, iPad Pro 11- ଇଞ୍ଚ, iPad Air, iPad ଓ iPad Mini ୟୁଜରଙ୍କ ପାଇ ସ୍ଥିତି ଅତି ସମ୍ବେଦନଶୀଳ, ଯଦି ସେମାନଙ୍କ ଡିଭାଇସ୍‌ରେ ୧୭.୪.୧ ପୂର୍ବରୁ ଥିବା ଆଇଓଏସ୍‌ ଓ iPadOS ଭର୍ଜନ୍ ବ୍ୟବହାର କରୁଛନ୍ତି ।

ଏହା ବ୍ୟତୀତ iPhone 8, iPhone 8 Plus, iPhone X, iPad 5th ଜେନେରେସନ୍‌, iPad Pro 9.7-ଇଞ୍ଚ ଓ iPad Pro 12.9- ଇଞ୍ଚ ପ୍ରଥମ ଜେନେରେସନ୍‌ ୟୁଜର ମଧ୍ୟ ବିପଦରେ ପଡ଼ିପାରନ୍ତି, ଯଦି ସେମାନଙ୍କ ଡିଭାଇସ୍‌ରେ iOS ଓ iPadOS ଭର୍ଜନ 16.7.7 ବ୍ୟବହାର କରୁଛନ୍ତି ।

Advertisment

ମ୍ୟାକ୍‌ବୁକ୍‌ ୟୁଜର ମଧ୍ୟ ସାବଧାନ । ତୁରନ୍ତୁ ନିଜ ଡିଭାଇସ୍‌କୁ କରନ୍ତୁ ଅପ୍‌ଡେଟ୍‌ । ନଚେତ ପଡ଼ିପାରନ୍ତି ବଡ଼ ସମସ୍ୟାରେ ।

Apple Watch IPhone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ