Advertisment

ସାଲାରୀ ଆକାଉଣ୍ଟରୁ କରୁଛନ୍ତି କି ଡେଲି ଟ୍ରାଞ୍ଜାକ୍ସନ ? ବର୍ତ୍ତମାନ କରନ୍ତୁ ବନ୍ଦ, ପଡ଼ିପାରନ୍ତି ବିପଦରେ...

ଯଦି ଆପଣ ଆପଣଙ୍କ ସାଲାରୀ ଆକାଉଣ୍ଟ ଆଉ ପ୍ରତ୍ୟେକ ଦିନର କାରବାର ପାଇଁ ଗୋଟିଏ ଆକାଉଣ୍ଟ କରିଛନ୍ତି । ତେବେ ଆପଣ ଏହାକୁ ଅଲଗା କରନ୍ତୁ ।

ଅଦ୍ୟତନ ହୋଇଛି
Bank account

Bank account

Advertisment

ଆପଣ ଆପଣଙ୍କ ସେଭିଙ୍ଗସ୍‌ ଆକାଉଣ୍ଟରୁ ଆର୍ଥ କାରବାର କରୁଛନ୍ତି କି ? କୌଣସି ନେଟ୍‌ ବ୍ୟାଙ୍କିଂ ଆପ୍‌ ଦ୍ୱାରା ନେଣଦେଣ କରୁଛନ୍ତି କି ଟଙ୍କା ? ଯଦି ଆପଣ ପ୍ରାୟ ସମୟରେ ସ୍ୱଳ୍ପ ହେଉ କି ଅଧିକ ଟଙ୍କା ସେଭିଙ୍ଗସ୍‌ ଆକାଉଣ୍ଟରୁ କାରବାର କରୁଥିବେ ତେବେ ଏହା ନିହାତି ଜାଣି ରଖିବା ଜରୁରୀ, ଜାଣିନିଅନ୍ତୁ...

Advertisment

ବ୍ୟସ୍ତ ବହୁଳ ସମୟରେ ଅନେକ ଲୋକ ଟଙ୍କା ଉଠାଇବା ବଦଳରେ ଛୋଟ ଛୋଟ ଜିନିଷ କିଣିବାକୁ ଅନ୍‌ଲାଇନ୍‌ ବ୍ୟାଙ୍କିଂ ଉପରେ ଭରସା କରିଥା’ନ୍ତି । ଯେପରି କି, ଚା’ ଦୋକାନ, ଗ୍ରୋସରୀ, ପାର୍କିଂ ଏବଂ ଟୋଲ୍‌ ପରି ବିଭିନ୍ନ ସ୍ଥାନରେ QR କୋର୍ଡ ସ୍କାନ୍‌ ଦ୍ୱାରା ଟଙ୍କା ଦେଇଥା’ନ୍ତି । ଯାହାକି ଆଦୌ ସଠିକ୍‌ ତରିକା ନୁହେଁ ବୋଲି କୁହାଯାଇଛି । କାରଣ ଟଙ୍କା ନେଣଦେଣ ସମୟରେ କେତେବେଳେ ବି ଠକାମୀର ଶିକାର ହୋଇପାରନ୍ତି । ତେଣୁ ଏହାକୁ ଭଲଭାବେ ବୁଝିନଅନ୍ତୁ...

ପ୍ରତ୍ୟେକ ଦିନ କାରବାର ପାଇଁ ଅଲଗା କରନ୍ତୁ ଆକାଉଣ୍ଟ...

ଯଦି ଆପଣ ଆପଣଙ୍କ ସାଲାରୀ ଆକାଉଣ୍ଟ ଆଉ ପ୍ରତ୍ୟେକ ଦିନର କାରବାର ପାଇଁ ଗୋଟିଏ ଆକାଉଣ୍ଟ କରିଛନ୍ତି । ତେବେ ଆପଣ ଏହାକୁ ଅଲଗା କରନ୍ତୁ । ଅର୍ଥାତ୍‌ ସେଭିଙ୍ଗ୍ସ ଓ କରେଣ୍ଟ ଆକାଉଣ୍ଟ ଆଲଗା କରିବା ନିହାତି ଆବଶ୍ୟକ । କାରଣ ଏପରି ନକରିବା ଦ୍ୱାରା ଆପଣ ଅନଲାଇନ୍‌ ଠକେଇର ଶିକାର ହୋଇପାରନ୍ତି । ଯଦି ଆପଣ ଉଭୟ ଆକାଉଣ୍ଟକୁ ଅଲଗା ଅଲଗା କରନ୍ତି ତେବେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିପାରିବ ।

Advertisment

ଯଦି ଗୋଟିଏ ଆକାଉଣ୍ଟରୁ ଅର୍ଥାତ୍‌ ସାଲାରୀ ଆକାଉଣ୍ଟରୁ ବାରମ୍ବାର ଟଙ୍କା ଖର୍ଚ୍ଚ କରାଯାଏ ତେବେ ଆପଣଙ୍କ ପାଇଁ ଟଙ୍କା ସଞ୍ଚୟ କରିବା ଚ୍ୟାଲେଞ୍ଜ ହୋଇଥାଏ । ତେଣୁ ଆକାଉଣ୍ଟ ଅଲଗା କରିବା ଦ୍ୱାରା ଆପଣ ଖର୍ଚ୍ଚର ସଠିକ୍‌ ହିସାବ ରଖିପାରିବେ ।

ଖାଲି ସେତିକି ନୁହେଁ, ଉଭୟ ଆକାଉଣ୍ଟ ଅଲଗା କରିବା ଦ୍ୱାରା ଆପଣଙ୍କ ଅର୍ଥ ସୁରକ୍ଷିତ ଓ ନିରାପଦ ରହିଥାଏ । ତାହା ସହିତ ଆପଣ ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହୋଇପାରିବେ ।

Advertisment

ନେଟ୍‌ ବ୍ୟାଙ୍କିଂରେ ଟଙ୍କା ନେଣଦେଣ କରିବାକୁ ହେଲେ ସଠିକ୍‌ ଡିଜିଟାଲ୍‌ ବ୍ୟାଙ୍କିଂକୁ ବାଛିବା ନିହାତି ଜରୁରୀ । ଭରସାଯୋଗ୍ୟ ବ୍ୟାଙ୍କିଂ ଅପ୍‌ ଦ୍ୱାରା ଟଙ୍କା ନେଣଦେଣ କରନ୍ତୁ ।

Transactions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ