Advertisment

Apple ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଜୁନ୍‌ରୁ ଆଉ ଏହି ସୁବିଧା ମିଳିନପାରେ...

ଆପଲ୍‌ ୱାଚ୍‌ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍‌ କଲ୍‌, କଣ୍ଟ୍ରୋଲ ମ୍ୟୁଜିକ୍‌ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ।

ଅଦ୍ୟତନ ହୋଇଛି
Apple New Fetures 2023

Apple users won’t be able to use key Facebook app

Advertisment

ଆଡ୍‌ଭାନ୍ସଡ୍‌ ଫିଚର ଓ ସହଜ ବ୍ୟବହାର ଯୋଗୁ ଆପଲ୍‌ ୱାଚ୍‌(Apple Watch) ସମଗ୍ର ବିଶ୍ୱରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟ ୱାଚ୍। ଆପଲ୍‌ ୱାଚ୍‌ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍‌ କଲ୍‌, କଣ୍ଟ୍ରୋଲ ମ୍ୟୁଜିକ୍‌ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ। ଖାଲି ଏତିକି ନୁହେଁ ଯଦି ଆପଣ ସ୍ମାର୍ଟୱାଚ୍‌ ପିନ୍ଧିଛନ୍ତି ଓ ଏହି ସମୟରେ ଫେସ୍‌ବୁକ୍‌ ମେସେଞ୍ଜରରେ କିଛି ମେସେଜ ଆସିଛି ତା’ହେଲେ ଆପଣ ଏହାର ରିପ୍ଲାଏ ଦେଇପାରିବେ। ହେଲେ ଖୁବଶୀଘ୍ର ଏହି ସୁବିଧା ୟୁଜର୍ସଙ୍କୁ ଆଉ ମିଳିନପାରେ। 

Advertisment

ମେଟା ପକ୍ଷରୁ ଘୋଷଣା କରାଯାଇଛି, ଚଳିତ ମାସ ଶେଷ ସୁଦ୍ଧା ୟୁଜର୍ସ ଆଉ ଆପଲ୍‌ ୱାଚ୍‌ ଆପ୍‌ରୁ ଫେସ୍‌ବୁକ୍‌ ମେସେଞ୍ଜରର ରିପ୍ଲାଏ କରିପାରିବେ ନାହିଁ। କମ୍ପାନୀର ଏହି ପ୍ଲାନ୍‌ ସମ୍ପର୍କରେ ଆପଲ୍‌ ୱାଚ୍‌ର କିଛି ୟୁଜର୍ସଙ୍କ ପାଖକୁ ନୋଟିଫିକେସନ୍‌ ମଧ୍ୟ ଆସିଥିବା ଜଣାପଡ଼ିଛି। ନୋଟିଫିକେସନ୍‌ରେ କୁହାଯାଇଛି ଯେ, ‘ମେ’ ୩୧ ପରେ ଆପଲ୍‌ ୱାଚ୍‌ ଆପ୍‌ରେ ମେସେଞ୍ଜର ଆଉ ଉପଲ୍ଲବ୍ଧ ହେବନାହିଁ। କିନ୍ତୁ ୱାଚ୍‌ରେ ଆପଣ ମେସେଞ୍ଜର ନୋଟିଫିକେସନ୍‌ ପାଇପାରିବେ। ତେବେ  MacRumors ଅନୁସାରେ, ଏହି ନୋଟିଫିକେସନ୍‌ ସମସ୍ତ ଆପଲ୍‌ ୱାଚ୍‌ ୟୁଜର୍ସଙ୍କ ପାଖକୁ ପଠା ଯାଇନି। 

ତେବେ ମେଟାର ଜଣେ ପ୍ରବକ୍ତାଙ୍କ କହିବା ଅନୁସାରେ, ଏବେବି ୟୁଜର୍ସ ଆପଲ୍‌ ୱାଚ୍‌ରେ ମେସେଞ୍ଜରର ନୋଟିଫିକେସନ୍‌ ରିସିଭ୍‌ କରୁଛନ୍ତି। ହେଲେ ଚଳିତ ମାସ ଶେଷ ସୁଦ୍ଧା ୟୁଜର୍ସ ଆଉ ସେମାନଙ୍କ ଆପଲ୍‌ ୱାଚ୍‌ ଆପ୍‌ରୁ ଫେସ୍‌ବୁକ୍‌ ମେସେଞ୍ଜରର ରିପ୍ଲାଏ କରିପାରିବେ ନାହିଁ। କିନ୍ତୁ ପୂର୍ବଭଳି ସେମାନେ ଆଇଫୋନ୍‌(iPhone), ଡେସ୍କଟପ୍‌ ଓ ୱେବ୍‌ରେ ମେସେଞ୍ଜର ବ୍ୟବହାର କରିପାରିବେ। ତେବେ କାହିଁକି ଏହି ଆପ୍‌ ବନ୍ଦ ପାଇଁ ନିଷ୍ପତ୍ତି ନିଆଗଲା ସେନେଇ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି।

Advertisment

ସୂଚନାଥାଉ କି, ଆପଲ୍‌ ୱାଚ୍‌ ପାଇଁ ଫେସ୍‌ବୁକ୍‌ ମେସେଞ୍ଜର ଆପ୍‌ ୨୦୧୫ରେ ଲଞ୍ଚ ହୋଇଥିଲା। ଏହାଦ୍ୱାରା ୟୁଜର୍ସମାନେ ଫୋନ୍‌ରେ ଆପ୍‌ ଓପନ୍‌ କରି ଭଏସ୍ କ୍ଲିପ୍‌, ଷ୍ଟିକର୍ସ ଇତ୍ୟାଦି ବ୍ୟବହାର କରିପାରିବେ। 

Apple Watch Apple IPhone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ