ଟେକ୍ ଜିଆଣ୍ଟ ଆପଲ୍ (Apple) ର ୨୦୨୩ ୱାର୍ଲାଡ୍ୱାଇଡ୍ ଡେଭ୍ଲପର୍ସ କନଫରେନ୍ସ(2023 Apple Worldwide Developers Conference) ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଆପଲ୍ ପାର୍କରେ ଆରମ୍ଭ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ, ସୋମବାର ରାତି ସାଢ଼େ ୧୦ଟାରେ WWDC23 ର ଆରମ୍ଭ ହୋଇଥିବା ବେଳେ ଆପଲ୍ ସିଇଓ ଟିମ୍ କୁକ୍ (Tim Cook)ଙ୍କ ସମ୍ବୋଧନ ପରେ କମ୍ପାନୀ ପକ୍ଷରୁ ନୂଆ ୧୫ ଇଞ୍ଚ ମ୍ୟାକ୍ବୁକ୍ ଏୟାର(15-inch MacBook Air)ଲଞ୍ଚ୍ କରାଯାଇଥିଲା। ଦାବି କରାଯାଉଛି ଯେ, ଏହା ହେଉଛି ଦୁନିଆର ସବୁଠର ପତଳା ଲାପ୍ଟପ୍। ଯାହାର ଓଜନ ୩.୩ ପାଉଣ୍ଡ(ପାଖାପାଖି ଦେଢ଼ କିଲୋ) ହୋଇଥିବା ବେଳେ ଏହାର ମୋଟେଇ ହେଉଛି 11.5mm।
ଜାଣନ୍ତୁ, MacBook Air 15-inch ର ଫିଚର୍ସ...
- ଏଥିରେ ୧୫.୩ ଇଞ୍ଚ୍ର ଲିକ୍ୱିଡ୍ ରେଟିନା ଡିସ୍ପ୍ଲେ ରହିଛି
- ସ୍କ୍ରିନ୍ରେ ୫୦୦ ନିଟ୍ସର ବ୍ରାଇଟ୍ନେସ୍ ରହିଛି। ଦାବି କରାଯାଉଛି, ଏହି ରେଞ୍ଜ୍ର ପିସି ଲାପ୍ଟପ୍ ତୁଳନାରେ MacBook Air ର ରେଜୋଲୁସନ୍ ଦ୍ୱିଗୁଣିତ ସହ ବ୍ରାଇଟ୍ନେସ୍ ୨୫% ଅଧିକ।
- ନୂଆ MacBook Air ରେ ଭିଡିଓ କଲିଂ ପାଇଁ 1080P କ୍ୟାମେରାର ସୁବିଧା ରହିଛି
- ନୂଆ ମ୍ୟାକ୍ବୁକ୍ରେ ମାଗ୍ସେଫ୍ ଚାର୍ଜିଂ, କନେକ୍ଟିଂ ଆସେସୋରିଜ୍ ପାଇଁ ୨ଟି ଥଣ୍ଡରବୋଲ୍ଟ ପୋର୍ଟସ୍, 3.5mm ର ହେଡ୍ଫୋନ୍ ଜ୍ୟାକ୍ ଓ 6K ଏକ୍ସଟର୍ନାଲ ଡିସ୍ପ୍ଲେ ସୁବିଧା ରହିଛି
- MacBook Air 15-inch ରେ ୬ଟି ସ୍ପିକର୍ ରହିଛି
- M2 ଚିପ୍ ସହ ଏହି ମ୍ୟାକ୍ବୁକ୍ର ମେମୋରି 24GB ପର୍ଯ୍ୟନ୍ତ ରହିଛି
- କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଲାପ୍ଟପ୍ର ପର୍ଫର୍ମାନ୍ସ ଓ ବ୍ୟାଟେରୀ ବହୁତ ଭଲ। ଯାହାକି i7 ପ୍ରୋସେସର୍ଠୁ ଦ୍ୱିଗୁଣା। ଖାଲି ଏତିକି ନୁହେଁ ଏହା ୧୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ପ୍ରଦାନ କରିଥାଏ।
- ୧୫ ଇଞ୍ଚ୍ର ଏହି MacBook Air ରେ 2TB ପର୍ଯ୍ୟନ୍ତ ଷ୍ଟୋରେଜ ରହିଛି। ଏହାସହ ଟଚ୍ ଆଇଡି ଓ ମ୍ୟାଜିକ୍ କିବୋର୍ଡର ସୁବିଧା ମଧ୍ୟ ରହିଛି
ଜାଣନ୍ତୁ, ୧୫ ଇଞ୍ଚ୍ MacBook Air ର ଦାମ୍ ଭାରତରେ କେତେ ?
୧୫ ଇଞ୍ଚ୍ MacBook Air ର ଦାମ୍ ଆମେରିକାରେ ୧୨୯୯ ଡଲାର ରହିଛି। ଆପଣ ଏହାକୁ ମିଡ୍ନାଇଟ୍, ଷ୍ଟାରଲାଇଟ୍, ସ୍ପେସ୍ ଗ୍ରେ ଓ ସିଲ୍ଭର୍ ଫିନିସ୍ କଲର୍ରେ କିଣିପାରିବେ। ତେବେ ଭାରତରେ ୧୫ ଇଞ୍ଚ୍ MacBook Air ର ଦାମ୍ ୧ ଲକ୍ଷ ୩୪ ହଜାର ୯୦୦ ଟଙ୍କା ରହିପାରେ। ହେଲେ ବର୍ତ୍ତମାନ ସୁଦ୍ଧା ଭାରତରେ ଏହାର ଦାମ୍ ନେଇ କୌଣସି ଖୁଲାସା ହୋଇନାହିଁ।ଏଜୁକେସନ୍ ପାଇଁ ପ୍ରାରମ୍ଭରେ ଏହାର ଦାମ୍ ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ରଖାଯାଇଛି। ଆପଣ ଏହାକୁ apple.com/in/store ଯାଇ ଅର୍ଡର କରିପାରିବେ। ଜୁନ୍ ୧୩ରୁ ଗ୍ରାହକଙ୍କ ପାଇଁ ଏହା ଉପଲ୍ଲବ୍ଧ ହେବ।