Advertisment

ଏଣିକି ଟେନ୍‌ସନ୍‌ ଫ୍ରି ! ଆଉ ଫୁଲ୍‌ ହେବନି ଫୋନ୍‌ ଷ୍ଟୋରେଜ୍‌, ଜାଣନ୍ତୁ ଉପାୟ...

ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ ଗୁଗଲ୍‌(Google) ଏକ ଖାସ୍‌ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଫିଚରର ନାଁ ‘Auto-Archive’ । ଏକ ବ୍ଲଗ୍‌ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Auto Archive Feature For Android Devices

Android devices can now automatically archive

Advertisment

ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ ଗୁଗଲ୍‌(Google) ଏକ ଖାସ୍‌ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଫିଚରର ନାଁ ‘Auto-Archive’ ଓ ଏକ ବ୍ଲଗ୍‌ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସ୍ମାର୍ଟଫୋନ୍‌ରେ ୟୁଜର ବ୍ୟବହାର କରୁନଥିବା ଆପ୍‌ର ଡାଟାକୁ ହଟାଇବାରେ ଏହି ଫିଚର ସହାୟକ ହେବ। ଏହାଦ୍ୱାରା ଡିଭାଇସ୍‌ରେ ଷ୍ଟୋରେଜ୍‌ ସ୍ପେସ୍‌ ଖାଲି ରହିପାରିବ। ସବୁଠାରୁ ବଡ଼ କଥା, ଏହି ଫିଚର ୟୁଜରଙ୍କ କୌଣସି ଡାଟା ହଟାଇବ ନାହିଁ। ଏହା କେବଳ କମ୍‌ ବ୍ୟବହୃତ ଡାଟା ସ୍ପେସ୍‌କୁ ଆର୍କାଇଭ୍‌(Archive) କରିବ। ଏହାସହ ଏହା ଡିଭାଇସ୍‌ରେ କ୍ଲାଉଡ୍‌ ଆଇକନ୍‌ ସହ ଆପ୍‌ର ଉପସ୍ଥିତି ମଧ୍ୟ ଚିହ୍ନଟ କରିବ। 

Advertisment

ଅଧିକ ପଢ଼ନ୍ତୁ: ଏଣିକି ଆଣ୍ଡ୍ରଏଡ୍‌ ନୁହେଁ BharOSରେ ଚାଲିବ ମୋବାଇଲ..!

ଅଟୋ-ଆର୍କାଇଭ୍‌(Auto-Archive) ହେଉଛି ଏକ ନୂଆ ଫିଚର। ଏହାଦ୍ୱାରା ଅବ୍ୟବହୃତ ଆପ୍‌ ସମ୍ପୂର୍ଣ୍ଣ ଭାବେ ଅନ୍‌ଇନ୍‌ଷ୍ଟଲ୍‌ ନହୋଇ ଡିଭାଇସ୍‌ରେ ଷ୍ଟୋରେଜ୍‌ ଖାଲି ହୋଇପାରିବ। ଗୁଗଲ୍‌ର କହିବା ଅନୁସାରେ, ୟୁଜର ଥରେ ଅପ୍‌ସନ୍‌ ବାଛିଲେ, ସ୍ପେସ୍‌ ଖାଲି କରିବା ପାଇଁ କମ୍‌ ବ୍ୟବହୃତ ଆପ୍‌ ଗୁଡ଼ିକୁ ଡିଭାଇସ୍‌ରୁ ହଟାଇ ଦିଆଯିବ। ଯାହା ଦ୍ୱାରା ଆପ୍‌ ଆଇକନ୍‌ ଓ ୟୁଜରଙ୍କ ଆପ୍‌ ଡାଟା ସେଭ୍‌ ହୋଇପାରିବ। ଯେତେବେଳେ ୟୁଜର୍‌ ଆପ୍‌କୁ ପୁଣି ବ୍ୟବହାର କରିବେ, ଏହାକୁ ପୁଣିଥରେ ଡାଉନ୍‌ଲୋଡ୍‌ କରିବା ପାଇଁ କେବଳ ଟ୍ୟାପ୍‌ କରିବାକୁ ପଡ଼ିବ। 

Auto-Archive କ’ଣ ?

ଅଟୋ-ଆର୍କାଇଭ୍‌ ଦ୍ୱାରା ୟୁଜର ଡିଭାଇସ୍‌ ଷ୍ଟୋରେଜ୍‌କୁ ଅତି ସହଜରେ ପରିଚାଳନା କରିପାରିବେ। ଖାଲି ଏତିକି ନୁହେଁ ମୋବାଇଲ୍‌ରେ ଥିବା ଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ କରିବାର ସମ୍ଭାବନା ମଧ୍ୟ କମ୍‌ ଥାଏ। ଆଣ୍ଡ୍ରଏଡ୍‌ ୟୁଜର ପ୍ଲେ ଷ୍ଟୋର୍‌ରୁ ଆପ୍‌ ଇନ୍‌ଷ୍ଟଲ୍‌ କଲେ, ଯେତେବେଳେ ଏହା ଅଧିକ ହୋଇଯାଏ ଡିଭାଇସ୍‌ରେ ଆଉ ଷ୍ଟୋରେଜ ନଥାଏ। ଏଭଳି ସ୍ଥିତିରେ Auto-Archive ଫିଚର ବ୍ୟବହାର କରିପାରିବେ। 

Advertisment

ମୋବାଇଲ୍‌ରେ ଏହି ଆପ୍‌ ଆର୍କାଇଭ୍‌ ଫିଚର ଆକ୍ଟିଭ୍‌ ହେବାପରେ ଆପଣଙ୍କ ଡିଭାଇସ୍‌ରେ କେତେ ସ୍ପେସ୍‌ ରହିଛି ତାହା ଜଣାପଡ଼ିବ ଓ ଆପ୍‌ ଗୁଡ଼ିକୁ ଅଟୋମେଟିକ୍‌ ଭାବେ ଆର୍କାଇଭ୍‌ କରିଦେବ। ଯଦି ଆପଣ ଆପ୍‌କୁ ପୁଣିଥରେ ଡାଉନ୍‌ଲୋଡ୍‌ କରିବେ ତା’ହେଲେ ପୁଣିଥରେ ପର୍ସନାଲ ଡାଟା ସେଭ୍‌ ହୋଇଯିବ। 

Android Phones Mobile Apps
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ