AI Powered Death Clock: ପ୍ରଥମ AI 'ଡେଥ୍ କ୍ଲକ୍'; କହୁଛି ମୃତ୍ୟୁର ତାରିଖ, କେମିତି କରିବେ ବ୍ୟବହାର ?

ଏଆଇ(AI) ଅର୍ଥାତ କୁତ୍ରିମ ବୁଦ୍ଧିମତା ପରିଚାଳିତ 'ଡେଥ୍ କ୍ଲକ୍' କହୁଛି ମୃତ୍ୟୁର ତାରିଖ । ତେବେ 'ଡେଥ୍ କ୍ଲକ୍' ନାମକ ମାଗଣା ୱେବସାଇଟ୍ ମୃତ୍ୟୁ ସମ୍ପର୍କରେ ପୂର୍ବାନୁମାନ କରିବା ନେଇ ଦାବି କରିବା ପରେ, ଏହା ବିଭିନ୍ନ ଗଣାମଧ୍ୟମର ଶିରୋନାମା ପାଲଟିଛି ।

AI 'ଡେଥ୍ କ୍ଲକ୍' କହୁଛି ମୃତ୍ୟୁର ତାରିଖ ।

ଜୀବନର  କୌଣସି ଗ୍ୟାରେଣ୍ଟି ନଥାଏ । ଆମେ ସମସ୍ତେ ଜନ୍ମ ହୋଇଛୁ ମାନେ ମୃତ୍ୟୁ ସୁନିଶ୍ଚିତ । କେତେବେଳେ କାହାର ମୃତ୍ୟୁ ହେବ କହିବା ଅସମ୍ଭବ । ଦୁନିଆରେ କେହି ଅମର ନୁହଁନ୍ତି । ତଥାପି ବେଳେ ବେଳେ ଆମ ମନକୁ ଅନେକ ଅସମାହିତ ପ୍ରଶ୍ନ ଆସିଥାଏ । ବେଳେ ବେଳେ ଆମେ ଚିନ୍ତା କରୁ, ଆମର ମୃତ୍ୟୁ କେବେ ହେବ ? ବର୍ଷ ବର୍ଷ ଧରି ମଣିଷ ମନରେ ଚାଲିଥିବା ଏହି ଅସମାହିତ ପ୍ରଶ୍ନର ଉତ୍ତର ଖୋଜିପାଇଛନ୍ତି ବୈଜ୍ଞାନିକ । ଏଆଇ ଅର୍ଥାତ କୁତ୍ରିମ ବୁଦ୍ଧିମତା ସଂଚାଳିତ ଏକ ଆପ୍‌ ଆସିଛି ଯିଏ ଆପଣଙ୍କୁ କହିପାରିବ ଆପଣଙ୍କ ମୃତ୍ୟୁର ସମୟ । କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । 

ଆସନ୍ତୁ ଜାଣିବା ମୃତ୍ୟୁର ଦିନ କହିପାରୁଥିବା ଏହି ଘଣ୍ଟା ସମ୍ପର୍କରେ....

ଏଆଇ(AI) ଅର୍ଥାତ କୁତ୍ରିମ ବୁଦ୍ଧିମତା ପରିଚାଳିତ 'ଡେଥ୍ କ୍ଲକ୍' କହୁଛି ମୃତ୍ୟୁର ତାରିଖ । ତେବେ 'ଡେଥ୍ କ୍ଲକ୍' ନାମକ ମାଗଣା ୱେବସାଇଟ୍ ମୃତ୍ୟୁ ସମ୍ପର୍କରେ ପୂର୍ବାନୁମାନ କରିବା ନେଇ ଦାବି କରିବା ପରେ, ଏହା ବିଭିନ୍ନ ଗଣାମଧ୍ୟମର ଶିରୋନାମା ପାଲଟିଛି । ଏବେ ଆପଣ ଭାବୁଥିବେ ଯେ ଏହା  କେମିତି ଭବିଷ୍ୟବାଣୀ କରୁଛି ? ମୃତ୍ୟୁର ସମୟ କହୁଥିବା 'ଡେଥ୍ କ୍ଲକ୍' ବ୍ୟବହାରକାରୀଙ୍କ ଠାରୁ ଅନେକ ତଥ୍ୟ ନେଇଥାଏ ।

ଏହା ସ୍ବାସ୍ଥ୍ୟ ସଂପର୍କିତ ଡାଟାକୁ ଆଧାରକରି ଆକଳନ କରେ ମୃତ୍ୟୁର ଦିନ ଓ ସମୟ । ଯେମିତିକି ବୟସ କେତେ, ହାଇଟ ଓ ଓଜନ କେତେ, କ’ଣ ଖାଉଛନ୍ତି କ’ଣ ପିଉଛନ୍ତି, ଏକ୍ସରସାଇଜ କରନ୍ତି କି ନାହିଁ ,ସିଗାରେଟ କି ମଦ ଅଭ୍ୟାସ ଅଛି କି ଭଳି ବିଭିନ୍ନ ପ୍ରଶ୍ନର ଉତ୍ତର ଜାଣିବା ପରେ 'ଡେଥ୍ କ୍ଲକ୍' ଆପଣ ଆଉ କେତେ ଦିନ ବଞ୍ଚିବେ କହିପାରିବ । ଏହାର ସବୁ ଭବିଷ୍ୟବାଣୀ ଚିକିତ୍ସା ଅଧ୍ୟୟନ ଓ ସ୍ବାସ୍ଥ୍ୟ ଡାଟା ଉପରେ ଆଧାରିତ ବୋଲି କୁହାଯାଇଛି । 

ଅଧିକ ପଢନ୍ତୁ : ବଡ଼ ନିଷ୍ପତ୍ତି ନେଲେ ଟ୍ରାଇ,ଏହି କାରଣରୁ ବଦଳିବ ଲ୍ୟାଣ୍ଡ ଲାଇନ୍ ଫୋନ୍ ନମ୍ବର

ଶେଷ ଅପଡେଟ୍ ଅନୁଯାୟୀ AI-ଚାଳିତ ଘଣ୍ଟା  ୬୩ ମିଲିୟନରୁ ଅଧିକ ବ୍ୟବହାରକାରୀଙ୍କ ମୃତ୍ୟୁ ତାରିଖ ଭବିଷ୍ୟବାଣୀ କରିସାରିଲାଣି । ବ୍ୟବହାରକାରୀ କେବେ ମୃତ୍ୟୁବରଣ କରିବେ ତାହା ପୂର୍ବାନୁମାନ କରିବା ସହିତ 'ଡେଥ୍ କ୍ଲକ୍' ଦୀର୍ଘ ଦିନ ବଞ୍ଚିବା ପାଇଁ  ଟିପ୍ସ ମଧ୍ୟ ପ୍ରଦାନ କରିଥାଏ । ଏହା ବ୍ୟବହାରକାରୀମାନଙ୍କୁ  ଉପଯୁକ୍ତ ଓଜନ ବଜାୟ ରଖିବା, ମଦ୍ୟପାନ ନ କରିବା ଏବଂ ଦିନକୁ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରିବାକୁ ପରାମର୍ଶ ଦେଉଛି । 

ଡେଥ୍ କ୍ଲକରେ ଏକ (Disclaimer) ରହିଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି ,ଏହାକୁ 'କେବଳ ମଜା ପାଇଁ ବ୍ୟବହାର କରାଯିବା ଉଚିତ । କାରଣ ଏହି କାଲକୁଲେଟର ଆପଣଙ୍କ ପ୍ରକୃତ ମୃତ୍ୟୁ ତାରିଖ ପୂର୍ବାନୁମାନ କରିବାର ସମ୍ଭାବନା କମ୍ । AI ସଂଚାଳିତ ଏହି ଡେଥ୍‌ କ୍ଲକର ସତ୍ୟତା ଯାହା ହେଉନା କାହିଁକି ଦିନକୁ ଦିନ ଏହାର ୟୁଜର୍ସଙ୍କ ସଖ୍ୟା ବଢିବାରେ ଲାଗିଛି ।

ଅଧିକ ପଢନ୍ତୁ : ଚୀନର AI ଟେକ୍ନୋଲୋଜି ଡିପ୍ ସିକ, ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ