Advertisment

ଇତିହାସ ରଚିଲା ଇସ୍ରୋ; ଲଞ୍ଚ ହେଲା ଆଦିତ୍ୟ L1

ନିର୍ଦ୍ଧାରତ ସମୟ ଅନୁସାରେ ଦିନ ୧୧ଟା ୫୦ରେ ‘ଆଦିତ୍ୟ L1’ ଉତ୍‌କ୍ଷେପଣ କରାଯାଇଛି । PSLV-C57ରେ ‘ଆଦିତ୍ୟ L1’ର ଉତ୍‌କ୍ଷେପଣ ହୋଇଛି ।

ଅଦ୍ୟତନ ହୋଇଛି
ISRO  Aditya-L1

ISRO Aditya-L1

Advertisment

ଇତିହାସ ରଚିଲା ଇସ୍ରୋ । ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଲଞ୍ଚ ହୋଇଛି । ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ‘ଆଦିତ୍ୟ L1’ ଉତ୍‌କ୍ଷେପଣ କରାଯାଇଛି ।

Advertisment

ନିର୍ଦ୍ଧାରତ ସମୟ ଅନୁସାରେ ଦିନ ୧୧ଟା ୫୦ରେ ‘ଆଦିତ୍ୟ L1’ ଉତ୍‌କ୍ଷେପଣ କରାଯାଇଛି । PSLV-C57ରେ ‘ଆଦିତ୍ୟ L1’ର ଉତ୍‌କ୍ଷେପଣ ହୋଇଛି । ‘ଆଦିତ୍ୟ L1’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗିବ ୪ ମାସ ସମୟ । ୧୫ ଲକ୍ଷ କି.ମି. ଦୂରତା ଅତିକ୍ରମ କରିବାକୁ ୪ ମାସ ସମୟ ଲାଗିବ ବୋଲି ଇସ୍ରୋ ସୂଚନା ଦେଇଛି ।

Advertisment

ଅନ୍ୟପକ୍ଷେ, ଆଜି ଇସ୍ରୋ ଦ୍ୱାରା ଆଦିତ୍ୟ L1 ଉତ୍‌କ୍ଷେପଣ ନେଇ ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା କରାଯାଇଛି।

କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି ମିଶନର ସଫଳତା ପାଇଁ ସାଧୁସନ୍ଥମାନେ ସୂର୍ଯ୍ୟ ପୂଜା କରିଛନ୍ତି। ଗାୟତ୍ରୀ ପରିବାର ଏବଂ ସ୍ଥାନୀୟ ସାଧୁ ସନ୍ଥଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି।

Advertisment
ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ