Advertisment

5G ଲଞ୍ଚ ପରେ ମହଙ୍ଗା ହେବ ରିଚାର୍ଜ ପ୍ଲାନ୍‌ !

ମହଙ୍ଗା ହେବ ରିଚାର୍ଜ ପ୍ଲାନ୍‌ ! 5G ସହ 4G ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା....

ଅଦ୍ୟତନ ହୋଇଛି
5g data price premium to 4g over all tariffs price rise vi Vodafone idea

5g data price premium to 4g over all tariffs price rise vi Vodafone idea

Advertisment

ଗ୍ରାହକଙ୍କୁ ବଡ଼ ଝଟ୍‌କା । ଆହୁରି ମହଙ୍ଗା ହେବ ରିଚାର୍ଜ ପ୍ଲାନ୍‌ ମୂଲ୍ୟ । ଭାରତରେ ଖୁବ୍‌ଶୀଘ୍ର 5G ସେବା ଆରମ୍ଭ ହେବ । ଚଳିତ ମାସ ତଥା ଅଗଷ୍ଟ ମାସରେ ହିଁ ଏୟାରଟେଲ ଏହି ସେବାକୁ ଆରମ୍ଭ କରିବ । ଏହାସହ ପୂର୍ବରୁ ଜିଓ ମଧ୍ୟ ଖୁବ୍‌ ଶୀଘ୍ର 5G ସେବା ଆରମ୍ଭ କରିବାକୁ ସୂଚନା ଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, 5G ସେବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ? ହେଲେ ଆପଣ ଜାଣନ୍ତି କି 5G ସେବା ପାଇଁ ଉପଭୋକ୍ତାମାନଙ୍କୁ 4G ଠାରୁ ବି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏନେଇ ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ( Vodafone Idea) ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

କମ୍ପାନୀର ଟପ୍‌ ଏକ୍ସଜିକ୍ୟୁଟିଭ୍ 5G ପ୍ଲାନ୍‌ ଏବଂ ଅଫର ବିଷୟରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଏହି ସେବା ଉପଭୋଗ କରିବାକୁ ଇଚ୍ଛୁକ ଉପଭୋକ୍ତାମାନଙ୍କୁ 4G ସେବା ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ 4G ସେବା ଅପେକ୍ଷା 5G ସେବାରେ ଅଧିକ ଟଙ୍କାର ଡାଟା ପ୍ୟାକ୍ ମାନ ରହିଛି । ଏନେଇ ଭୋଡାଫୋନ୍‌ ଆଇଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ରବିନ୍ଦ୍ର ଟକ୍କର ଏହି ସୂଚନା ଦେଇଛନ୍ତି ।

କେତେ ଟଙ୍କାରୁ 5G ପ୍ଲାନ୍‌ ଆରମ୍ଭ ହେବ ?

5G ସେବା ଆରମ୍ଭ କରିବା ପାଇଁ କମ୍ପାନୀ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ତେଣୁ 5G ସେବା ପ୍ରିମିୟମ ପ୍ରାଇସରେ ଆରମ୍ଭ ହେବ ବୋଲି କହିଛନ୍ତି ରବିନ୍ଦ୍ର ଟକ୍କର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବାସ୍ତବରେ ସ୍ପେକ୍ଟ୍ରମ ପାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । 5G ସେବା 4G ଅପେକ୍ଷା ପ୍ରିମିୟମ ମୂଲ୍ୟରେ ଆସିବ । ଯେହେତୁ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତେଣୁ ପ୍ରିମିୟମ ମୂଲ୍ୟରେ 5G ସେବା ସହ ଅଧିକ ଡାଟା ମଧ୍ୟ ମିଳିବ ।’

Advertisment

ରବିନ୍ଦ୍ର ଟକ୍କର କହିଛନ୍ତି ଯେ, ୟୁଜର୍ସଙ୍କ ଉପୋଯୋଗ ଅନୁଯାୟୀ 5G ଡାଟା ଖର୍ଚ୍ଚ ହେବ । ଭୋଡାଫୋନ୍‌ ଆଇଡିଆ ୧୮,୮୦୦ କୋଟି ଟଙ୍କା ବିନିଯୋଗରେ ୧୭ଟି ସହରରେ ୩୩୦୦ ମେଗାହର୍ଜ (3300 MHz) ଏବଂ ୧୬ ସର୍କଲ୍ ପାଇଁ 26GHz ବ୍ରାଣ୍ଡ୍‌ କିଣିଛନ୍ତି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ତଥା ପଞ୍ଜାବ୍‌ 4G ସ୍ପେକ୍ଟ୍ରମ ହାସିଲ କରିଛନ୍ତି । ନୂଆ ସ୍ପେକ୍ଟ୍ରମ ପାଇଁ କମ୍ପାନୀକୁ ବାର୍ଷିକ ୧୬୮୦ କୋଟି ଟଙ୍କାର ଇନିଷ୍ଟଲ୍‌ମେଣ୍ଟ ଦେବାକୁ ପଡିବ ।

ମହଙ୍ଗା ହେବ 4G ପ୍ଲାନ !

ଗତ ବର୍ଷ ଟେଲିକମ୍‌ କମ୍ପାନୀ ଏହି ପ୍ଲାନ୍‌ ଗୁଡିକ ମହଙ୍ଗା କରିଥିବାବେଳେ ଚଳିତ ବର୍ଷ ମଧ୍ୟ ପ୍ଲାନ୍‌ ମହଙ୍ଗା କରିବାର ସଂକେତ ଦେଇଛି ।

Advertisment
5G 5G Plans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ