Yuzvendra Chahal
କିଛି ଦିନ ହେବ ନିଜ ଡିଭୋର୍ସ ଓ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି ଯୁଜବେନ୍ଦ୍ର ଚହଲ। ଭାରତୀୟ ଦଳକୁ ପୁନର୍ବାର ଫେରିବା ପାଇଁ ସଂଘର୍ଷ କରୁଥିବା ଅନୁଭବୀ ଲେଗ୍ ସ୍ପିନର ଯୁଜବେନ୍ଦ୍ର ଚହଲ ନିକଟରେ ଏକ ପଡକାଷ୍ଟରେ କିଛି ରୋଚକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଯାହାକି ବିରାଟ କୋହଲିଙ୍କୁ ଚର୍ଚ୍ଚାକୁ ଆଣିଦେଇଛି ।
୩୫ ବର୍ଷୀୟ ସ୍ପିନରଙ୍କୁ ଯେତେବେଳେ ଡ୍ରେସିଂ ରୁମ୍ ବିଷୟରେ ପଚରାଯାଇଥିଲା ସେ ମଧ୍ୟ ଖୋଲାଖୋଲି ଉତ୍ତର ଦେଇଥିଲେ। ସେ ୨୦୧୯ ବିଶ୍ୱକପ ବିଷୟରେ ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ସେମିଫାଇନାଲ ମ୍ୟାଚ୍ରେ ହାରିବା ପରେ ସମସ୍ତେ ଭାଙ୍ଗି ପଡ଼ିଥିଲେ।
ଯୁଜବେନ୍ଦ୍ର ଚହଲଙ୍କୁ ବିରାଟ କୋହଲି ବିଷୟରେ ପଚରାଯାଇଥିଲା ଯେ ଆପଣ କେବେ ତାଙ୍କୁ କାନ୍ଦୁଥିବା ଦେଖିଛନ୍ତି କି? ଏହାର ଉତ୍ତରରେ ସେ କହିଥିଲେ, "୨୦୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ହାରିବା ପରେ ମୁଁ ତାଙ୍କୁ ବାଥରୁମରେ କାନ୍ଦୁଥିବା ଦେଖିଥିଲି। ମୁଁ ଯେତେବେଳେ ଶେଷ ବ୍ୟାଟ୍ସମ୍ୟାନ୍ ଭାବରେ ମଇଦାନକୁ ଯାଉଥିଲି, ସେତେବେଳେ ତାଙ୍କ ଆଖିରେ ଲୁହ ଥିଲା। ସେହି ଦିନ ଦଳର ପ୍ରାୟ ସମସ୍ତ ଖେଳାଳିଙ୍କ ଆଖିରେ ଲୁହ ଥିଲା । ପରାଜୟ ଯୋଗୁଁ ସମସ୍ତେ ଦୁଃଖରେ ଥିଲେ।"
ଆଇସିସି ବିଶ୍ୱକପ ୨୦୧୯ରେ ଭାରତୀୟ ଦଳର ନେତୃତ୍ୱ ବିରାଟ କୋହଲିଙ୍କ ହାତରେ ଥିଲା। ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ଥିଲା । କିନ୍ତୁ ସେମିଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା ।
୨୦୧୯ ବିଶ୍ୱକପ ସେମିରେ ଚହଲ ନିଜର ପ୍ରଦର୍ଶନକୁ ନେଇ ମଧ୍ୟ ଅନୁତପ୍ତ ଥିବା କହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିରେ ସେ ୧୦ ଓଭରରେ ୬୩ ରନ ଦେଇ କେବଳ ଗୋଟିଏ ୱିକେଟ ପାଇଥିଲେ।
ଏ ସମ୍ପର୍କରେ ଚହଲ କହିଛନ୍ତି, “ସେମି ଫାଇନାଲ ମାହି ଭାଇ(ମହେନ୍ଦ୍ର ସିଂହ ଧୋନି)ଙ୍କ ଶେଷ ମ୍ୟାଚ୍ ଥିଲା। ମୁଁ ଆହୁରି ଭଲ କରି ପାରିଥାଆନ୍ତି। ମୁଁ ଏବେ ବି ସେଥିପାଇଁ ଅନୁତପ୍ତ। ମୁଁ ଆଉ ଟିକିଏ ଭଲ ବୋଲିଂ କରିପାରି ଥାଆନ୍ତି। ଆଉ ୧୦ରୁ ୧୫ ରନ କମ ଖର୍ଚ୍ଚ କରି ପାରିଥାଆନ୍ତି। କିନ୍ତୁ ବେଳେବେଳେ ସବୁ କିଛି ଏତେ ଶୀଘ୍ର ହୋଇଯାଏ ଯେ ଆପଣଙ୍କୁ ଭାବିବାକୁ ଆଦୌ ସମୟ ମିଳେ ନାହିଁ।
ଯଦି ମୁଁ ଟିକିଏ ଶାନ୍ତ ରହିଥାଆନ୍ତି, ତା’ହେଲେ ଆଉ ଟିକିଏ ଭଲ ହୋଇପାରି ଥାଆନ୍ତା। ମୁଁ ମୋର ଶ୍ରେଷ୍ଠ ଦେଇଥିଲି। କିନ୍ତୁ ତା’ହା ସେମି ଫାଇନାଲ ଥିଲା। ବଡ଼ ମ୍ୟାଚ୍ରେ ନିଜର ଅତିରିକ୍ତ ୧୦ରୁ ୧୫% ଦେବାକୁ ପଡ଼ିଥାଏ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754127737.jpg)