Advertisment

ଦିନେ ଗୁପଚୁପ ବିକୁଥିଲେ କିନ୍ତୁ ଏବେ ଷ୍ଟାର କ୍ରିକେଟର

ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ୱୀ ଦିନେ କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ । ଖୋଦ୍‌ ନିଜେହିଁ ଏକଥା ସେ ଗଣମାଧ୍ୟମରେ କହିଛନ୍ତି।

ଅଦ୍ୟତନ ହୋଇଛି
Yashasvi Jaiswal's Inspiring Story

Yashasvi Jaiswal's Inspiring Story

Advertisment

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ । ଆଇପିଏଲ୍ ୨୦୨୩ରେ ଯଶସ୍ବୀଙ୍କର ଜବରଦସ୍ତ ଫର୍ମ ପାଇଁ ତାଙ୍କୁ ଏବେ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଯଶସ୍ୱୀ ୧୪ଟି ମ୍ୟାଚରେ ୪୮.୦୭ ହାରରେ ୬୨୫ରନ୍ ସ୍କୋର କରିଥିଲେ । ହେଲେ ଯଶସ୍ୱୀଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଏବେ ସାମନାକୁ ଆସିଛି । ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ୱୀ ଦିନେ ନିଜର କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ । ଖୋଦ୍‌ ନିଜେହିଁ ଏକଥା ସେ ଗଣମାଧ୍ୟମରେ କହିଛନ୍ତି।

Advertisment

ଏକ ସାକ୍ଷାତକାରରେ ଯଶସ୍ୱୀ କହିଥିଲେ ଯେ, “ ମୁଁ ବହୁ ସଂଘର୍ଷର ସାମ୍ନା କରିଛି । ମୁଁ ମୁମ୍ବାଇରେ ଯେଉଁଠି ରହି କ୍ରିକେଟ ଖେଳୁଥିଲି, ସେଠାରେ ନା ବିଦ୍ୟୁତ୍ ଥିଲା, ନା ବିଶ୍ରାମ ଗୃହ । ମୋତେ ନିଜ ପୋଷାକ ଧୋଇବାକୁ ପଡୁଥିଲା । ଏପରିକି ମୋ ସହ କେହି ନଥିଲେ ଯାହାଙ୍କ ସହ ମୁଁ ମୋର ଭାବନା ବାଣ୍ଟିପାରିବି। ମୁଁ କ୍ରିକେଟରେ କ୍ୟାରିୟର ଆରମ୍ଭରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲି।''

ସେ ଆହୁରି କହିଛନ୍ତି ଯେ, ''ଉତ୍ତରପ୍ରଦେଶରୁ ମୁମ୍ବାଇ ଆସିବା ପରେ ମୁଁ କ୍ରିକେଟ କୋଚିଂ ପାଇଁ ଏକ ଗୁହାଳରେ ରହି କାମ କରିବା ଆରମ୍ଭ କରିଥିଲି। ସେଠାରେ ମୋ ସହିତ ଭଲ ବ୍ୟବହାର କରାଯାଉ ନଥିଲା। କେ‌ବେ‌ କେବେ ମାଡ଼ ବି ଖାଇଛି । ରୋଷେଇ କରିବାକୁ ବାଧ୍ୟ କରିବା ସହ ଖାଇବାକୁ ଦିଆଯିବ ନାହିଁ ବୋଲି ଧମକ ଦେଉଥିଲେ। ଏହା ପରେ ମୁଁ ସେ କାମ ଛାଡ଼ି ରାତିରେ ଗୁପଚୁପ ବିକ୍ରି କରିବା ଆରମ୍ଭ କରିଥିଲି। ସମୟ ସହ ପରିସ୍ଥିତି ବଦଳିଲା ଏବଂ ମୋତେ ଭଲ ସୁଯୋଗ ମିଳିବା ଆରମ୍ଭ ହେଲା। ମୁମ୍ବାଇ ଅଣ୍ଡର-୧୬ ଏବଂ ଭାରତର ଅଣ୍ଡର-୧୯ ଖେଳିବାର ସୁଯୋଗ ପାଇବା ପରେ ମୋତେ ଭାରତୀୟ କ୍ରିକେଟ ଟିମରେ ଖେଳିବାର ସୁଯୋଗ ମିଳିଲା।”

Advertisment

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବେ ବୋଲି ଜଣାପଡ଼ିଛି। ଏହା ସହ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଥିବା ବେଳେ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ।

BCCI IPL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ