Advertisment

World Cup 2023: ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମୁକାବିଲା ହେବା ନେଇ ସୂଚନା ମିଳିଛି। ବିସିସିଆଇ ପକ୍ଷରୁ ICCକୁ ଦିଆଯାଇଥିବା ଡ୍ରାଫ୍ଟ ସିଡ୍ୟୁଲ୍‌ରୁ ଏହି ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
World Cup 2023: India Pakistan Match To Take Place On Oct 15

World Cup 2023: India Pakistan Match To Take Place On Oct 15

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ଦିନିକିଆ ବିଶ୍ୱକପ୍‌(ODI World Cup 2023) ମୁକାବିଲା ହେବା ନେଇ ସୂଚନା ମିଳିଛି। ଭାରତରେ ଖେଳା ଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡ଼ିଛି। 

Advertisment

ବିସିସିଆଇ ପକ୍ଷରୁ ICCକୁ ଦିଆଯାଇଥିବା ଡ୍ରାଫ୍ଟ ସିଡ୍ୟୁଲ୍‌ରୁ ଏହି ସୂଚନା ମିଳିଛି। ସୂଚନାଥାଉ କି, ଅକ୍ଟୋବର ୫ରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ ହେବାକୁ ଥିବାବେଳେ ନଭେମ୍ବର ୧୯ରେ ମଧ୍ୟ ଏହି ସ୍ଥାନରେ ଫାଇନାଲ୍‌ ମ୍ୟାଚ୍‌ ହେବ।

Advertisment
ODI World Cup 2023
Source- Times Now
Advertisment
Advertisment