• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱକପରେ ଆଜି ମୁହାମୁହିଁ ହେବେ ଭାରତ ଓ ବାଂଲାଦେଶ । ପୁଣେରେ ଖେଳାଯିବ ଏହି ମ୍ୟାଚ । ଚଳିତ ବିଶ୍ୱକପରେ ଭାରତ ୩ଟି ମ୍ୟାଚ ଖେଳି ଅପରାଜୟେ ରହିଛି । ୬ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି ଦଳ । କ୍ୟାପଟେନ୍ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ. ରାହୁଲ, ଶ୍ରେୟାସ୍ ଆୟାର ଫର୍ମରେ ଅଛନ୍ତି । ସେହିପରି ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଦମଦାର ରହିଛି ।

ଯଶପ୍ରିତ ବୁମରା, ମହମ୍ମଦ ସିରାଜ, କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ପ୍ରତିପକ୍ଷଙ୍କୁ ଘାଇଲା କରୁଛନ୍ତି । ତେଣୁ ଆଜି ବି ଟିମ୍ ଇଣ୍ଡିଆ ଏହି ଫର୍ମ ଜାରି ରଖିବ ବୋଲି ଆଶା କରାଯାଉଛି । ସେପଟେ ବାଂଲାଦେଶ ଟିମ୍ ନିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିଲେ ହେଁ ପରବର୍ତ୍ତୀ ଦୁଇ ମ୍ୟାଚରେ ପରାଜୟର ମୁହଁ ଦେଖିଛି । କ୍ୟାପଟେନ ସାକିବ ଉଲ ହାସନ ଗତ ସପ୍ତାହରେ ଆହତ ହୋଇଥିଲେ ହେଁ ଆଜି ସେ ଖେଳିବା ସମ୍ଭାବନା ଅଧିକ ବୋଲି ଜଣାପଡିଛି ।

ଗତ ମାସ ଏସିଆ କପରେ ବାଂଲାଦେଶ ଭାରତକୁ ହରାଇଥିଲା । ତେଣୁ ଆଜି ମ୍ୟାଚରେ ଏହାକୁ ପୁନରାବୃତ୍ତି କରିବା ଲକ୍ଷ୍ୟରେ ରହିବ ବାଂଲା ବାହିନୀ । ୱାନଡେ ବିଶ୍ୱକପ୍ ଇତିହାସକୁ ଦେଖିଲେ ଏହି ସମ୍ମାନଜକନ ଟୁର୍ଣ୍ଣାମେଣ୍ଟରେ ଦୁଇ ଦେଶ ୪ ଥର ମୁହାଁମୁହିଁ ହୋଇଛନ୍ତି । ଆଉ ଏଥିରେ ଭାରତ ୩ଥର ବିଜୟୀ ହୋଇଥିବା ବେଳେ ବାଂଲାଦେଶ ଥରେ ଜିତିଥିଲା ।

ସେହିପରି ଦିନିକିଆ କ୍ରିକେଟରେ ଦୁଇ ଦେଶ ମଧ୍ୟରେ ୪୦ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୩୧ଟି ଆଉ ବାଂଲାଦେଶ ୮ଟି ମ୍ୟାଚରେ ଜିତିଛନ୍ତି । ଗୋଟିଏ ମ୍ୟାଚରେ ଫଳାଫଳ ଅମିମାଂସିତ ରହିଛି।...