Advertisment

ମହିଳା ଟି-୨୦ ବିଶ୍ୱକପ୍‌: ଆଜି ଭାରତ-ପାକ୍‌ ମହାମୁକାବିଲା, ଜାଣନ୍ତୁ କେତେବେଳେ ଖେଳାଯିବ ଏହି ମ୍ୟାଚ୍‌

ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତୀୟ ସମୟ ଦିନ ୩.୩୦ରେ ଖେଳାଯିବ ଏହି ମ୍ୟାଚ୍‌ ।

India vs Pakistan

India vs Pakistan

Advertisment

ମହିଳା ଟି-୨୦ ବିଶ୍ୱକପ୍‌ରେ ଆଜି ଖେଳାଯିବ ହାଇଭୋଲଟେଜ୍‌ ମ୍ୟାଚ୍‌ । ବିଶ୍ୱକପ୍‌ ମଞ୍ଚରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ । ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ମହାମୁକାବିଲା । ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତୀୟ ସମୟ ଦିନ ୩.୩୦ରେ ଖେଳାଯିବ ଏହି ମ୍ୟାଚ୍‌ ।

Advertisment

ଚଳିତ ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ପରାଜୟର ସ୍ୱାଦ ଚାଖିଥିଲା । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୫୪ ରନ୍‌ରେ ହାରିଥିଲା ଭାରତ । ତେଣୁ ଆଜିର ମ୍ୟାଚ୍‌ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିବ । ତେଣୁ ଆଜିର ମ୍ୟାଚ୍‌ରେ ପାରମ୍ପାରିକ ପ୍ରତୀଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରି ବିଶ୍ୱକପ୍‌ ସେମିଫାଇନାଲ ରେସ୍‌ରେ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେପଟେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ତେଣୁ ଆଜିର ମ୍ୟାଚରେ ଭାରତକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ନିଜ ସ୍ଥିତି ଦୃଢ଼ କରିବାକୁ ଚେଷ୍ଟା କରିବ ପାକିସ୍ତାନ ।

ଯଦି ଉଭୟ ଦଳର ରେକର୍ଡ କଥା କହିବା ତାହାଲେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୫ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟରୁ ଭାରତ ୧୨ଟି ମ୍ୟାଚରେ ବିଜୟଲାଭ କରିଛି । ଉଭୟଙ୍କ ମଧ୍ୟରେ ଶେଷ ମ୍ୟାଚ୍ ମହିଳା ଏସିଆ କପ୍ ୨୦୨୪ରେ ଖେଳାଯାଇଥିଲା । ଯେଉଁଥିରେ ଭାରତୀୟ ଦଳ ସାତ ୱିକେଟ୍ ଜିତିଥିଲା । ଯଦି ଦେଖାଯାଏ, ମହିଳା ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାତୋଟି ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ଭାରତ ୫ଟି ଓ ପାକିସ୍ତାନ ଦୁଇଟି ମ୍ୟାଚ୍‌ରେ ଜିତିଥିଲା ।

Advertisment

ଭାରତର ସମ୍ଭାବ୍ୟ ଏକାଦଶ- ହରମନପ୍ରୀତ କୌର (ଅଧିନାୟକ), ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ଜେମିମା ରୋଡ୍ରିଗସ, ରିଚା ଘୋଷ (ୱିକେଟ କିପର୍), ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା, ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ଆଶା ଶୋଭନା, ରେଣୁକା ଠାକୁର

ପାକିସ୍ତାନର ସମ୍ଭାବ୍ୟ ଏକାଦଶ- ମୁନୀବା ଅଲି (ୱିକେଟ କିପର୍), ଗୁଲ୍ ଫିରୋଜ, ସିଦ୍ରା ଅମୀନ, ଓମାଇମା ସୋହେଲ, ନିଦା ଦାର୍, ତୁବା ହାସନ, ଫତିମା ସାନା (ଅଧିନାୟକ), ଆଲିୟା ରିଜା, ଡାଏନା ବେଗ, ନଶ୍ରା ସାନ୍ଧୁ, ସଦିଆ ଅକବଲ

Advertisment
India Vs Pakistan Harmanpreet Kaur T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ