Advertisment

OCA President: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ସଭାପତି ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ରେସରେ ଆଗରେ ଅଛନ୍ତି ବିଜେପିର ଏହି ନେତା । ସେ ସଭାପତି ହେଲେ ଭଲ ହେବ ବୋଲି କହିଛନ୍ତି ଓସିଏ ସଂପାଦକ ।

ଅଦ୍ୟତନ ହୋଇଛି
ରେସରେ ଆଗରେ ବିଜେପି ନେତା

ରେସରେ ଆଗରେ ବିଜେପି ନେତା

Advertisment

ବବିଙ୍କ ପରେ ବେବି ହେବେ କି ଓସିଏ ସଭାପତି ? ଓଡ଼ିଶା କ୍ରିକେଟ ଆସୋସିଏସନ ନୂଆ ସଭାପତି କିଏ ହେବେ ? ତାକୁ ନେଇ ଜୋରସୋର ଚର୍ଚ୍ଚା ଭିତରେ ବିଜେପିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ୍ ବେବିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଲଳିତେନ୍ଦୁ କହିଛନ୍ତି, ଓସିଏ ଏବଂ ଓଡ଼ିଶା କ୍ରିକେଟର ଉନ୍ନତି ପାଇଁ ସୁଯୋଗ ମିଳିଲେ ନିଶ୍ଚିତ କରିବି। ଯଦି କର୍ମକର୍ତ୍ତା ଚାହାନ୍ତି ଏବଂ ସୁଯୋଗ ମିଳେ ତେବେ ସଭାପତି ପଦ ପାଇଁ ମୁଁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ଲଳିତେନ୍ଦୁ। ସେ କହିଛନ୍ତି, ବର୍ତ୍ତମାନ ସମୟରେ ଓଡିଶା କ୍ରିକେଟରେ ସେଭଳି ଉନ୍ନତି ହୋଇନାହିଁ। କେବଳ ଖେଳାଳି ନୁହଁନ୍ତି ବରଂ ସମ୍ପୂର୍ଣ୍ଣ ସଂଘ ଏଥିପାଇଁ ଚିନ୍ତା କରିବା ଆବଶ୍ୟକ। ସମସ୍ତଙ୍କ ସହଯୋଗରେ ଓଡ଼ିଶା କ୍ରିକେଟର ଉନ୍ନତି ହୋଇପାରିବ।

Advertisment

ଓସିଏ ସମ୍ପାଦକ ସଞ୍ଜୟ ବେହେରା ଲଳିତେନ୍ଦୁଙ୍କ କଥାକୁ ସମର୍ଥନ ଜଣାଇ ପରୋକ୍ଷରେ ଗ୍ରୀନ ସିଗନାଲ ଦେଇଛନ୍ତି। ସଞ୍ଜୟ କହିଛନ୍ତି ପୂର୍ବରୁ ଲଳିତେନ୍ଦୁ ଓଡିଶା କ୍ରିକେଟ ସହ ଜଡିତ ଥିଲେ। ସେ ଜଣେ ଦକ୍ଷ କୋଚ୍ ଓ କ୍ରିକେଟର। ତେଣୁ ସେ ଓସିଏକୁ ଆସିଲେ କ୍ରିକେଟର ବିକାଶ ହୋଇପାରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଗତ ୨୯ ତାରିଖରେ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରଣବ ପ୍ରକାଶ ଦାସ।

ଅଧିକ ପଢ଼ନ୍ତୁ: ସଭାପତି ପଦ ଛାଡିଲେ ବବି ଦାସ, ଅଚାନକ୍ ଇସ୍ତଫାକୁ ନେଇ ବଢ଼ିଲା ଚର୍ଚ୍ଚା 

Advertisment

ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ହେଉଛନ୍ତି ଜଣେ ପୂର୍ବତନ କ୍ରିକେଟ୍ ଖେଳାଳି । ସେ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ବିଧାୟକ ଥିଲେ । ସେ ବ୍ରହ୍ମଗିରି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ଏବେ ଶାସକ ଦଳ ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଅଛନ୍ତି । ତାଙ୍କ ଝିଆରୀ ଉପାସନା ମହାପାତ୍ର ଏବେ ବିଜେପି ବିଧାୟକ ଅଛନ୍ତି । ଲଳିତେନ୍ଦୁ ଓଡ଼ିଶା ପାଇଁ ରଣଜୀ ଖେଳିଛନ୍ତି ଓ କୋଚ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । 

ଶାସକ ବିଜେଡ଼ି OCAକୁ ନିଜ ଅକ୍ତିଆରରେ ରଖିବା ପାଇଁ ଚାହିଁବାରୁ ୨୦୨୨ OCA ନିର୍ବାଚନରେ ପ୍ରଣବ ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ସେ ଏହି ଦାୟିତ୍ବ ନେଇଥିବା ସେତେବେଳେ OCA ପକ୍ଷରୁ କୁହାଯାଇଥିଲା। ବିଜେଡ଼ି ସରକାରର ପତନ ପରେ ପ୍ରଣବ ପ୍ରକାଶ ଦାସଙ୍କ ପତିଆରା କମିଯାଇଥିଲା। ଗତ ୨ ବର୍ଷ ଭିତରେ ପ୍ରଣବ OCAରେ ୨/୩ଟି ବୈଠକରେ ଯୋଗ ଦେଇଥିବା ବେଳେ ପ୍ରାୟ କୌଣସି ବୈଠକକୁ ଆସୁନଥିବା OCAର ଜଣେ କର୍ମକର୍ତ୍ତା କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ:ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା...

BJP OCA Odisha Cricket Odisha Cricket Assocaition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ