Advertisment

ଫ୍ୟାନ୍ସଙ୍କ ଛାତି ଧଡ଼ଧଡ଼: କିଏ ହେବ IPL ମହାସମରର ଚାମ୍ପିଅନ ? ଗୁରୁ ନା ଶିଷ୍ୟ...

କାହାର ପଲ୍ଲା ଭାରି ରହିବ, ଖେଳ ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ।

ଅଦ୍ୟତନ ହୋଇଛି
who will be IPL 2023 champion

who will be IPL 2023 champion

Advertisment

ଫଟାଫଟ କ୍ରିକେଟ୍‌ର ମହାସମରର ଗ୍ରାଣ୍ଡ୍ ଫିନାଲେରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ। ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ। କାହାର ପଲ୍ଲା ଭାରି ରହିବ, ଖେଳ ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ। କାହିଁକିନା ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ସାମ୍ନାରେ ରହିବ ୪ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସ।

Advertisment

ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଉଭୟ ଦଳ ଚଳିତ ବର୍ଷ ଆଇପିଏଲର ଉଦଘାଟନୀ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳିଥିଲେ। ଆଉ ଏବେ ଶେଷ ତଥା ଫାଇନାଲ ମ୍ୟାଚ୍‌ ମଧ୍ୟ ଏହିଠାରେ ଖେଳିବାକୁ ଯାଉଛନ୍ତି। ଉଦଘାଟନୀ ମ୍ୟାଚ୍‌ ଖେଳିଥିବା ଦୁଇ ଦଳ, ଫାଇନାଲରେ ଟ୍ରଫି ପାଇଁ ଟକ୍କର କରିବା ଆଇପିଏଲ ଇତିହାସରେ ଆଗରୁ ଘଟି ନଥିଲା।

ଏବେ ଆସନ୍ତୁ ଜାଣିବା CSK ଓ GT ମଧ୍ୟରେ କାହାର ସ୍ଥିତି କଣ: 

ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇକୁ ହରାଇଥିଲା ଗୁଜରାଟ। ୪ଟି ବଲ୍‌ ବାକିଥାଇ ୫ ୱିକେଟରେ ଜିତିଥିଲା ଗୁଜରାଟ। ହେଲେ ପ୍ରଥମ କ୍ୱାଲିୟାୟରରେ  ଧୋନିଙ୍କ ଟିମ୍‌ ଚେନ୍ନାଇ ଗୁଜରାଟ ଟାଇଟନ୍ସକୁ ହରାଇଥିଲା। ତେବେ ଗୁଜରାଟ ଦ୍ୱିତୀୟ ସୁଯୋଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଫାଇନାଲରେ ପହଞ୍ଚିଛି। 

Advertisment

ଯଦି ଧୋନି ପଞ୍ଚମ ଥର ପାଇଁ ଟ୍ରଫି ଜିତିବେ ତାହାହେଲେ ରୋହିତ ଶର୍ମାଙ୍କ ଆଇପିଏଲ ରେକର୍ଡର ସମକକ୍ଷ ହେବେ। ସେହିପରି ଗୁଜରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତୃତୀୟ କ୍ୟାପଟେନ ଭାବରେ ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। ଉଭୟ ଟିମର ଖେଳାଳି ଦମଦାର ଫର୍ମରେ ରହିଛନ୍ତି। ଗୁଜରାଟ ଓପନର ଶୁବମନ ଗିଲ ବୋଲର ମହମ୍ମଦ ଶାମି ଓ ରଶିଦ ଖାନ ଅଛନ୍ତି।

ସେହିଭଳି ଚେନ୍ନାଇରେ ଡେଭନ କନଓ୍ୱେ ଓ ଋତୁରାଜ ଗାଏକ୍ୱାଡ ଓ ବୋଲିଂରେ ତୁଷାର ଦେଶପାଣ୍ତେ, ଦୀପକ ଚହର ଓ ପଥିରାଣା ଭଲ ପ୍ରଦର୍ଶନ କରିଛନ୍ତି। 

Advertisment

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ୍‌ରେ ବଡ଼ ସ୍କୋର ହେବାର ନଜିର ରହିଛି। ସେଥିପାଇଁ ଏଠାରେ ବ୍ୟାଟସମାନକୁ ସୁହାଇଥାଏ। ଟସ କିଏ ଜିତିବ ତାହାବି ଗୁରୁତ୍ୱ ନେଉଛି। ଦ୍ୱିତୀୟ କ୍ୱାଲିୟାର୍‌ରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ଏଠାରେ ମ୍ୟାଚ୍‌ ଜିତିଛି। 

Cricket CSK IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ