Advertisment

୨୦୨୩-୨୪ ଆର୍ଥିକ ବର୍ଷରେ କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ? ଜାଣନ୍ତୁ...

୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ...

ଅଦ୍ୟତନ ହୋଇଛି
indian cricketer

indian cricketer

Advertisment

କେଉଁ କ୍ରିକେଟ୍‌ ଖେଳାଳି ରୋଜଗାର କରନ୍ତି ସର୍ବାଧିକ ? କାହା ପାଖରେ ରହିଛି ସର୍ବାଧିକ ଟଙ୍କା ? କିଏ ସର୍ବାଧିକ ଟ୍ୟାକ୍ସ ପୈଠ କରନ୍ତି ? ଏକଥା ଯେତେବେଳେ ସାମ୍ନାକୁ ଆସେ ସେତେବେଳେ ସବୁ ଫ୍ୟାନ୍‌ଙ୍କ ମନରେ ଇଚ୍ଛା ଥାଏ ଜାଣିବାକୁ । କାରଣ ୧୯୮୩ ବିଶ୍ବକପ୍‌ ପରେ ଭାରତରେ କ୍ରିକେଟ୍‌କୁ ନେଇ ସବୁବେଳେ ଉତ୍ସାହ ଦେଖିବାକୁ ମିଳେ । ତେବେ ଏହାରି ଭିତରେ ୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତ୍‌ମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ । ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଟ୍ୟାକ୍ସ ...

Advertisment

୨୦୨୩-୨୪ ଆର୍ଥିକ ବର୍ଷର ଫର୍ଚୁନ ଇଣ୍ଡିଆର ରିପୋର୍ଟ ଅନୁସାରେ, ବିରାଟ କୋହଲି ଆଗରେ ରହିଛନ୍ତି। ବିରାଟ କୋହଲି ଚଳିତ ଆର୍ଥିକ ବର୍ଷରେ ୬୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ସେହିପରି ତାଙ୍କ ପରେ ଦ୍ୱିତୀୟରେ ମହେନ୍ଦ୍ର ସିଂହ ଧୋନି ଓ ସଚିନ ତେନ୍ଦୁଲକର ଅଛନ୍ତି । ଉଭୟ ଯଥାକ୍ରମେ ୩୮ ଓ ୨୮ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। 

ସେହିପରି ସୌରଭ ଗାଙ୍ଗୁଲି ୨୩ କୋଟି ଟଙ୍କା ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୩ କୋଟି ଟ୍ୟାକ୍ସ ପୈଠ କରି କ୍ରୀଡାବିତଙ୍କ ମଧ୍ୟରେ ଟପ୍-୫ରେ ରହିଛନ୍ତି। 

Advertisment

ସେମିତି ଫର୍ଚୁନ ଇଣ୍ଡିଆର ରିପୋର୍ଟ ଅନୁସାରେ, କଳାକାରଙ୍କ ମଧ୍ୟରେ ଶାହରୁଖ ଖାନ ସର୍ବାଧିକ ୯୨ କୋଟି ଟଙ୍କାର ଟ୍ୟାକ୍ସ ଦେଇଥିବା ବେଳେ ଦ୍ୱିତୀୟରେ ରହିଛନ୍ତି ସାଉଥ୍ ଅଭିନେତା ଥାଲପଥି ବିଜୟ । ସେ ଚଳିତ ଆର୍ଥିକ ବର୍ଷରେ ୮୦ କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ସଲମାନ ଖାନ । ସେ ଚଳିତ ଆର୍ଥିକ ବର୍ଷରେ ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

MS Dhoni Virat Kohli Sachin Tendulkar Hardik Pandya Indian Cricket Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ