Advertisment

Vinod kambli second wife: ବିନୋଦ କାମ୍ବଲିଙ୍କ ଦ୍ବିତୀୟ ସ୍ତ୍ରୀ ଆଣ୍ଡ୍ରିଆ ହେୱିଟଙ୍କ ବିଷୟେର ଜାଣନ୍ତୁ...

ବିନୋଦ କାମ୍ବଲିଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ବିବାଦ ଘେରରେ ରହିଛି। ଦୁଇ ଦୁଇ ଥର ବିବାହ କରିଥିଲେ ମଧ୍ୟ ଉଭୟ ଥର ଏହା ବିଫଳ ହୋଇଥିଲା। ୧୯୯୮ରେ କାମ୍ବଲି ନୋଏଲା ଲୁଇସଙ୍କୁ ବିବାହ କରିଥିଲେ। କାମ୍ବଲିଙ୍କୁ ବିବାହ କରିବା ଆଗରୁ ନୋଏଲା ପୁଣେର ବ୍ଲୁ ଡାଏମଣ୍ଡ ହୋଟେଲରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ତେବେ କାମ୍ବଲିଙ୍କ ନିଶା ଅଭ୍ୟାସ କାରଣରୁ ଏହି ସମ୍ପର୍କ ଅଧିକ ଦିନ ଚାଲି ନଥିଲା। ୨୦୦୦ ମସିହାରେ ନୋଏଲା ତାଙ୍କୁ ଡିଭୋର୍ସ ଦେଇଥିଲେ।

ଅଦ୍ୟତନ ହୋଇଛି
vinod kambli

vinod kambli

Advertisment

ଭାରତୀୟ କ୍ରିକେଟର ପୋଷ୍ଟର ବୟ ବିନୋଦ କାମ୍ବଲି। ଏକଦା ନିଜ ଷ୍ଟାଇଲିସ ବ୍ୟାଟିଂ କାରଣରୁ ଏକଦା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହିତ କାମ୍ବଲିଙ୍କ ତୁଳନା କରାଯାଉଥିଲା। ମାତ୍ର ପରବର୍ତୀ ସମୟରେ ନିଶାର କବଳକୁ ଆସି ଯାଇଥିଲ କାମ୍ବଲି। ଅନ ଫିଲ୍ଡରେ ବିଫଳତା ପରେ ଅଫ ଦ ଫିଲ୍ଡର ବିବାଦ ତାଙ୍କୁ ଚର୍ଚ୍ଚାରେ ରଖିଥିଲା। ନିଶାର ଅଭ୍ୟାସ ତାଙ୍କ କ୍ୟାରିୟର ଓ ସ୍ବାସ୍ଥ୍ୟ ଉଭୟକୁ ପ୍ରଭାବିତ କରିଥିଲା।

Advertisment

ନିକଟରେ କାମ୍ବଲିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ହସ୍ପିଟାଲ ୱାର୍ଡରେ ସେ ଅନ୍ୟ ରୋଗୀ ଓ ନର୍ସ ମାନଙ୍କ ସହିତ ନାଚୁ ଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଦେଖି କ୍ରିକେଟ ପ୍ରେମୀ ଖୁସି ହୋଇଥିଲେ। ବିନୋଦ କାମ୍ବଲିଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ବିବାଦ ଘେରରେ ରହିଛି। ଦୁଇ ଦୁଇ ଥର ବିବାହ କରିଥିଲେ ମଧ୍ୟ ଉଭୟ ଥର ଏହା ବିଫଳ ହୋଇଥିଲା। ୧୯୯୮ରେ କାମ୍ବଲି ନୋଏଲା ଲୁଇସଙ୍କୁ ବିବାହ କରିଥିଲେ। କାମ୍ବଲିଙ୍କୁ ବିବାହ କରିବା ଆଗର ନୋଏଲା ପୁଣେର ବ୍ଲୁ ଡାଏମଣ୍ଡ ହୋଟେଲରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ତେବେ କାମ୍ବଲିଙ୍କ ନିଶା ଅଭ୍ୟାସ କାରଣରୁ ଏହି ସମ୍ପର୍କ ଅଧିକ ଦିନ ଚାଲି ନଥିଲା। ୨୦୦୦ ମସିହାରେ ନୋଏଲା ତାଙ୍କୁ ଡିଭୋର୍ସ ଦେଇଥିଲେ।

କଡ଼ ଲେଉଟାଇବ କି କ୍ରିକେଟର କଳା ଇତିହାସ ? ସେବେ ଗାଙ୍ଗୁଲି-ଏବେ ରୋହିତ !

୨୦୦୦ ମସିହାରେ ଡିଭୋର୍ସ ପରେ କାମ୍ବଲି ସୁପର ମଡେଲ ଆଣ୍ଡ୍ରିଆ ହେୱିଟଙ୍କୁ ଡେଟ୍ କରିଥିଲେ। ୬ ବର୍ଷର ଡେଟିଂ ପରେ ଉଭୟ ବିବାହ କରିଥିଲେ। ଉଭୟ ୧୭ ବର୍ଷ ଏକାଠି ଅତିବାହିତ କରିବା ପରେ କାମ୍ବଲିଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ଆଣ୍ଡ୍ରିଆ। ଯୁକ୍ତିତର୍କ ସମୟରେ କାମ୍ବଲି ତାଙ୍କୁ ଏକ ପ୍ୟାନରେ ମାରିଥିବା ନେଇ ସେ ଅଭିଯୋଗ ଆଣିଥିଲେ। ପୋଲିସର ଦ୍ବାରସ୍ଥ ହେବା ସହ ଦୁଇ ପିଲାଙ୍କୁ ନେଇ ଘର ଛାଡିଥିଲେ ଆଣ୍ଡ୍ରିଆ। ଉଭୟଙ୍କ ଏକତ୍ର ହେବାର ସମ୍ଭାବନା କମ ରହିଥିବା ବେଳେ କାମ୍ବଲି ବର୍ତ୍ତମାନ ରିହାବରେ ଅଛନ୍ତି। 
କ୍ରିକେଟରେ ବିଫଳତା ପରେ କାମ୍ବଲି ୨୦୦୯ରେ ରାଜନୀତିରେ ମଧ୍ୟ ଯୋଗ ଦେଇଥିଲେ। ଲୋକ ଭାରତୀ ପାର୍ଟି ଟିକେଟରେ ୨୦୦୯ ଲୋକସଭା ନିର୍ବାଚନ ଲଢିବା ସହ ସେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

Indian Cricket Vinod Kambli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ