କ୍ୟାମେରା ସାମ୍ନାରେ ପତ୍ନୀଙ୍କ ସହ ଘର କଥା ଗପିଲେ ବୁମ୍‌ରା, ଭିଡିଓ ହେଲା ଭାଇରାଲ୍

ଗତ ରବିବାର ଦିନ ଭାରତ- ପାକିସ୍ତାନ ଖେଳ ହୋଇଥିଲା । ସେହି ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ କରି ଜିତିନେଇଥିଲା । ଲୋ ସ୍କୋର ହେବା ସତ୍ତ୍ୱେ ବୋଲର୍‌ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍‌କୁ ଭାରତ ଜିତିନେଇଥିଲା ।

T20 World Cup

ଗତ ରବିବାର ଦିନ ଭାରତ- ପାକିସ୍ତାନ ଖେଳ ହୋଇଥିଲା । ସେହି ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ କରି ଜିତିନେଇଥିଲା । ଲୋ ସ୍କୋର୍ ହେବା ସତ୍ତ୍ୱେ ବୋଲର୍‌ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍‌କୁ ଭାରତ ଜିତିନେଇଥିଲା । ତେବେ ବିଜୟର ସୂତ୍ରଧାର ସାଜିଥିଲେ ଦ୍ରୁତ ବୋଲର୍ ଜଶପ୍ରୀତ ବୁମରା ।

ମ୍ୟାଚ୍‌ ପରେ ଜଶପ୍ରୀତ ପତ୍ନୀ ତଥା ଟିଭି ଉପସ୍ଥାପିକା ସଞ୍ଜନା ଗଣେସନଙ୍କୁ ଦେଇଥିବା ପ୍ରତିକ୍ରିୟା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୁମରା ପ୍ରଧାନ୍ୟ ବିସ୍ତାର କରି ୩ ୱିକେଟ ନେବା ସହ ବହୁ କମ୍ ରନ୍ ମଧ୍ୟ ଦେଇଥିଲେ । ଫଳରେ ଭାରତ ପାକିସ୍ତାନକୁ ୧୧୩/୭ ରେ ସୀମିତ ରଖି ୬ରନ୍‌ରେ ଚମତ୍କାର ବିଜୟ ହାସଲ କରି ପାରିଥିଲା ।

ଅଧିକ ପଢ଼ନ୍ତୁ: କୋହଲିଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ମହିଳା, ଖେଳ ବେଳେ ବେକରେ ପକାଇଲେ ବିରାଟ ଲକେଟ୍

ମ୍ୟାଚ୍ ପରେ, ବୁମରାଙ୍କର ସାକ୍ଷାତକାର ନେଇଥିଲେ ତାଙ୍କ ପତ୍ନୀ ସଞ୍ଜନା । ସାକ୍ଷାତକାର ସମାପ୍ତ ହେବାପରେ ସଞ୍ଜନା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାର ପ୍ରତିଉତ୍ତରରେ ବୁମରା କହିଥିଲେ ମାତ୍ର ୩୦ ମିନିଟ୍ ପରେ ପୁଣି ସାକ୍ଷାତ ହେବ । ଏହାର ଉତ୍ତରରେ ସଞ୍ଜନା ପଚାରିଥିଲେ, ଆଜି ରାତିରେ କ’ଣ ଖାଇବା ..

ବୁମରା କହିଥିଲେ, ତୁମେ ଜାଣ ଯେ, ଆଜି ମୁଁ କ’ଣ ରାନ୍ଧିଛି । ଏଠାରେ ସେ ପାକିସ୍ତାନ ଦଳକୁ ଆକ୍ଷେପ କରି କହିଥିଲେ । ଏହା ହିଁ ସମସ୍ତଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା । ଚଳିତ ବିଶ୍ୱକପରେ ଏହା ଭାରତର ଦ୍ୱିତୀୟ ବିଜୟ ଥିଲା । ପୂର୍ବରୁ ଭାରତୀୟ ଦଳ ଉଦ୍‌ଘାଟନୀ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା ।

ପାକିସ୍ତାନକୁ ହରାଇବା ପରେ ବୁମରା କହିଥିଲେ, ବର୍ତ୍ତମାନ ଭଲ ଲାଗୁଛି । ଲଗାତାର ଭଲ ଖେଳିବାକୁ ଚେଷ୍ଟା କରୁଛୁ । ପ୍ରତି ମ୍ୟାଚ୍‌ରେ ଧ୍ୟାନ ଦେବା ସହ ଭଲ କରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ବୁମରା । ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ପ୍ରଶଂସା କରି ବୁମରା କହିଥିଲେ ଯେ, ଭାରତରେ ଖେଳିବା ପରି ସମର୍ଥନ ମିଳିଛି । ଏହା ହିଁ ପ୍ରତ୍ୟେକ ଖେଳାଳିଙ୍କୁ ଭଲ କରିବାକୁ ପ୍ରେରଣା ଯୋଗାଇଥାଏ । ବର୍ତ୍ତମାନ ଉପରେ ଧ୍ୟାନ ଦେଉଛୁ । ଆଗକୁ ମଧ୍ୟ ଭଲ କରିବୁ ବୋଲି ଆଶା ଅଛି ବୋଲି ବୁମରା କହିଛନ୍ତି ।

ପାକିସ୍ତାନ ବିପକ୍ଷରେ ବୁମରା ତିନି ୱିକେଟ୍ ନେଇଥିବା ବେଳେ ଟି-୨୦ କ୍ରିକେଟ୍‌ରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ପାଲଟିଛନ୍ତି । ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଟି-୨୦ କ୍ରିକେଟ୍‌ରେ ୭୯ଟି ୱିକେଟ୍ ପାଇସାରିଛନ୍ତି ।