Advertisment

କଂଗ୍ରେସରେ ଭିନେଶ ଫୋଗଟ, କୁସ୍ତି କୋଚ୍ ମହାବୀର କହିଲେ..

କୁସ୍ତିରୁ ସନ୍ୟାସ ଘୋଷଣା କରିବା ପରେ ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ସେ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଝୁଲାନା ଆସନରୁ ଲଢ଼ୁଛନ୍ତି ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Coach Mahavir Phogat on Vinesh Phogat Joined Congress

Coach Mahavir Phogat on Vinesh Phogat Joined Congress

କୁସ୍ତିରୁ ସନ୍ୟାସ ଘୋଷଣା କରିବା ପରେ ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସରେ ସାମିଲ ହୋଇଛନ୍ତି ଭିନେଶ । ଏହାପରେ ସେ ଚର୍ଚ୍ଚାରେ ରହିଛନ୍ତି । ଭିନେଶଙ୍କ ଏପରି ନିଷ୍ପତ୍ତିକୁ ନେଇ ଏକାଧିକ ରାଜନେତା ଓ ଖେଳାଳି ପ୍ରତିକ୍ରିୟା ରଖିଛନ୍ତି । ତେବେ କୁସ୍ତି କୋଚ୍ ମହାବୀର ଫୋଗଟ, ଭିନେଶଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହାବୀର କହିଛନ୍ତି, ୨୦୨୮ ଅଲିମ୍ପିକ୍ସ ଶେଷ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଘୁଞ୍ଚାଇଥିଲେ ଭଲ ହୋଇଥାନ୍ତା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ଭିନେଶ ଲକ୍ଷ୍ୟ ରଖିବା ଉଚିତ୍ ହୋଇଥାନ୍ତା । 

Advertisment

ସଦ୍ୟ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ । ପଦକ ପକ୍କା କରିଥିଲେ ମଧ୍ୟ ଅଧିକ ଓଜନ କାରଣରୁ ଫାଇନାଲ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇଥିଲେ ।ଏବେ ସେ ରାଜନୀତି ମୈଦାନକୁ ଓହ୍ଲାଇଥିବାବେଳେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଝୁଲାନା ଆସନରୁ ଲଢ଼ୁଛନ୍ତି ।

କୁସ୍ତିରେ ଭିନେଶଙ୍କ ସଫଳତାକୁ ପ୍ରଶଂସା କରିବା ସହ କୋଚ୍ ମହାବୀର ଫୋଗଟ କହିଛନ୍ତି, ସମସ୍ତ ଦେଶବାସୀ ଭିନେଶଙ୍କ ଠାରୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଶା କରିଥିଲେ । ମାତ୍ର ସେ ବହୁତ ଶୀଘ୍ର ରାଜନୀତିକୁ ବାଛିନେଲେ । ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଭଲ ପ୍ରଦର୍ଶନ କରିଥିଲେ ମାତ୍ର ଫାଇନାଲ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ।

Advertisment

ଭେଟେରାନ କୁସ୍ତି କୋଚ୍ କହିଛନ୍ତି, "ସ୍ୱର୍ଣ୍ଣ ପଦକ ମୋର ସ୍ୱପ୍ନ ଥିଲା, ସବୁ ଭାରତୀୟ ମଧ୍ୟ ଭିନେଶଙ୍କଠାରୁ ସମାନ ଆଶା ରଖିଥିଲେ । ମାତ୍ର ସେ ରାଜନୀତି କରିବାକୁ ନିଷ୍ପତ୍ତି ନେବାପରେ ସମସ୍ତେ ଏବେ ମର୍ମାହତ । ହୁଏତ ସେ ଏହି ନିଷ୍ପତ୍ତି ୨୦୨୮ ଅଲିମ୍ପିକ୍ସ ପରେ ନେଇଥିଲେ ଉଚିତ୍ ହୋଇଥାନ୍ତା ।" 

ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା ମହାବୀର ଫୋଗଟ ଆହୁରି ମଧ୍ୟ କହିଛନ୍ତି, ରାଜନୀତିରେ ମିଶିବା ନିଷ୍ପତ୍ତି ବିଷୟରେ ଭିନେଶ ଆଗରୁ ଜଣାଇନାହାନ୍ତି କିମ୍ବା ତାଙ୍କ ସହ ଚର୍ଚ୍ଚା ଆଲୋଚନା କରିନାହାନ୍ତି । ପୂର୍ବରୁ କଂଗ୍ରେସରେ ସାମିଲ ହେବା କିମ୍ବା ନିର୍ବାଚନ ଲଢ଼ିବା ଇଚ୍ଛା ମଧ୍ୟ ବଜରଙ୍ଗ କିମ୍ବା ଭିନେଶଙ୍କର ନଥିଲା ବୋଲି କହିଛନ୍ତି ମହାବୀର । ଆଗାମୀ ହରିୟାଣା ନିର୍ବାଚନରେ ଝିଅ ବବିତା ଫୋଗଟ ବିଜେପି ଟିକେଟ ଗ୍ରହଣ କରିନଥିବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହାବୀର । ସମସ୍ତଙ୍କୁ ଟିକେଟ ମିଳେନାହିଁ । ଦଳର ନିଷ୍ପତ୍ତି ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

ସେପଟେ ଲୋକଙ୍କ ଆଖିରେ ବିଜେତା ବନିବାଠାରୁ କିଛି ବଡ଼ ନାହିଁ ବୋଲି କହିଛନ୍ତି ଅଲିମ୍ପିଆନ ଭିନେଶ । କଂଗ୍ରେସରେ ସାମିଲ ହେବା ପୂର୍ବରୁ ନିକଟରେ କୁସ୍ତି କ୍ୟାରିୟରରୁ ଅବସର ଘୋଷଣା କରିଥିଲେ ଭିନେଶ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ଆସନ୍ତା ଅକ୍ଟୋବର ୫ ତାରିଖରେ ହେବାକୁ ଯାଉଛି । ଅକ୍ଟୋବର ୮ରେ ଭୋଟ ଗଣତି ପାଇଁ ସୂଚୀ ରହିଛି । ୨୦୧୯ ନିର୍ବାଚନରେ ବିଜେପି ୪୦ ଆସନରେ ବିଜୟୀ ହେବାସହ କ୍ଷମତା ହାତେଇଥିଲା । ଅନ୍ୟପଟେ କଂଗ୍ରେସ ୩୦ଟି ଆସନରେ ବିଜୟୀ ହୋଇଥିଲା । 

Congress Vinesh Phogat Wrestling
Advertisment
Advertisment