Advertisment

ମାହିଙ୍କ ଷ୍ଟାଇଲ୍‌; ହାର୍ଦ୍ଦିକଙ୍କୁ ଧୋଇଲେ, କୁନି ଝିଅକୁ ଭେଟି ଦେଲେ..ଭିଡିଓ ଭାଇରାଲ

ପୁଣି ଧୋନି..ଧୋନି..ଧ୍ୱନିରେ କମ୍ପିବ ଷ୍ଟାଡିୟମ। ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମହେନ୍ଦ୍ର ସିଂହ ଧୋନି।

ଅଦ୍ୟତନ ହୋଇଛି
Mahendra Singh Dhoni Gifts ball to fan

Mahendra Singh Dhoni

Advertisment

ଫ୍ୟାନ୍ସଙ୍କ ମନ ଜିତିଲେ ମାହି। କୁନି ଫ୍ୟାନ୍ସଙ୍କୁ ଦେଲେ ବଡ଼ ଭେଟି। ଗତକାଲିର ମ୍ୟାଚ୍‌ରେ ଧୋନିଙ୍କ ଜବରଦସ୍ତ ବ୍ୟାଟିଂ ପରେ ୱାଙ୍ଖଡେରେ ବସିଥିବା ସମସ୍ତ ଦର୍ଶକଙ୍କ ମନ ଜିତିଛନ୍ତି କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି। ତେବେ କ୍ୟାପଟେନ୍‌ କୁଲ୍‌ଙ୍କ ମହାନତାକୁ ନେଇ ପୁଣି ଚର୍ଚ୍ଚା । ମହେନ୍ଦ୍ର ସିଂ ଧୋନି ବିସ୍ଫୋରକ ବ୍ୟାଟିଂ ପାଇଁ ଯେତିକି ଜଣାଶୁଣା ତାଙ୍କ ବ୍ୟବହାର ସେପରି ମାର୍ଜିତ। ସଫଳତାର ଶୀର୍ଷରେ ଥିଲେ ସୁଦ୍ଧା ଅହଙ୍କାର ତାଙ୍କୁ ଛୁଇଁ ପାରିନି। ତାଙ୍କର ଏହି ଖାସ୍‌ ଅନ୍ଦାଜ୍‌ ପାଇଁ ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ମାହିଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ଅତି ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି । ଆଉ ସେ ବି କୌଣସି ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ।

Advertisment

ଅଧିକ ପଢ଼ନ୍ତୁ: ଧୋନିଙ୍କୁ ଦେଖିବେ ବୋଲି ଦେଲେନି ସ୍କୁଲ ଫି’, ୬୪ ହଜାରରେ କିଣିଲେ IPL ଟିକେଟ୍‌

ପୁଣି ଧୋନି..ଧୋନି..ଧ୍ୱନିରେ କମ୍ପିବ ଷ୍ଟାଡିୟମ। ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମହେନ୍ଦ୍ର ସିଂହ ଧୋନି। ତିନୋଟି ଛକା ଓ ୨ ରନ୍ ବଳରେ ୨୦ ରନର ଭାଗିଦାରୀ ଯୋଡ଼ିଥିଲେ ଧୋନୀ। ତେବେ ଇନିଂସ ଶେଷରେ ପାଭେଲିୟନ୍‌କୁ ଫେରିବା ବେଳେ ଜଣେ କୁନି ଫ୍ୟାନ୍‌ଙ୍କୁ ଭେଟିଥିଲେ ମହେନ୍ଦ୍ର ସିଂ ଧୋନି । ସେହି କୁନି ଫ୍ୟାନଙ୍କ ସହ କେବଳ ଯେ ହାତ ମିଶାଇଥିଲେ ତାହା ନୁହେଁ ବରଂ ତାଙ୍କ ମ୍ୟାଚ୍‌ ବଲ୍‌ ଗିଫ୍ଟ ମଧ୍ୟ କରିଥିଲେ ଧୋନି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସାଉଁଟିଛି।

Advertisment

ଧୋନି ପୂର୍ବରୁ ମଧ୍ୟ ଅନେକ ଫ୍ୟାନ୍‌ଙ୍କ ମନ ଜିତିଥିବା ଦେଖିବାକୁ ମିଳିଥିଲା। ଗତବର୍ଷ କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କର ମଧ୍ୟ ଧୋନିଙ୍କ ଅଟୋଗ୍ରାଫ୍‌ ପାଇଁ ଧାଇଁ ଆସିଥିଲେ। ସେ ପିନ୍ଧିଥିବା ସାର୍ଟରେ ଅଟୋଗ୍ରାଫ୍‌ ଦେବା ପାଇଁ କହିଥିଲେ।

Advertisment

ଗତକାଲି ୱାଙ୍ଖେଡ଼େରେ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଦେଖିବାକୁ ମିଳିଛି ଏକ ରୋମାଞ୍ଚକର ମୁକାବିଲା। ମହେନ୍ଦ୍ର ସିଂହ ଧୋନିଙ୍କ ୨୦ ରନ୍ ଆଗରେ ଫିକା ପଡିଯାଇଛି ରୋହିତ ଶର୍ମାଙ୍କ ଶତକୀୟ ପାଳି। ୨୦୬ ରନର ଟାର୍ଗେଟକୁ ପିଛା କରି ୧୮୬ ରନରେ ଅଟକି ଯାଇଛି ମୁମ୍ବାଇ। ଫଳରେ ଏହି ମୁକାବିଲାକୁ ୨୦ ରନରେ ଜିତି ନେଇଛି ଚେନ୍ନାଇ ସୁପର କିଙ୍ଗସ୍।

ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା। ପ୍ରାରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଯିବା ପରେ ରଚିନ ରବୀନ୍ଦ୍ରଙ୍କ ସାଥ୍ ଦେଇଥିଲେ ଋତୁରାଜ ଗାଏକ୍ୱାଡ। କିନ୍ତୁ କିଛି ସମୟ ପରେ ୨୧ ରନ୍ କରି ପାଭିଲିଅନ ଫେରିଥିଲେ ରଚିନ। ଏହାପରେ ଜମିଥିଲା ଗାଏକ୍ୱାଡ ଓ ଶିବମ ଦୁବେଙ୍କ ଯୋଡ଼ି।

Chennai Super Kings CSK Mahendra Singh Dhoni
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ