ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍‌ର ହେଲା ଅନ୍ତ !

କ୍ରିକେଟ୍ ଜଗତରେ କିଏ ବଡ଼ ଖେଳାଳି, ସଚିନ୍ ତେନ୍ଦୁଲକର କି ବିରାଟ କୋହଲି । ଏହି ପ୍ରଶ୍ନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ରହିଥାଏ । ଏହାକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ ।

Cricket

କ୍ରିକେଟ୍ ଜଗତରେ କିଏ ବଡ଼ ଖେଳାଳି, ସଚିନ୍ ତେନ୍ଦୁଲକର କି ବିରାଟ କୋହଲି । ଏହି ପ୍ରଶ୍ନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ରହିଥାଏ । ଏହାକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ । ତେନ୍ଦୁଲକରଙ୍କୁ କ୍ରିକେଟର 'ଭଗବାନ' କୁହାଯାଉଥିବା ବେଳେ କୋହଲିଙ୍କୁ କ୍ରିକେଟ ଜଗତର ରାଜା ବୋଲି କହିଥାଆନ୍ତି ପ୍ରଶଂସକ ଓ ବିଦ୍ୱାନ । ଏହି ପ୍ରଶ୍ନକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ପ୍ରାୟ ସବୁବେଳେ ଲାଗି ରହିଥାଏ ।

ବର୍ତ୍ତମାନ ଏହି ବିତର୍କରେ ସାମିଲ ହୋଇଛନ୍ତି, ପୂର୍ବତନ ଇଂଲିସ୍ କ୍ରିକେଟର ଡେଭିଡ ଲିଓଡ୍ । ଆଇସିସି ତରଫରୁ ଅଲଟିମେଟ ପ୍ଲେଇଂ XI ଚୟନ କରିବା ପାଇଁ ସେ ସବୁବେଳେ ବିରାଟ କୋହଲି ଓ ସଚିନଙ୍କ ମଧ୍ୟରେ ଝୁଲି ରହିଥାଆନ୍ତି ବୋଲି କହିଛନ୍ତି । ସର୍ବକାଳୀନ ଟେଷ୍ଟ ଏକାଦଶ ପାଇଁ ଦଳ ଚୟନ କରିବା ତାଙ୍କର କାର୍ଯ୍ୟ ଥିଲା । ତେବେ ସେତେବେଳେ ଏହା ହିଁ ତାଙ୍କ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ ଥିଲା ବୋଲି ସେ କହିଛନ୍ତି ।

ଯେତେବେଳେ ସେ ସୋସିଆଲ ମିଡିଆକୁ ଏହି ପ୍ରଶ୍ନ ପଚାରିଲେ ସେତେବେଳେ ଉତ୍ତର ମିଳିଥିଲା ସଚିନ । ଏହି ଉତ୍ତର ସହ ଡେଭିଡ୍ ମଧ୍ୟ ସମର୍ଥନ କରିଥିଲେ । ସେ କହିଥିଲେ, ଟେଷ୍ଟରେ ସଚିନଙ୍କରଠାରୁ ମହାନ ଖେଳାଳି ଆଉ ନାହାନ୍ତି । ବିରାଟ ମହାନ ଅଟନ୍ତି । ତେବେ ସେ ଟେଷ୍ଟ ପାଇଁ ସଚିନଙ୍କଠୁ ଉପଯୁକ୍ତ ନୁହଁନ୍ତି । ଏହାକୁ ନେଇ ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ଏହା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

ବିରାଟ ଅବିଶ୍ୱସନୀୟ ଓ ବିପଜ୍ଜନକ । ସେ ଜଣେ ଉତ୍ସାହୀ ଖେଳାଳି । ବିରାଟଙ୍କ କ୍ରିକେଟ ପ୍ରତି ଭଲ ପାଇବା ଅବିଶ୍ୱସନୀୟ । ତେବେ ଯଦି ମୋତେ ସଚିନ ଓ ଲାରାଙ୍କ ମଧ୍ୟରେ ବାଛିବାକୁ କୁହା ଯାଇ ଥାଇଥାଆନ୍ତା, ତେବେ ମୁଁ ଲାରାଙ୍କୁ ବାଛି ଥାଆନ୍ତି । କିନ୍ତୁ ସଚିନ ଓ ବିରାଟଙ୍କ ମଧ୍ୟରେ କେବଳ ସଚିନ । ତେବେ ଏହା କୌଣସି ଯୁକ୍ତି ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବିରାଟ । ଉଭୟ ମହାନ ଖେଳାଳି ବୋଲି ମଧ୍ୟ କହିଛନ୍ତି ଡେଭିଡ ।

କୋହଲିଙ୍କ ଯୁଗ ଟି-୨୦ ଓ ଦିନିକିଆ ଉପରେ ଗୁରୁତ୍ୱ ଦେଉଥିବା ଯୁଗ । ବର୍ତ୍ତମାନ ରନ ସ୍କୋର କରିବା ଉପରେ ଅଧିକା ଗୁରୁତ୍ୱ ଦିଆଯାଉଛି । ସେତେବେଳେ କିନ୍ତୁ ରନ ସହ ବୋଲିଂକୁ ମଧ୍ୟ ଦେଖାଯାଉଥିଲା । ବର୍ତ୍ତମାନ ବୋଲିଂର ଗୁରୁତ୍ୱ ଅପେକ୍ଷାକୃତ କମିଗଲାଣି । ବର୍ତ୍ତମାନ ଯୁଗ ପାଇଁ କୋହଲିଙ୍କଠାରୁ ମହାନ କେହି ନାହାନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ଯଦି ଟି-୨୦ କିମ୍ବା ଦିନିକିଆ କଥା ହୋଇଥାଆନ୍ତା ତେବେ ମୁଁ କୋହଲିଙ୍କ ସହ ଯାଇଥାଆନ୍ତି ବୋଲି କହିଛନ୍ତି ।