Advertisment

‘ସାର୍‌ ମୋର ଦୁଇଟି ହାତ...’, ହୋଟେଲ ଅଧିକାରୀଙ୍କୁ ଏମିତି ଉତ୍ତର ଦେଲେ କୋହଲି

ବାସ୍ତବରେ ବିରାଟ କୋହଲିଙ୍କ ଗୋଟିଏ ହାତରେ ବ୍ୟାଗ ଏବଂ ଅନ୍ୟ ହାତରେ ପୁଷ୍ପଗୁଚ୍ଛ ଥିଲା । ଯେଉଁଥିପାଇଁ କୋହଲି ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବାରେ ସକ୍ଷମ ହୋଇନଥିଲେ ।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

କାନପୁରରେ ଖେଳାଯିବ ଭାରତ-ବାଂଲାଦେଶ ମଧ୍ୟ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ଚେନ୍ନାଇ ଟେଷ୍ଟ ଜିତିବା ପରେ ଦ୍ୱିତୀୟ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ କାନପୁରରେ ପହଞ୍ଚିଛି । ଗତକାଲି କାନପୁରରେ ପହଞ୍ଚିବା ପରେ ହୋଟେଲରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଧୁମ୍‌ଧାମରେ ସ୍ୱାଗତ କରାଯାଇଥିଲା । ତେବେ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ସ୍ୱାଗତ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ବିଶେଷକରି ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବା ନେଇ ବିରାଟ କୋହଲି ଦେଇଥିବା ଉତ୍ତର ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

ବାଂଲାଦେଶ ସହ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳିମାନେ କାନପୁରରେ ପହଞ୍ଚିଛନ୍ତି । ଗତକାଲି କାନପୁରର ଏକ ହୋଟେଲରେ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଦେଖିବାକୁ ମିଳିଥିଲା । ପ୍ରାୟତଃ ସମସ୍ତ ହୋଟେଲ ଅଧିକାରୀମାନେ ଖେଳାଳୀଙ୍କୁ ସ୍ୱାଗତ କରିବାକୁ ଏକତ୍ରିତ ହୋଇଥାନ୍ତି । କାନପୁରରେ ମଧ୍ୟ ଏହିପରି କିଛି ଦେଖିବାକୁ ମିଳିଥିଲା ।​ ବିରାଟ କୋହଲି ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହା ପରେ ଅନ୍ୟ ଜଣେ ହୋଟେଲ ଅଧିକାରୀ ବିରାଟଙ୍କ ସହ ହାତ ମିଳାଇବାକୁ ଆସିଥିଲେ କିନ୍ତୁ କୋହଲି କହିଥିଲେ 'ସାର୍, ମୋର କେବଳ ଦୁଇଟି ହାତ ଅଛି'।

ବାସ୍ତବରେ ବିରାଟ କୋହଲିଙ୍କ ଗୋଟିଏ ହାତରେ ବ୍ୟାଗ ଏବଂ ଅନ୍ୟ ହାତରେ ପୁଷ୍ପଗୁଚ୍ଛ ଥିଲା । ଯେଉଁଥିପାଇଁ କୋହଲି ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବାରେ ସକ୍ଷମ ହୋଇନଥିଲେ । କୋହଲିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମଧ୍ୟ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

Advertisment

ବାଂଲାଦେଶ ସହିତ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା। ଏହି ମ୍ୟାଚରେ ବିରାଟ କୋହଲି କିଛି ବିଶେଷ କରିପାରିନଥିଲେ । ପ୍ରଥମ ଇନିଂସରେ ୬ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୭ ରନ୍ ସ୍କୋର କରିବା ପରେ କୋହଲି ଆଉଟ୍ ହୋଇଯାଇଥିଲେ । ଚେନ୍ନାଇ ଟେଷ୍ଟରେ ବିଫଳ ହେବା ପରେ ‍ଫ୍ୟାନ୍‌ମାନେ କାନପୁର ଟେଷ୍ଟରେ କୋହଲିଙ୍କଠାରୁ ଏକ ବଡ଼ ଇନିଂସ ଆଶା କରିଛନ୍ତି ।

Advertisment

Virat Kohli BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ