Virat Kohli Asked To Reconsider Test Retirement Once Again
ପୁଣି ଟେଷ୍ଟ ଟିମ୍କୁ ଫେରିବେ କି ବିରାଟ ? ଧଳା ଜର୍ସି ପିନ୍ଧି ପୁଣି ପଡ଼ିଆରେ କମାଲ୍ କରିବେ କି ରନ୍ ମେସିନ୍ ? ବଢିଲା କଳ୍ପନା, ଆରମ୍ଭ ହେଲା ଚର୍ଚ୍ଚା । କଳ୍ପନା ଓ ଚର୍ଚ୍ଚା ହେବା ସ୍ୱାଭାବିକ । କାରଣ ଘଟଣା ହିଁ ସେମିତି ଘଟିଛି...ଆସନ୍ତୁ ଜାଣିବା କାହିଁକି ଏମିତି ପୁଣି ଚର୍ଚ୍ଚା ହେଉଛି...
କୋହଲି ତାଙ୍କର ଟେଷ୍ଟ ଅବସର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ପୁଣି ଥରେ ଧଳା ଜର୍ସି ପିନ୍ଧି ପଡ଼ିଆକୁ ଆସନ୍ତୁ । ଏମିତିକି ଏଥର ଆର୍ସିବି ଯଦି ଆଇପିଏଲ୍ ଟ୍ରଫି ଜିତେ କୋହଲି ଅବସର ନେବା ଉଚିତ୍ ନୁହେଁ। ଏମିତି ବଡ଼ ବୟାନ ଦେଇଛନ୍ତି ପୂର୍ବତନ ବିସିସିଆଇ କୋଷାଧ୍ୟକ୍ଷ ଓ ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ର ବର୍ତ୍ତମାନର ଅଧ୍ୟକ୍ଷ ଅରୁଣ ଧୂମଲ୍ ।
ତେବେ ବଡ଼ କଥା ହେଲା ବିରାଟ କୋହଲି ଗତ ମାସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଟେଷ୍ଟରେ ଅବସର ଘୋଷଣା କରିଥିଲେ। ଅଷ୍ଟ୍ରେଲିଆରେ ବିପକ୍ଷରେ ଖରାପ ସିରିଜ ପରେ, ବିରାଟ ଆଉ ଟେଷ୍ଟ ଫର୍ମାଟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ।
ଅଧିକ ପଢ଼ନ୍ତୁ: ଫର୍ମକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଫାଇନ ଭରିବେ ସମସ୍ତ ଲକ୍ଷ୍ନୌ ଖେଳାଳି
ଅରୁଣ ଧୂମଲ୍ ଆହୁରି କହିଛନ୍ତି ଯେ,"ବିରାଟ ହେଉଛନ୍ତି କ୍ରିକେଟ ଜଗତର ମହାନ ଖେଳାଳି । IPLର ଗତ ୧୮ଟି ସଂସ୍କରଣରେ ସେ ଯେଉଁ ପ୍ରକାରର ପ୍ରତିବଦ୍ଧତା ଦେଖାଇଛନ୍ତି, ମୁଁ କହିବି ଯେ ରୋଜର ଫେଡେରର ଟେନିସ ପାଇଁ ଯେମିତି ସେହିପରି କ୍ରିକେଟ୍ ପାଇଁ ହେଉଛନ୍ତି ବିରାଟ । ତେଣୁ ମୁଁ ଚାହିଁବି ଯେ ସେ IPL ଖେଳିବା ଜାରି ରଖନ୍ତୁ ଓ ସେ ଟେଷ୍ଟ କ୍ରିକେଟରୁ ଅବସର ନେବା ନିଷ୍ପତ୍ତିର ପୁନର୍ବିଚାର ମଧ୍ୟ କରନ୍ତୁ।"
ଅନ୍ୟପଟେ ଆଇପିଏଲ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୮ ୱିକେଟ୍ରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଆରସିବି । ସେପଟେ ୨୦୧୬ ପରେ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି ବେଙ୍ଗାଲୁରୁ । ଶେଷ ଥର ପାଇଁ ୨୦୧୬ ଆଇପିଏଲ ଫାଇନାଲକୁ ଯାଇଥିଲା ଆରସିବି । କିନ୍ତୁ ଫାଇନାଲ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦଠାରୁ ପରାଜୟ ବରଣ କରିଥିଲା । ଆଉ ଏବେ ୯ ବର୍ଷ ପରେ ପୁଣି ଥରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ବେଙ୍ଗାଲୁରୁ । ତେବେ ଏହା ପୂର୍ବରୁ ୨୦୦୯ ଓ ୨୦୧୧ ମସିହାରେ ମଧ୍ୟ ଆଇପିଏଲ ଫାଇନାଲରେ ଆରସିବି ପ୍ରବେଶ କରିଥିବା ବେଳେ ଉଭୟ ମ୍ୟାଚ୍ରେ ପରାଜୟର ସ୍ୱାଦ ଚାଖିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748851526.jpg)