/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636974741.jpg)
Indian Junior Women's Hockey Team
ନୂଆଦିଲ୍ଲୀ: ଭାରତୀୟ ଜୁନିୟର ହକି ବିଶ୍ୱକପ ଦଳରେ ସାମିଲ ହେଲେ ଦୁଇ ଓଡିଆ ଝିଅ । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପ୍ ପାଇଁ ଭାରତର ୧୮ ଜଣିଆ ଟିମ୍ର ଘୋଷଣା କରାଯାଇଛି । ତେବେ ଏହି ୧୮ ଜଣଙ୍କ ମଧ୍ୟରେ ୨ ଓଡିଆ ଝିଅ ମଧ୍ୟ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିଡ୍ ଫିଲ୍ଡର ଆଜମିନା କୁଜୁର ଓ ଫରୱାର୍ଡ ଜୀବନ କିଶୋରୀ ଟପ୍ପୋ । ଏହି ବର୍ଷ ଟୋକିଓ ଅଲମ୍ପିକରେ ମଧ୍ୟ ଦଳରେ ତିନି ଓଡିଆ ଝିଅ ସାମିଲ ଥିଲେ ।
ତେବେ ଦଳର ଘୋଷଣା ବେଳେ କ୍ୟାପଟେନ ଭାବେ ଲାଲରେମ୍ ସିଆମିଙ୍କୁ ଓ ଭାଇସ କ୍ୟାପଟେନ ଭାବେ ଇଶିକ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଭାରତୀୟ ଜୁନିୟର ହକି ଦଳର କୋଚ୍ ଜାନେକେ ସ୍କପମ୍ୟାନ କହିଛନ୍ତି ଯେ ଏହି ୧୮ ଜଣିଆ ଟିମ୍ ବେଶ ଶକ୍ତିଶାଳୀ ରହିଛି । ସବୁ ଦଳକୁ କଡା ଟକ୍କର ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ୧୮ ଜଣିଆ ଟିମରେ ଟୋକିଓ ଅଲମ୍ପିକ୍ସରେ ଲାଲରେମ୍ ସିଆମି ମଧ୍ୟ ସାମିଲ ରହିଛନ୍ତି । ତେବେ ତାଙ୍କ ପ୍ରଦର୍ଶନକୁ ନେଇ ବେଶ ଆଶାୟୀ ରହିଛି ଦଳ । କାରଣ ସେ ନିକଟରେ ଟୋକିଓ ଅଲମ୍ପିକରେ ଭଲ ପ୍ରଦର୍ଶନ କରିଥିଲେ ।
ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଥିବା ଏହି ବିଶ୍ୱକପରେ ଭାରତ ଗ୍ରୁପ୍ ସି ରେ ସ୍ଥାନ ପାଇଛି । ଗ୍ରୁପ ସି ରେ ଭାରତ ବ୍ୟତୀତ ଋଷିଆ, ଆର୍ଜେଣ୍ଟିନା ଓ ଜାପାନ ମଧ୍ୟ ସାମିଲ ରହିଛି । ତେବେ ଡିସେମ୍ବର ୬ ରେ ଭାରତ ଋଷିଆ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ବିଶ୍ୱକପରେ ସମୁଦାୟ ୧୬ ଟି ଟିମ ଭାଗ ନେଉଛନ୍ତି । ଡିସେମ୍ବର ୫ ରୁ ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବ । ପୂର୍ବରୁ ଜୁନିୟର ମହିଳା ବିଶ୍ୱକପରେ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଥିଲା । ଏହା ପୂର୍ବରୁ ଭାରତ ୨୦୧୬ ରେ ବ୍ରୋଞ୍ଜ ପଦକ ହାସଲ କରିଥିଲା । ତେବେ ଏବର୍ଷ ମଧ୍ୟ ଭାରତ ଦଳର ପ୍ରଦର୍ଶନ ନେଇ ସାରା ଦେଶ ବେଶ ଆଗ୍ରହ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)