Advertisment

୧୦୦ ରନ୍‌ରେ ହାରିଲା ଭାରତ କିନ୍ତୁ ଦ୍ୱିତୀୟ ଦିନିକିଆରେ ଚମକିଲେ ଚହଲ

୨୪୭ ରନ୍‌ର ପିଛା କରି ୧୪୬ ରନ୍‌ରେ ରହିଲା ଭାରତ । ରବିବାରର ତୃତୀୟ ତଥା ଶେଷ ମୁକାବିଲା ହେବ ର୍ନିଣ୍ଣାୟକ ।

Chahal

Chahal

Advertisment

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଭାରତ ୧୦୦ ରନରେ ହାରିଛି । ଫଳରେ ତିନି ଟିକିଆ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି । ଉଭୟ ଦଳ ବରାବର ସ୍ଥିତିରେ ଥିବାରୁ ରବିବାରର ତୃତୀୟ ତଥା ଶେଷ ମୁକାବିଲା ର୍ନିଣ୍ଣାୟକ ହେବ । ଗୁରୁବାର ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୪୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଜବାବରେ ଭାରତ ଅପ୍ରତ୍ୟାଶିତ ଭାବେ ମାତ୍ର ୧୪୬ ରନ୍ କରିଥିଲା । ରିଶି ଟପଲେ ୬ ଓ୍ୱିକେଟ୍ ନେଇ ଇଂଲଣ୍ଡ ବିଜୟର ମୁଖ୍ୟ ନାୟକ ସାଜିଥିଲେ । ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରିନଥିଲେ ।

Advertisment

ତେବେ ଗତକାଲି ଐତିହାସିକ ଲର୍ଡସରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଚମକିଛନ୍ତି ଯୁବ ବୋଲର ୟୁଜବେନ୍ଦର ଚହଲ। ଭଲ ଆରମ୍ଭ ସତ୍ତ୍ୱେ ଚହଲଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଇଂଲଣ୍ଡ ୪୯ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୪୬ ରନରେ ସୀମିତ ରହିଥିଲା । ଚହଲ ୪ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍‌ରାହଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିଲା ।

ଲଣ୍ଡନର ଓଭାଲ ଭଳି ଲର୍ଡସରେ ମଧ୍ୟ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଥିଲେ । ଟସ୍‌ ଜିତିବା ପରେ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଓଭାଲ ତୁଳନାରେ ଲର୍ଡସରେ ଇଂଲଣ୍ଡ ଠିକଠାକ ଆରମ୍ଭ କରିଥିଲା । ପ୍ରଥମ ପାୱାର ପ୍ଲେରେ ଦଳର ଦୁଇ ଓପନର ଜାସନ ରୟ ଓ ଜନ୍ନି ବେୟାରଷ୍ଟୋ ବେଶ ସତର୍କତାର ସହ ବ୍ୟାଟିଂ କରି କୌଣସି ୱିକେଟ ଦେଇ ନଥିଲେ ।

Advertisment

କିନ୍ତୁ ଦଳୀୟ ସ୍କୋର ୪୧ ଥିବା ବେଳେ ବ୍ୟକ୍ତିଗତ ୨୩ ରନ କରିଥିବା ଜାସନ ରୟଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ କରି ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ । ଜୋ ରୁଟ ଓ ବେୟାରଷ୍ଟୋ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୭୨ରେ ପହଞ୍ଚାଇଥିଲେ । କିନ୍ତୁ ଏହି ପାର୍ଟରନସିପକୁ ବେଶୀ ସମୟ ତିଷ୍ଟିବାକୁ ଦେଇ ନଥିଲେ ଚହଲ ।

ସେ ପ୍ରଥମେ ବେୟାରଷ୍ଟୋ(୩୮) ଓ ପରେ ରୁଟ(୧୧)ଙ୍କୁ ଆଉଟ କରିଥିଲେ । ବେନ ଷ୍ଟୋକ୍ସ(୨୧) ମଧ୍ୟ ଚହଲଙ୍କ ତୃତୀୟ ଶିକାର ବନିଥିଲେ । ଏହା ପୂର୍ବରୁ ମହମ୍ମଦ ଶାମି ଇଂଲିଶ ଟିମ ଅଧିନାୟକ ଜୋଶ ବଟଲର(୪)ଙ୍କୁ କ୍ଲନବୋଲ୍ଡ କରି ଦେଇଥିଲେ। ୬ଷ୍ଠ ୱିକେଟ ପାଇଁ ଲିଆମ ଲିଭିଙ୍ଗଷ୍ଟୋନ ଓ ମୋଇନ ଅଲୀ ୪୬ ରନ ଯୋଡ଼ିଥିଲେ। କିନ୍ତୁ ଦଳୀୟ ସ୍କୋର ୧୪୮ ଥିବା ବେଳେ ଲିଭିଙ୍ଗଷ୍ଟୋନ(୩୩) ରନ କରି ପାଣ୍ଡ୍ୟାଙ୍କ ଦ୍ୱିତୀୟ ଶିକାର ବନିଥିଲେ।

Advertisment

୧୪୮ ରନରେ ଇଂଲଣ୍ଡ ୬ଟି ୱିକେଟ ହରାଇଥିଲେ ମଧ୍ୟ ମୋଇନ ଅଲୀ ଓ ଡାଭିଡ ୱିଲ୍ଲୀ ହାର ମାନିବା ମୁଡରେ ନଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୦ ରନରେ ପହଞ୍ଚାଇଥିଲେ। ଏହି ଭାଗିଦାରୀରେ ମୋଇନ ଅଲୀ ବଡ଼ ଶଟ ଖେଳିଥିଲେ। ଅଲୀ ନିଜ ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ଚହଲ ଆଉଟ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଆଉଟ ହେବା ପୂର୍ବରୁ ସେ ୨ଟି ଚୌକା ଓ ୨ଟି ଛକା ବଳରେ ୪୭ ରନର ଇନିଂସ ଖେଳିଥିଲେ। ମୋଇନ ଅଲୀ ଆଉଟ ହେବା ପରେ ୱିଲ୍ଲୀ ନିଜର ଜଲୱା ଦେଖାଇଥିଲେ। ସେ ଯଶପ୍ରୀତ ବୁମ୍ରାଙ୍କୁ କିଛି ଭଲ ଶଟ ମାରିଥିଲେ। କିନ୍ତୁ ପୁଣି ଛକା ମାରିବା ଲୋଭରେ ସେ ୪୧ ରନ କରି ୪୭ତମ ଓଭରରେ ଆଉଟ ହୋଇଥିଲେ। ସେ ମଧ୍ୟ ନିଜର ୪୧ ରନର ଇନିଂସରେ ୨ଟି ଚୌକା ଓ ୨ଟି ଛକା ମାରିଛନ୍ତି। ୪୮ତମ ଓଭରରେ ବ୍ରାୟଡନ କାର୍ସେ(୨) ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଶେଷ ୱିକେଟ ପାଇଁ ରିସି ଟପଲେ ଓ କ୍ରେଗଟ ଓଭରଟନ ୬ ରନ ଯୋଡ଼ିବାରୁ ଇଂଲଣ୍ଡ ୨୪୬ ରନ କରିବାକୁ ସକ୍ଷମ ହୋଇଛି। ବୁମ୍ରା ୪୯ତମ ଓଭରର ଶେଷ ବଲରେ ଟପଲି(୩)ଙ୍କୁ କ୍ଲିନ ବୋଲ୍ଡ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଭାରତ ପକ୍ଷରୁ ଚହଲ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ହାର୍ଦ୍ଦିକ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଶାମି ଓ ପ୍ରସିଦ୍ଧଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ ଯାଇଛି।

Cricket India Vs England Yuzavendra Chahal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ