Advertisment

ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

ପୁଣି ଉଜ୍ଜୀବିତ ହେଲା ଭାରତର ପଦକ ଆଶା। ଏହି ଆଶା ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ନୀରଜ ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ଅଦ୍ୟତନ ହୋଇଛି
ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

Athlet Neeraj Chopra

Advertisment

ଟୋକିଓ: ପୁଣି ଉଜ୍ଜୀବିତ ହେଲା ଭାରତର ପଦକ ଆଶା। ଏହି ଆଶା ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ନୀରଜ ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ଫାଇନାଲରେ ପହଞ୍ଚିଛନ୍ତି ନୀରଜ ଚୋପ୍ରା। ସେ ୮୬.୬୫ ମିଟର ଫିଙ୍ଗି ଏହି ସଫଳତା ପାଇଛନ୍ତି। ନିଜର ପ୍ରଥମ ଉଦ୍ୟମରେ ନୀରଜ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

Advertisment

 ଟୋକିଓ ଅଲିମ୍ପିକ୍ସରେ ଫାଇନାଲ ରାଉଣ୍ଡକୁ ସିଧାସଳଖ ଯିବା ପାଇଁ ୮୩.୫୦ ମିଟର ଯୋଗ୍ୟତା ରଖାଯାଇଥିଲା ।  ନୀରଜ ଚୋପ୍ରା ନିଜର ପ୍ରଥମ ଅଲିମ୍ପିକ୍ସରେ ଭାଗ ନେଉଥିଲେ ମଧ୍ୟ କୌଣସି ଚାପର ବଶବର୍ତ୍ତୀ ହୋଇ ନଥିଲେ।  ଆସନ୍ତା ୭ ତାରିଖରେ ଜାଭେଲିନ ଥ୍ରୋ ଫାଇନାଲ ହେବ।  ଏଥିରେ ଭଲ ପ୍ରଦର୍ଶନ କରି ନୀରଜ ଅଲିମ୍ପିକ୍ସ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।  

ନୀରଜଙ୍କ ଅଲମ୍ପିକ କ୍ୟାରଅର ପ୍ରସ୍ତୁତି ଆଘାତପ୍ରାପ୍ତ ହେବା ଏବଂ କୋଭିଡ ଆକ୍ରାନ୍ତ ହେବା ଯୋଗୁ ପ୍ରଭାବିତ ହୋଇଥିଲା। ତଥାପି ସେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି। ପ୍ରଥମ ଥ୍ରୋରେ ଫାଇନାଲ୍‌ରେ ନିଜ ପାଇଁ ସ୍ଥାନ ତିଆରି କରିପାରିଛନ୍ତି।  ଜାଭେଲିନ ଥ୍ରୋରେ ଗ୍ରୁପ- ଏ ଏବଂ ବି ରେ ୮୩.୫୦ ମିଟର କ୍ୱାଲିଫିକେଶନ ରାଉଣ୍ଡରେ  ଚମତ୍କାର ପ୍ରଦର୍ଶନ କରି ସର୍ବଶ୍ରେଷ୍ଠ ୧୨ ଖେଳାଳିଙ୍କ ମଧ୍ୟରେ ନିଜ ପାଇଁ ସ୍ଥାନ ତିଆରି କରିପାରିଛନ୍ତି।  

Advertisment

ସୂଚନାଥାଉ କି, ଜୁନ୍‌ରେ ପର୍ତ୍ତୁଗାଲର ଲିସବନ ସହରରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ନୀରଜ ଗୋଲ୍‌ଡ ମେଡଲ ଜିତିଥିଲେ। ହେଲେ ଟୋକିଓ ଅଲମ୍ପିକ୍‌ରେ ଭାଗ ନେବାକୁ ନୀରଜଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ସେ ଅଲମ୍ପିକକୁ ଆସିବା ପୂର୍ବରୁ କୋଭିଡ ଆକ୍ରାନ୍ତ ହୋଇଥିଲେ। କରୋନାରୁ ସୁସ୍ଥ ହେବା ପରେ ପରେ ଟୋକିଓ ଆସିଥିଲେ। ସେତିକି ନୁହେଁ, ତାଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଥିଲା ଯେଉଁଥିପାଇଁ ତାଙ୍କୁ ସବୁ ଖେଳାଳିଙ୍କଠାରୁ ଦୂରେଇ ରହିବାକୁ ପଡ଼ିଥିଲା। 

Advertisment

ଅନ୍ୟପକ୍ଷେ ୨୦୧୭  ବିଶ୍ୱ ଚାମ୍ପିୟନଶିପ ବିଜେତା ଜର୍ମାନୀର ଜୋହାନସ୍ ଭେଟ୍ଟର। ଟୋକିଓ ଅଲମ୍ପିକକୁ ଆସିବା ପାଇଁ ପନୀର କ୍ୱାଲିଫିକେସନରେ ନୀରଜଙ୍କ ଠାରୁ ପଛରେ ପଡ଼ିଛନ୍ତି। ଅଗଷ୍ଟ ୭ରେ ଫାଇନାଲ ଅନୁଷ୍ଠିତ ହେବ।  ଅନ୍ୟ ପକ୍ଷରେ ଶିବପାଲ ସିଂ ଫାଇନାଲ ରାଉଣ୍ଡକୁ ଯିବାରେ ବିଫଳ ହୋଇଛନ୍ତି ।  ଶିବପାଲ୍ ମାତ୍ର ୭୬.୪୦ ମିଟର୍ ଥ୍ରୋ’ କରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ୮୩.୫୦ ମିଟର୍ ଥ୍ରୋ’ କିମ୍ବା ଟପ୍-୧୨ରେ ରହିଥିବା ଦରକାର। ଫାଇନାଲରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ସ୍ଥାନ ହାସଲ କରିଛନ୍ତି, ଯିଏ ଗ୍ରୁପ୍-ବି’ରେ ୮୫.୧୪ ମିଟର୍ ଥ୍ରୋ’ କରି ଶୀର୍ଷରେ ରହିଛନ୍ତି।

Tokyo Olympics Neeraj Chopra Javelin Throw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ