Advertisment

Tokyo Olympics: ଭାରତ ପାଇଁ ଖୁସି ଖବର, ତୀରନ୍ଦାଜୀରେ ପଦକ ଅଭିମୁଖେ ଦୀପିକା-ପ୍ରବୀଣଙ୍କ ଯୋଡ଼ି

ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି ।

ଅଦ୍ୟତନ ହୋଇଛି
Tokyo Olympics: ଭାରତ ପାଇଁ ଖୁସି ଖବର, ତୀରନ୍ଦାଜୀରେ ପଦକ ଅଭିମୁଖେ ଦୀପିକା-ପ୍ରବୀଣଙ୍କ ଯୋଡ଼ି

Deepika Kumari Olympian

Advertisment

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ଅନ୍ୟପଟେ ଅପୁର୍ବି ଚାନ୍ଦେଲା ଏବଂ ଏଲାଭେନିଲ ବାଲାରିବନ ମହିଳା ୧୦ ମିଟର ରାଇଫଲ ସୁଟିଂ କ୍ୱାଲିଫିକେସନ ରାଉଣ୍ଡରେ ଖରାପ ପ୍ରଦର୍ଶନ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି ।

Advertisment

ତୀରନ୍ଦାଜୀର ଅନ୍ତିମ ଆଠ ମୁକାବିଲାରେ ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଟିମ୍‌ ଚିଆ-ଆନ୍ ଲିନ୍ ଏବଂ ଚିହ-ଚୁନ୍ ଟାଙ୍ଗ୍ (ଚାଇନିଜ୍ ତାଇପେଇ) କୁ ସାମ୍ନା କରିଥିଲେ । ଏଥିରେ ଚାଇନା ତାଇପେଇକୁ 5-3ରେ ପରାସ୍ତ କରିଛି ଭାରତ । ଏବେ କ୍ୱାର୍ଟର ଫାଇନାଲରେ ଦୀପିକା-ପ୍ରବୀଣଙ୍କ ଯୋଡ଼ି ଦକ୍ଷିଣ କୋରିଆକୁ ଭେଟିବ ।

Advertisment

ଅତନୁ ଦାସଙ୍କ ବଦଳରେ ପ୍ରବୀଣ ଯାଦବଙ୍କ ସହ ମଇଦାନକୁ ଓହ୍ଲାଇଥିଲେ ଦୀପିକା

ଦୀପିକା କୁମାରୀ ତାଙ୍କ ସ୍ୱାମୀ ତଥା ଭେଟେରାନ ତୀରନ୍ଦାଜ ଅତନୁ ଦାସଙ୍କ ବଦଳରେ ପ୍ରବୀଣ ଯାଦବଙ୍କ ସହ ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ମିଶ୍ରିତ ଡବଲ୍ସ ଇଭେଣ୍ଟରେ ମିଦାନକୁ ଓହ୍ଲାଇଛନ୍ତି । ଶୁକ୍ରବାର କ୍ୱାଲିଫିକେସନ୍‌ ରାଉଣ୍ଡର ପ୍ରଦର୍ଶନକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ତୀରନ୍ଦାଜୀର ମିଶ୍ରିତ ଡବଲ୍ସ ଇଭେଣ୍ଟ ଖେଳାଯାଉଛି ଏବଂ ଏଥିରୁ ଭାରତ ଏକ ପଦକ ଆଶା ରଖିଛି ବୋଲି କୁହାଯାଉଛି । ଯେହେତୁ ଟିମ୍‌ର ପ୍ରଦର୍ଶନ ଭଲ ରହିଛି, ତେଣୁ ପଦକ ଆଶା ରଖିବା ବି ସ୍ୱାଭାବିକ୍‌ । ପ୍ୟାରିସ ବିଶ୍ୱକପରେ ଏକାଠି ସ୍ୱର୍ଣ୍ଣ ପଦକ ଜିତିଥିବା ଦାସ ଏବଂ ଦୀପିକାଙ୍କ ନାମ ପଠାଇବା ପାଇଁ ଭାରତ ପାଖରେ ବିକଳ୍ପ ଥିଲା । କିନ୍ତୁ କ୍ୱାଲିଫିକେସନ୍‌ ରାଉଣ୍ଡରେ ସମସ୍ତଙ୍କ ପ୍ରଦର୍ଶନକୁ ଦେଖିବା ପରେ ଫେଡେରେସନ୍ ପକ୍ଷରୁ ନିଷ୍ପତି ବଦଳାଯାଇଥିଲା । ଦୀପିକାଙ୍କ ସହ ଦାସଙ୍କ ବଦଳରେ ଯାଦବଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଫେଡରେସନ୍‌ ନିଷ୍ପତି ନେଇଥିଲା । ତେବେ ଫେଡରେସନ୍‌ର ଏହି ନିଷ୍ପତି ଏବହେ ସୁଦ୍ଧା ସଠିକ୍ ପ୍ରମାଣିତ ହୋଇଛି ।କିନ୍ତୁ ଏହି ନିଷ୍ପତି ଆଗକୁ କେତେ ଫଳପ୍ରଦ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Tokyo Olympics 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ