Advertisment

ଟୋକିଓ ଅଲମ୍ପିକ ୨୦୨୧: ଉଦ୍‌ଘାଟନୀ ସମାରୋହରେ ଭାଗ ନେବେ ୨୬ ଭାରତୀୟ

ଆଜିଠାରୁ ବାଜିବ ଟୋକିଓ ଅଲିମ୍ପିକ୍ସ ବିଗୁଲ୍ । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଆଜି ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।

ଅଦ୍ୟତନ ହୋଇଛି
ଟୋକିଓ ଅଲମ୍ପିକ ୨୦୨୧: ଉଦ୍‌ଘାଟନୀ ସମାରୋହରେ ଭାଗ ନେବେ ୨୬ ଭାରତୀୟ

Tokyo Olympics 2020 Opening Ceremony

Advertisment

ଟୋକିଓ: ଆଜିଠାରୁ ବାଜିବ ଟୋକିଓ ଅଲିମ୍ପିକ୍ସ ବିଗୁଲ୍ । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଆଜି ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କୋଭିଡ  କଟକଣା ଯୋଗୁ ନିରାଡମ୍ବର ଭାବେ ଏହି ଉତ୍ସବର ଆୟୋଜନ କରାଯାଉଛି । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ । 

Advertisment

ଉଦଘାଟନୀ ସମାରୋହରେ ୨୦ ଭାରତୀୟ ଖେଳାଳି ଓ ୬ ଅଧିକାରୀ ସାମିଲ୍ ହେବେ । ମହାମାରୀକୁ ଦୃଷ୍ଟିରେ ରଖି ଉଦଘାଟନୀ ସମାରୋହରେ ଭାଗ ନେବାକୁଥିବା ଖେଳାଳିଙ୍କ ସଂଖ୍ୟା କମ୍ କରାଯାଇଛି । ଅନ୍ୟ ଦଳ ମଧ୍ୟ ଉଦଘାଟନୀ ସମାରୋହରେ ସୀମିତ ସଂଖ୍ୟକ ଆଥଲେଟ୍ ପଠାଇଛନ୍ତି । ଏହି କାରଣରୁ ଏଥର ମାତ୍ର ୨୬ ଭାରତୀୟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ ।

ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ୨୦୬ଟି ରାଷ୍ଟ୍ରର ୧୧ ହଜାରରୁ ଅଧିକ ଖେଳାଳି ଓ ଅଫିସିଆଲ ବିଭିନ୍ନ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା  କରିବେ । ଭାରତ ପକ୍ଷରୁ ୧୮ଟି କ୍ରୀଡାରେ ୧୧୫ ଜଣ ଖେଳାଳି ଭାଗ ନେବେ ।

Advertisment

ଉଦ୍‌ଘାଟନ ସମାରୋହରେ ରିଓ ଅଲମ୍ପିକ୍ସର ସିଲଭର ମେଡାଲିଷ୍ଟ ପିଭି ସିନ୍ଧୁ  ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିପରି ଭାରତର ଅନେକ ଟପ୍‌ ଶୁଟର ମଧ୍ୟ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବେନି। ସେମାନଙ୍କର ଇଭେଣ୍ଟ ଶନିବାର ରହିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment

ଏଥିସହିତ ଭାରତୀୟ ଉଦ୍‌ଘାଟନ ସମାରୋହରେ ଭାଗ ନେଇଥିବା ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା, ଅଚନ୍ତ ଶରତ କମଳ, ସୁତୀର୍ଥ ମୁଖାର୍ଜୀ ଏବଂ ଜି.ସଥୀୟାନ ପ୍ରମୁଖ ସାମିଲ ହୋଇଛନ୍ତି।  ୨୩ ତାରିଖରେ ହେବାକୁଥିବା ଉଦଘାଟନୀ ସମାରୋହରେ ହକିରୁ ଜଣେ, ବକ୍ସିଂରୁ ୮, ଟେବୁଲ୍ ଟେନିସରୁ ୪, ରୋଇଂରୁ ୨, ଜିମ୍ନାଷ୍ଟିକ୍ସରୁ ଜଣେ, ସୁଇମିଂରୁ ୧, ନୌଚାଳନାରୁ ୪, ଫେନ୍ସିଂରୁ ଜଣେ ଖେଳାଳି ରହିବେ। 

ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତ ତୀରନ୍ଦାଜିରୁ ତାର ଅଭିଯାନ ଆରମ୍ଭ  କରିଛି । ଭାରତୀୟ ସମୟ ଅନୁସାରେ ଆଜି ଭୋରରୁ ଚାଲିଛି ତୀରନ୍ଦାଜି ମ୍ୟାଚ୍। ଏହି ଇଭେଣ୍ଟରେ ଭାରତର ଏକ ମାତ୍ର ମହିଳା ଖେଳାଳି ଦୀପିକା କୁମାରୀ ଭାଗ ନେଇଛନ୍ତି । ରାଙ୍କ ରାଉଣ୍ଡରେ ଦୀପିକା କୁମାର ନବମ ସ୍ଥାନରେ ରହିଛନ୍ତି । କିଛି ସମୟ ପରେ ତାଙ୍କର ଅଲିମ୍ପିକ୍ ରାଉଣ୍ଡ ଆରମ୍ଭ ହେବ  । ଭୁଟାନର ଭୁ କର୍ମାଙ୍କ ସହିତ ତାଙ୍କର ମୁକାବିଲା ହେବ  । ସେହିପରି ପୁରୁଷ ବିଭାଗରେ ଭାରତ ପକ୍ଷରୁ ଅତନୁ ଦାସଙ୍କ ସମେତ ଅନ୍ୟ ଦୁଇ ତୀରନ୍ଦାଜ ମୈଦାନକୁ ଓହ୍ଲାଇବେ ।

Tokyo Olympic 2021 Tokyo Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ