Advertisment

Tokyo Olympics: ଭାରତକୁ ଆଉ ଏକ ବୋଞ୍ଜ ପଦକ ଉପହାର ଦେଲେ ପୁନିଆ

ଭାରତକୁ ଆଉ ଏକ ପଦକ ଉପହାର । ରେସଲିଂରେ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ । ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ । ୬୫ କେଜି ବର୍ଗରେ କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି ।

ଅଦ୍ୟତନ ହୋଇଛି
Tokyo Olympics: ଭାରତକୁ ଆଉ ଏକ ବୋଞ୍ଜ ପଦକ ଉପହାର ଦେଲେ ପୁନିଆ

Bajrang Punia

Advertisment

ଟୋକିଓ: ଭାରତକୁ ଆଉ ଏକ ପଦକ ଉପହାର । ରେସଲିଂରେ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ । ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ । ୬୫ କେଜି ବର୍ଗରେ କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ ପଏଣ୍ଟରେ ପରାସ୍ତ କରିଛନ୍ତି । 

Advertisment

ପ୍ରଥମ ପିରିୟଡ୍‌ ଶେଷ ବେଳକୁ ବଜରଙ୍ଗ ୨-୦ରେ ଆଗୁଆ ଥିଲେ । ଦ୍ୱିତୀୟ ପରିୟଡ ବେଳକୁ ସେ ଆହୁରି ଆଟାକିଂ ମୁଡକୁ ଚାଲି ଆସିଥିଲେ । ଲଗାତର ଆଟାକ କରି ସେ ନିଜର ସ୍କୋରରେ ୨ ପଏଣ୍ଟ ଲେଖାଏ ଆଡ କରି ଚାଲିଥିଲେ । ଦୌଲେତ କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ପାରି ନଥିଲେ । ଶେଷରେ ବଜରଙ୍ଗ ମ୍ୟାଚ୍‌କୁ ୮-୦ରେ ଜିତି ନେଇଛନ୍ତି ।

Advertisment

ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ । କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍‌ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହା ପୂର୍ବରୁ ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଉପହାର ଦେଇଛନ୍ତି ରେସଲର ରବି ଦହିୟା । ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ଦହିୟାଙ୍କୁ ରୁଷିଆର ଜଉର୍ ଉଗେଭେଙ୍କଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା । ତେବେ ପରଜୟ ସତ୍ତ୍ୱେ ସେ ଦେଶ ପାଇଁ ବଡ଼ ଉପହାର ଦେଇଛନ୍ତି । ସାରା ଦେଶ ଆଜି ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି । ରୁଷିଆର ଜଉର୍ ଉଗେଭେ ହେଉଛନ୍ତି ଦୁଇ ଥର ବିଶ୍ୱ ଚାମ୍ପିଅନ୍‌ ।

Advertisment
Bajrang Punia Tokyo Olympics 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ