Advertisment

ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନରେ ହଂକଂ ଖେଳାଳିଙ୍କ ହୋଶ ଉଡିଗଲା, ଉଜ୍ଜୀବିତ ହେଲା ସ୍ୱର୍ଣ୍ଣ ଆଶା

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଷ୍ଟନ ଷ୍ଟାର ପି ଭି ସିନ୍ଧୁ ତାଙ୍କର ଜୟଯାତ୍ରା ଜାରି ରଖିଛନ୍ତି  । ମହିଳା ସିଙ୍ଗଲ୍ସରେ ସେ ପ୍ରି-କ୍ୱାଟରରେ ପହଞ୍ଚିଛନ୍ତି  । ଅତି ସହଜରେ ସେ ତାଙ୍କର ହଂକଂର ନାଗୟାନ ୟି ଚ୍ୟୁଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି ।

ଅଦ୍ୟତନ ହୋଇଛି
ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନରେ ହଂକଂ ଖେଳାଳିଙ୍କ ହୋଶ ଉଡିଗଲା, ଉଜ୍ଜୀବିତ ହେଲା ସ୍ୱର୍ଣ୍ଣ ଆଶା

P V Sindhu beat Cheung Ngan Yi

Advertisment

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଷ୍ଟନ ଷ୍ଟାର ପି ଭି ସିନ୍ଧୁ ତାଙ୍କର ଜୟଯାତ୍ରା ଜାରି ରଖିଛନ୍ତି  । ମହିଳା ସିଙ୍ଗଲ୍ସରେ ସେ ପ୍ରି-କ୍ୱାଟରରେ ପହଞ୍ଚିଛନ୍ତି  । ଅତି ସହଜରେ ସେ ତାଙ୍କର ହଂକଂର ନାଗୟାନ ୟି ଚ୍ୟୁଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି । ଏହା ସହିତ ସେ ରାଉଣ୍ଡ ସିକ୍ସଟିନ ନକ୍ ଆଉଟ୍‌ରେ ପ୍ରବେଶ କରିଛନ୍ତି ।  
ରିଓ ଅଲମ୍ପିକର ସିଲଭର ପଦକ ବିଜେତା ପି ଭି ସିନ୍ଧୁ ୩୪ ନମ୍ବର ଖେଳାଳି ଚିୟୁଙ୍ଗଙ୍କ ସହ ୩୫ ମିନିଟ୍‌ ଧରି ମୁକାବିଲା କରିବା ପରେ ୨୧-୯, ୨୧-୧୬ରେ ହରାଇଛନ୍ତି।

Advertisment

ଏଥିସହ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର ମଧ୍ୟ କରିଛନ୍ତି। ଚିୟୁଙ୍ଗଙ୍କ ବିରୋଧରେ ସିନ୍ଧୁଙ୍କର ଏହା ୬ଷ୍ଠ ବିଜୟ। ବିଶ୍ୱର ୭ ନମ୍ବର ଖେଳାଳି ସିନ୍ଧୁ ପ୍ରି କ୍ୱାଟର ଫାଇନାଲରେ ଗ୍ରୁପ୍‌ ଆଇର ଶୀର୍ଷରେ ଥିବା ଖେଳାଳି ତଥା ବିଶ୍ୱର ୧୨ ନମ୍ବର ଖେଳାଳି ମିଆ ବ୍ଲିଚଫେଲ୍‌ଟଙ୍କ ସହ ଖେଳିବେ। ସିନ୍ଧୁଙ୍କ ବ୍ଲିଚଫେଲ୍‌ଟଙ୍କ ବିରୋଧରେ ଜିତ୍‌-ହାର ରେକର୍ଡ ୪-୧ ରହିଛି। ଡେନ୍‌ମାର୍କ ଖେଳାଳି ବ୍ଲିଚଫେଲ୍‌ଟ ଚଳିତବର୍ଷ ଥାଇଲାଣ୍ଡ ଓପେନ୍‌ରେ ଗୋଟିଏ ମ୍ୟାଚ୍‌ ଜିତିଥିଲେ।

ଚ୍ୟୁଙ୍ଗଙ୍କ ବିରୋଧରେ ବେଶ ଭଲ ପ୍ରଦଶର୍ନ କରିଥିଲେ ସିନ୍ଧୁ । ସେ ଶେଷ ପଏଣ୍ଟ ଜବରଦସ୍ତ ସ୍ପିଡରେ ସ୍ମେଶ ମାରି କରିଥିଲେ ଏବଂ ଏଥିରେ ବିଜୟ ହାସଲ କରିଥିଲେ। ସୋଶିଆଲ ମିଡିଆରେ ସିନ୍ଧୁ ମାରିଥିବା ଏଇ ସ୍ମେଶ ବେଶ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ସିନ୍ଧୁ ଏତେ ସ୍ପିଡ୍‌ରେ ସ୍ମେଶ ମାରିଥିଲେ, ବିରୋଧୀ ଖେଳାଳିଙ୍କୁ ଆଖି ପତା ପକାଇ ଉଠାଇବାକୁ ସମୟ ଦେଇ ନ ଥିଲେ। ତାଙ୍କର ଏହି ପ୍ରଦର୍ଶନରେ ଚ୍ୟୁଙ୍ଗ ବି ସ୍ତବ୍ଧ ହୋଇ ଯାଇଥିଲେ।  ସିନ୍ଧୁଙ୍କର ଏଇ ଧମାକାଦାର ପ୍ରଦର୍ଶନ ଭାରତର ସ୍ୱର୍ଣ୍ଣ ପଦକ ହାସଲ ଆଶାକୁ ଉଜ୍ଜୀବିତ କରିଛି। 

Advertisment

 ୨୦୧୬ ରିଓ  ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଏଥର ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ସେ ଗତଥର ସଫଳତା ଏଥର ବି ଦୋହରାଇବେ ବୋଲି ଆଶା କରାଯାଉଛି । ସେହିପରି  ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍‌ର ତୃତୀୟ ପରାଜୟକୁ ସାମ୍ନା କରିଛି।  ବ୍ରିଟେନଠାରୁ ଆାଜି ପରାସ୍ତ ହୋଇଛି ଏହି ଟିମ୍ ।  ବ୍ରିଟେନ୍ ମହିଳା ଟିମ୍ ୪-୧ ଗୋଲ୍‌ରେ ଭାରତୀୟ ମହିଳା ହକି ଟିମ୍‌କୁ ହରାଇଛି। ଏହା ହେଉଛି ଦଳର ଲଗାତର ତୃତୀୟ ପରାଜୟ ।  ପ୍ରଥମ ମ୍ୟାଚରେ ନେଦରଲାଣ୍ଡ ଠାରୁ ୫-୧ ଗୋଲରେ ହାରିଥିବା ବେଳେ ଜର୍ମାନୀ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ  ୨-୦ଗୋଲରେ ହାରି ଯାଇଥିଲା । ଏବେ ତୃତୀୟ ମ୍ୟାଚ ମଧ୍ୟ ହାରି ଯାଇଥିବାରୁ ଦଳର ପଦକ ଆଶା ଏକ ପ୍ରକାର ମଉଳି ଯାଇଛି  

Advertisment

 ଏଠି କହିରଖିବୁ,  ଟୋକିଓ ଅଲିମ୍ପିକ୍ସର ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଚିୟର ଫର ଇଣ୍ଡିଆ ସାଇକେଲ ରାଲି  ଆଜି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲ॥ 

2020 Tokyo Olympics P V Sindhu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ