Advertisment

ଟୋକିଓ ଅଲମ୍ପିକ ୨୦୨୦; ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ଖେଳ ମହାକୁମ୍ଭ।  ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି।  ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି।

ଟୋକିଓ ଅଲମ୍ପିକ ୨୦୨୦; ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

tokyo olympics 2020

Advertisment

ଟୋକିଓ:ଆରମ୍ଭ ହୋଇ ଯାଇଛି ଖେଳ ମହାକୁମ୍ଭ।  ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି ।  ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। 
ରୂପିନ୍ଦର ଗୋଟିଏ ଓ ମନପ୍ରୀତ ୨ଟି ଗୋଲ କରି ନ୍ୟୁଜିଲାଣ୍ଡକୁ ହରାଇଛନ୍ତି।  

Advertisment

ଟେବୁଲ ଟେନିସରେ ଭାରତର ଚୀନ ସହ ମୁକାବିଲା ବିଶେଷ ଭଲ ନ ଥିଲା। ମୋନିକା ବାତ୍ର ଏବଂ ଶରତ କମଳଙ୍କ ଯୋଡ଼ି ଚୀନ୍‌ର ୟୁନ ଲିନ୍‌ ଏବଂ ଚିଂଗ ଝୋଂଗଙ୍କ ମଧ୍ୟରେ ହୋଇଥିଲେ । ଖେଳର ପ୍ରାରମ୍ଭିକ ସ୍ଥିତି ବିଶେଷ ଭଲ ନ ଥିଲା। ପ୍ରଥମ ଗେମ୍‌ରେ  ଭାରତୀୟ ଯୋଡ଼ି ୮-୧୧ରେ ହାରି ଯାଇଛନ୍ତି। 

ସେହିଭଳି  ଭାରତୀୟ ମହିଳା ହକି ଟିମ୍ ମଧ୍ୟ ପ୍ରଥମ ମ୍ୟାଚ ଖେଳିବ ।  ଅଧିନାୟିକା ରାନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନେଦରଲାଣ୍ଡକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି  । ୪୯ କେଜି ଭାରୋତ୍ତୋଳନରେ ମୀରାବାଇ ଚାନୁ  ପ୍ରତିଦ୍ୱନ୍ଦୀତା କରିବେ ।  ମିକ୍ସଡ୍ ତିରନ୍ଦାଜୀ ଟିମ୍ ଇଭେଣ୍ଟରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ।  ଆଜି ସୁଟିଂ ଟେବୁଲ ଟେନିସ, ବ୍ୟାଡମିଣ୍ଟନରେ ଭାରତୀୟ ଆଥଲେଟ୍ ମାନେ ପଡିଆକୁ ଓହ୍ଲାଇବେ ।

Advertisment

ଅନ୍ୟପକ୍ଷେ ଖେଳ ମହାଶକ୍ତି ପାଲଟିଥିବା ଚୀନ ଟୋକିଓ ଅଲମ୍ପିକର ୨ୟ ଦିନରେ ତାର ସ୍ୱର୍ଣ୍ଣିମ ଶୁଭାରମ୍ଭ କରିଛି। ଚୀନ ଟୋକିଓ ଅଲମ୍ପିକର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି। ସୁଟର ୟାନ କିୟାନ (Yang Qian) ୧୦ ମିଟର ମହିଳା ଏୟର ରାଇଫଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଫାଇନାଲରେ ୨୫୧.୮ ର ନୂଆ ଅଲମ୍ପିକ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାତେଇବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି।

Advertisment

ସେହିପରି ୧୦ ମିଟର ମହିଳା ଏୟର ରାଇଫଲରେ ରୌପ୍ୟ ପଦକ ହାସଲ କରିଛନ୍ତି ଋଷର ଆନାସ୍ତାସିଆ ଗାଲାଶିନା (Anastasiia Galashina)। ସେ ୨୫୧.୧ ସ୍କୋର କରି ଏହି ପଦକ ହାସଲ କରିଛନ୍ତି। ସେହିପରି ବ୍ରୋଞ୍ଚ ପଦକ ପାଇଛି ସ୍ୱିଜରଲାଣ୍ଡ। ସ୍ୱିଜରଲାଣ୍ଡର ନୀନା କ୍ରିଷ୍ଟେନ (Nina Christen)୨୩୦.୬ ସ୍କୋରରେ ଏହି ପଦକ ହାସଲ କରିଛନ୍ତି। 

ଗତକାଲି ଟୋକିଓରେ ଅଲିମ୍ପିକ୍ସର ୩୨ତମ ସଂସ୍କରଣର ରଂଗାରଂଗ ଶୁଭାରମ୍ଭ ହୋଇଥିଲା । ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

Tokyo Olympics Tokyo Olympics 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ