Advertisment

ଟୋକିଓ ଅଲମ୍ପିକ: ମହିଳା ହକିରେ ବ୍ରିଟେନକୁ ବ୍ରୋଞ୍ଜ

ଟୋକିଓ ଅଲମ୍ପିକରେ ନିରାଶ କରିଛି ମହିଳା ହକି। ମଉଳି ଯାଇଛି ବ୍ରୋଞ୍ଜ ପଦକ ଆଶା। ଗ୍ରେଟ ବ୍ରିଟେନଠାରୁ ହାରି ହାତଛଡ଼ା କରିଛି ପଦକ ।

ଅଦ୍ୟତନ ହୋଇଛି
ଟୋକିଓ ଅଲମ୍ପିକ: ମହିଳା ହକିରେ ବ୍ରିଟେନକୁ ବ୍ରୋଞ୍ଜ

Tokyo olympics 2020 india vs great britain

Advertisment

ଟୋକିଓ: ଟୋକିଓ ଅଲମ୍ପିକରେ ନିରାଶ କରିଛି ମହିଳା ହକି। ମଉଳି ଯାଇଛି ବ୍ରୋଞ୍ଜ ପଦକ ଆଶା। ଗ୍ରେଟ ବ୍ରିଟେନଠାରୁ ହାରି ହାତଛଡ଼ା କରିଛି ପଦକ । ତେବେ ଅଲମ୍ପିକ ମହାକୁମ୍ଭରେ ବେଶ ସଂଘର୍ଷପୂର୍ଣ୍ଣ ଥିଲା ଆଜିର ମ୍ୟାଚ।  ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତୀୟ ମହିଳା ଦଳ ପାଇଁ ଥିଲା ବଡ ଚାଲେଞ୍ଜ।   ଶକ୍ତିଶାଳୀ ଗ୍ରେଟ୍ ବ୍ରିଟେନ୍ ସହ ଭାରତୀୟ ମହିଳା ହକି ଟିମ୍‌ର ମୁକାବିଲା ହୋଇଥିଲା। 

Advertisment

ଖେଳର ପ୍ରାରମ୍ଭରେ ଚମତ୍କାର ପ୍ରଦର୍ଶନ କରିଥିଲା ଭାରତ। ୨ୟ କ୍ୱାର୍ଟରରେ  ୦-୨ ଗୋଲରେ ପଛିଆ ଥିଲା ଭାରତ।  ହେଲେ ଜବରଦସ୍ତ ପ୍ରଦର୍ଶନ କରି ୩-୨ରେ ଆଗକୁ ଯାଇଥିଲା।  ତୃତୀୟ କ୍ୱର୍ଟର ପର୍ଯ୍ୟନ୍ତ ୩-୩ ଗୋଲରେ ବରାବର ଥିଲେ ଭାରତ-ବ୍ରିଟେନ। ହେଲେ ୪ର୍ଥ କ୍ୱାର୍ଟରରେ ବ୍ରିଟେନ ୪-୩ରେ ଆଗୁଆ ଥିଲା। ଭାରତ ଡିଫେଣ୍ଡିଂ ବହୁତ ଭଲ ଥିଲା ଏବଂ ୨ଟି ପେନାଲ୍‌ଟି କର୍ଣ୍ଣରକୁ ବିଫଳ କରି ଦେଇଥିଲା। ହେଲେ ସେକେଣ୍ଡ ହାଫ ଆରମ୍ଭ ହେବା ପରେ ବ୍ରିଟେନ ଏକ ଗୋଲ ଦେଇଥିଲା। 

Advertisment

ପୁରୁଷ ଟିମ୍ ଭଳି ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାକୁ ଏକମାତ୍ର ସୁଯୋଗ ଥିଲା ମହିଳା ଟିମ୍ ହାତରେ। ପଦକ ପାଇଁ ଜୀ-ଜାନ ଲଗାଇ ଖେଳିଥିଲେ ଭାରତୀୟ
 ଟିମ୍। ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବନ୍ଦନା କଟରିଆ, କ୍ୟାପଟେନ୍ ରାଣୀ ରାମପଲ, ଗୁରଜିତ୍ କୌରଙ୍କ ସହ ଓଡ଼ିଆ ଖେଳାଳି ଦୀପଗ୍ରେସ୍ ଏକ୍କା ଶକ୍ତିଶାଳୀ ବ୍ରିଟେନକୁ ରୋକିବେ ବୋଲି ପ୍ରାରମ୍ଭରୁ ଆଶା କରାଯାଉଥିଲା।
 ତିନି ଥର ଗୋଲ୍‌ଡ ଜିତିଥିବା ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ରାଣୀ ରାମପାଲଙ୍କ ଟିମ୍ । ତେବେ ସେମିରେ ଆର୍ଜେଣ୍ଟିନା ସହ ଲଢେଇ କରି ୨-୧ ଗୋଲରେ ହାରିଯାଇଥିଲା ।  

ସୂଚନାଥାଉ କି, ଗତକାଲି ୪୧ ବର୍ଷ ପରେ ପୁରୁଷ ହକି ଅଲମ୍ପିକରେ ଐତିହାସିକ ବିଜୟ ହାସଲ କରିଥିଲା ।  ଏଥି ସହିତ ପୁଣି ଏକ ବ୍ରୋଞ୍ଜ ଯୋଡିଥିଲା ଭାରତ ଖାତାରେ । ଭାରତ ପୁରଷ ହକିରେ ଜର୍ମାନକୁ  ୫-୪ ଗୋଲରେ ହରାଇ ଏହି ପଦକ ଛଡ଼ାଇ ନେଇଥିଲା। ଏଥିସହିତ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି। 

Advertisment

ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ ମୀରାବାଈ ଚାନୁ। ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ବ୍ୟାଡିମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।  ସେହିପରି ମହିଳା ବକ୍ସର ଲଭଲିନା। ୬୯ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ସହ ପୁରୁଷ ହକି ପୁଣି ଗୋଟିଏ ବ୍ରୋଞ୍ଜ ହାସଲ କରିଥିଲା । ଗତକାଲି ଆଉ ଏକ ସିଲଭର ପଦକ ଭାରତ ଖାତାରେ ପଡିଥିଲା ଆଉ ଏହାକୁ ଦେଇଥିଲେ ରବି ଦହିୟା। ସେ ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧ ଭାରତ ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ସହ ୫ଟି ପଦକ ହାସଲ କରିଛି। 

Hockey India Tokyo Olympics 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ