Advertisment

ଟୋକିଓ ଅଲମ୍ପିକ୍ସ: ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା

ଲଭଲିନା ବୋରଗୋହେନ ସେମିଫାଇନାଲରେ ତୁର୍କୀର ବକ୍ସର ବୁସେନାଜ ସୁର୍ମେନେଲୀଙ୍କଠାରୁ ୦-୫ ପଏଣ୍ଟରେ ହାରି ଯାଇଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାତେଇ ପାରିଛନ୍ତି।

ଟୋକିଓ ଅଲମ୍ପିକ୍ସ: ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା

Lovlina Wins Bronze Medal

Advertisment

ଟୋକିଓ: ସେମି ଫାଇନାଲରେ ହାରିଗଲେ ମହିଳା ବକ୍ସର ଲଭଲିନା। ୬୯ କେଜି ବର୍ଗ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଲଭଲିନା ହାରିଯାଇଛନ୍ତି। ହେଲେ ନିଜ ନାଁରେ ବ୍ରୋଞ୍ଜ ପଦକ  କରିବାରେ ସଫଳ ହୋଇଛନ୍ତି।
ଲଭଲିନା ବୋରଗୋହେନ ସେମିଫାଇନାଲରେ ତୁର୍କୀର ବକ୍ସର ବୁସେନାଜ ସୁର୍ମେନେଲୀଙ୍କଠାରୁ ହାରି ଯାଇଛନ୍ତି।  ବିଶ୍ୱର ଏକ ନମ୍ବର ବକ୍ସର ସୁର୍ମେନେଲୀଙ୍କଠାରୁ  ଲଭଲିନା ୦-୫ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଲଭଲିନା ସେମିରେ ପହଞ୍ଚି ପଦକ ପକ୍କା କରିସାରିଥିଲେ। ତେଣୁ ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Advertisment

ଲଭଲିନା ଭାରତର ତୃତୀୟ ବକ୍ସର ଯିଏ କି ନିଜ ନାଁରେ ବ୍ରୋଞ୍ଜ ପଦକ କରିପାରିଛନ୍ତି। ମେରୀ କମ୍‌ ଓ ବିଜେନ୍ଦର କୁମାର ଅଲମ୍ପିକରେ ବକ୍ସି ପାଇଁ ବ୍ରୋଞ୍ଜ ପଦକ ପାଇ ରେକର୍ଡ କରିଥିଲେ। ରିଓ ଅଲମ୍ପିକ୍ସରେ ଭାରତ ୨ଟି ପଦକରେ ସନ୍ତୁଷ୍ଟ ହୋଇଥିବାବେଳେ ଏଥର ଗୋଟିଏ ଅଧିକ ପଦକ ପାଇବାରେ ସଫଳ ହୋଇଛି। ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ ମୀରାବାଈ ଚାନୁ। ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ବ୍ୟାଡିମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ସୂଚନାଥାଉ କି, ୫୭ କିଲୋ ବର୍ଗରେ ରବି ଦହିଆ ଏବଂ ୮୬ କିଲୋ ବର୍ଗରେ ଦୀପକ ପୁନିଆ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ୍‌ରେ ସାମିଲ ହୋଇ ପାରିଛନ୍ତି। ଦୁଇ ବକ୍ସର ଅଲମ୍ପିକ ପଦକଠାରୁ ଗୋଟିଏ ପାଦ ପଛରେ ଅଛନ୍ତି।  ରବି ୧୪-୪ରେ ବୁଲ୍‌ଗେନିଆଠାରୁ ଜିତିଥିବାବେଳେ ଦୀପକ ଚୀନ୍‌କୁ ୬-୩ରେ ହରାଇ ସେମିରେ ପହଞ୍ଚିଛନ୍ତି। 

Advertisment

ଅନ୍ୟପକ୍ଷେ ଆଥଲେଟ୍ ନୀରଜ ଚୋପ୍ରା ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ଫାଇନାଲରେ ପହଞ୍ଚିଛନ୍ତି ନୀରଜ ଚୋପ୍ରା। ସେ ୮୬.୬୫ ମିଟର ଫିଙ୍ଗି ଏହି ସଫଳତା ପାଇଛନ୍ତି। ନିଜର ପ୍ରଥମ ଉଦ୍ୟମରେ ନୀରଜ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

Advertisment

 ଟୋକିଓ ଅଲିମ୍ପିକ୍ସରେ ଫାଇନାଲ ରାଉଣ୍ଡକୁ ସିଧାସଳଖ ଯିବା ପାଇଁ ୮୩.୫୦ ମିଟର ଯୋଗ୍ୟତା ରଖାଯାଇଥିଲା ।  ନୀରଜ ଚୋପ୍ରା ନିଜର ପ୍ରଥମ ଅଲିମ୍ପିକ୍ସରେ ଭାଗ ନେଉଥିଲେ ମଧ୍ୟ କୌଣସି ଚାପର ବଶବର୍ତ୍ତୀ ହୋଇ ନଥିଲେ।  ଆସନ୍ତା ୭ ତାରିଖରେ ଜାଭେଲିନ ଥ୍ରୋ ଫାଇନାଲ ହେବ।  ଏଥିରେ ଭଲ ପ୍ରଦର୍ଶନ କରି ନୀରଜ ଅଲିମ୍ପିକ୍ସ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।  

Tokyo Olympic 2020 Tokyo Olympic Games
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ