Advertisment

ଲଜ୍ଜାଜନକ ରେକର୍ଡ: ଗୋଟିଏ ବଲ୍‌ରେ ଦେଲେ ୧୮ ରନ

ସେ ଇନିଂସର ଶେଷ ଓଭରର ଶେଷ ବଲ୍‌ରେ ୧୮ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

ଅଦ୍ୟତନ ହୋଇଛି
TNPL 2023

TNPL 2023

Advertisment

ଚଳିତ ବର୍ଷ ତାମିଲନାଡୁ ପ୍ରିମିୟର ଲିଗ୍‌ରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। ଗୋଟିଏ ବଲ୍‌ରେ ହେଲା ୧୮ ରନ୍‌। ଏହା କ୍ରୀଡାପ୍ରେମୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଚେପକ ସୁପର ଗିଲ୍ସ ଓ ସାଲେମ ସ୍ପାର୍ଟାନ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ସ୍ପାର୍ଟାନ୍ସର କ୍ୟାପଟେନ୍‌ ଅଭିଷେକ ତନୱର ୨୦ ତମ ଓଭର୍‌ ବୋଲିଂ କରୁଥିଲେ। ହେଲେ ଶେଷ ବଲ୍‌ରେ ୧୮ ରନ୍‌ ଦେଇଛନ୍ତି।  TNPL 2022 ରେ ତନୱର ସର୍ବାଧିକ ୱିକେଟ୍‌ ନେଇଥିଲେ। ସୁପରଗିଲ୍ସ ବିପକ୍ଷ ମ୍ୟାଚରେ ତାଙ୍କୁ ବଡ଼ ଝଟ୍‌କା ଦେଇଛି। ତନୱର ଶେଷ ବଲ୍‌ରେ ହିଁ ବିଶାଳ ସ୍କୋର ଛିଡା କରାଇଥିଲା ସୁପର ଗିଲ୍ସ। ଶେଷ ବଲ୍‌ରେ ସେ ୧୮ ରନ୍‌ ଦେବା ସହ ଓଭରରେ ୨୬ ରନ୍‌ ଦେଇଛନ୍ତି। 

କେମିତି ହେଲା ୧୮ ରନ୍‌?

  1. ଫାଇନାଲ ଓଭରର ଶେଷ ବଲ୍‌(୧୯.୫)ରେ ତନୱର ବୋଲ୍ଡ କରି ୱିକେଟ୍‌ ନେଇଥିଲେ କିନ୍ତୁ ତାହା ନୋ-ବଲ୍‌ ଥିଲା।(୧ ରନ୍‌)
  2. ପୁଣି ଏକ ନୋ ବଲ୍‌ ପକାଇଥିଲେ, ଯାହାକୁ ବ୍ୟାଟସମାନ ଛକା ମାରିଥିଲେ।(୭ ରନ୍‌)
  3. ବ୍ୟାଟସମାନ ୨ ରନ୍‌ ନେଇଥିଲେ, ତାହା ମଧ୍ୟ ନୋବଲ୍‌ ହୋଇଥିଲା।(୩ ରନ୍)
  4. ପରବର୍ତ୍ତୀ ବଲ୍‌ଟି ୱାଇଡ୍‌ ପକାଇଥିଲେ, ଅତିରିକ୍ତ ୧ ରନ୍‌ ଦେବାସହ ନୋ ବଲ୍‌ ବଳବତ୍ତର ରହିଥିଲା।(୧ ରନ୍)
  5. ଶେଷରେ ବଲ୍‌ଟି ଲିଗାଲ୍‌ ଥିଲା। ବ୍ୟାଟସମାନ ଛକା ମାରିଥିଲେ। ଓଭର ଶେଷ ହୋଇଥିଲା।(୬ ରନ୍‌)
Advertisment

ଏନେଇ ତନୱର କହିଛନ୍ତି, ଫାଇନାଲ ଓଭରରେ ଖରାପ ପ୍ରଦର୍ଶନ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ଯାହା ଦଳକୁ କ୍ଷତି ପହଞ୍ଚାଇଛି। ତେବେ ପ୍ରାରମ୍ଭିକ ସମୟରେ ପବନ ପାଇଁ ବୋଲିଂ କରିବାରେ ଅସୁବିଧା ହୋଇଥିବା ସେ କହିଛନ୍ତି। ସୂଚନାଥାଉକି ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ସ୍ପାର୍ଟାନ୍ସ ୯ ୱିକେଟ୍‌ ହରାଇ ୧୬୫ ରନ୍‌ରେ ସୀମିତ ରହିଥିଲା। ୫୨ ରନ୍‌ରେ ପରାସ୍ତ ହୋଇଥିଲା ଟିମ୍‌।     

Advertisment
Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ