Advertisment

Year Ender 2023: ହକି ବିଶ୍ୱକପ୍‌ରୁ ଦିନିକିଆ ବିଶ୍ୱକପ୍‌, ଜାଣନ୍ତୁ ଭାରତ ପାଇଁ କିପରି ଥିଲା ୨୦୨୩ କ୍ରୀଡା ବର୍ଷ...

ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍‌ଠୁ ଆରମ୍ଭ କରି ହକି ବିଶ୍ୱକପ୍‌ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା।

ଅଦ୍ୟତନ ହୋଇଛି
ଏମିତି ଥିଲା ୨୦୨୩ ! କେତେବେଳେ ଖୁସିରେ ଛାତି ଫାଟୁଥିଲା ତ କେବେ କୋହରେ ରୁନ୍ଧି ହେଉଥିଲା...

Year Ender 2023- Sports

Advertisment

ସରି ସରି ଆସୁଛି ୨୦୨୩ । ନୂତନ ବର୍ଷକୁ ସ୍ୱାଗତ କରିବାକୁ ଆରମ୍ଭ ହେଲାଣି ପ୍ରସ୍ତୁତି । ବିଦାୟୀ ୨୦୨୩ କ୍ରୀଡା ବର୍ଷ ଭାରତ ସହ ଓଡ଼ିଶା ପାଇଁ ଖୁସି, ଆନନ୍ଦ, ଉଲ୍ଲାସ ସହ ଗୌରବମୟ ଅଧ୍ୟାୟ ଯୋଡ଼ିଥିଲା । ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍‌ଠୁ ଆରମ୍ଭ କରି ହକି ବିଶ୍ୱକପ୍‌ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା। ସେହିପରି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚାରେ ଥିଲେ ନୀରଜ। କିନ୍ତୁ ଏଥର ନୀରଜଙ୍କ ସହ ଚର୍ଚ୍ଚାରେ ଯୋଡ଼ି ହୋଇଥିଲେ ଓଡ଼ିଆ ପୁଅ କିଶୋର ଜେନା। କେବଳ ଓଡ଼ିଶା ନୁହେଁ ଭାରତ କ୍ରୀଡା ଜଗତରେ ବି ଚର୍ଚ୍ଚା ବଢ଼ିଥିଲା କିଶୋରଙ୍କ ପ୍ରଦର୍ଶନକୁ ନେଇ । ତେବେ ୨୦୨୩ ବର୍ଷ ଭାରତର କ୍ରୀଡା ପାଇଁ କିପରି ଥିଲା ଜାଣନ୍ତୁ...

Advertisment

ଓଡ଼ିଶାରେ ଲଗାତର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌

୨୦୨୩ ବର୍ଷ ଓଡ଼ିଶା କ୍ରୀଡାରେ ଗୌରବମୟ ଅଧ୍ୟାୟ ଯୋଡ଼ିଥିଲା। ୨୦୧୮ ପରେ ୨୦୨୩ରେ ଲଗାତର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା ଓଡ଼ିଶା। ୨୦୧୮ରେ କେବଳ ଭୁବନେଶ୍ୱରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିବାବେଳେ ୨୦୨୩ରେ ରାଉରକେଲା ଓ ଭୁବନେଶ୍ୱରରେ ଏହା ଖେଳାଯାଇଥିଲା। ହକି ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଲଗାତର ଦୁଇ ଥର ବିଶ୍ୱକପ୍‌ ଆୟୋଜନ କରିଥିଲା ଓଡ଼ିଶା । ଏହା ସହ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୧୫ ମାସରେ ପ୍ରସ୍ତୁତ ହୋଇ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ଭାବେ ଗିନିଜ୍‌ ବୁକ୍‌ ରେକର୍ଡ କରିଥିଲା। 

ଲଗାତର ଦୁଇ ଥର ହକି ବିଶ୍ୱକପ୍‌ ଆୟୋଜନ କରିଥିଲା ଓଡ଼ିଶା। କିନ୍ତୁ ନିଜ ମାଟିରେ ପ୍ରଶଂସକଙ୍କ ମନ ଜିଣିପାରିନଥିଲା ଟିମ୍‌ ଇଣ୍ଡିଆ। ୨୦୧୮ ବିଶ୍ୱକପ୍‌ରେ ଭାରତ ୬ ନମ୍ବର ସ୍ଥାନରେ ରହିଥିବାବେଳେ ୨୦୨୩ରେ ନବମ ସ୍ଥାନରେ ରହିଥିଲା ଟିମ୍‌ ଇଣ୍ଡିଆ।

Advertisment

IPL-୨୦୨୩: ପୁଣି ଟ୍ରଫି ଜିତିଲା CSK

୨୦୨୩ IPLରେ ମଧ୍ୟ ବାଜି ମାରିନେଲା ଚେନ୍ନାଇ । ଗୁଜରାଟକୁ ହରାଇ ପୁଣି ଥରେ ଆଇପିଏଲ ଟ୍ରଫି ହାତେଇଥିଲା ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଗୁଜରାଟ ଟାଇଟନ୍ସକୁ ହରାଇ ଧୋନୀଙ୍କ CSK ଟିମ୍ ବିଜୟୀ ହୋଇଥିଲା । ଏହି ବିଜୟ ସହ ଆଇପିଏଲ ଇତିହାସରେ ପଞ୍ଚମଥର ପାଇଁ ଚାମ୍ପିୟନ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

CSKCSK

WTC ଫାଇନାଲ: ପୁଣି ହାରିଲା ଭାରତ

ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ପୁଣି ନିରାଶ କଲା ଭାରତ। ଲଗାତର ଦ୍ୱିତୀୟ ଥର ପାଇଁ ଫାଇନାଲରେ ହାରିଲା ଟିମ୍‌ ଇଣ୍ଡିଆ । ୨୦୨୧ ୱାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ୍‌ ଫାଇନାଲରେ ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ଆଉ ଚଳିତ ବର୍ଷ ଜୁନ୍‌ରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ପୁଣି ଥରେ ପରାଜୟର ସ୍ୱାଦ ଚାଖିଛି ଟିମ୍‌ ଇଣ୍ଡିଆ। ଫାଇନାଲରେ ଭାରତକୁ ୨୦୯ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହ ୧୦ ବର୍ଷ ପରେ ଭାରତର ଆଇସିସି ଟ୍ରଫି ଜିତିବାର ଆଶା ମଧ୍ୟ ଆଶାରେ ରହିଗଲା।

Advertisment
WTCWTC

ଡୋପ୍‌ ଟେଷ୍ଟରେ ଦୂତୀ ଚାନ୍ଦ ଫେଲ୍‌, ୪ ବର୍ଷ ପାଇଁ ବାସନ୍ଦ

ଆଥେଲେଟ୍ ଦୂତୀ ଚାନ୍ଦଙ୍କ ପାଇଁ ୨୦୨୩ ବର୍ଷ ଏତେ ଟା ଖାସ୍ ନ ଥିଲା। ଡୋପ୍‌ ଟେଷ୍ଟରେ ‍ବିଫଳ ହେବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଦୂତୀ ଚାନ୍ଦ । ଡୋପ୍ ଟେଷ୍ଟରେ ଫେଲ ମାରିବା ପରେ ଦୂତୀଙ୍କ ଉପରେ ଲାଗିଛି ୪ ବର୍ଷର ବ୍ୟାନ୍ । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତୀ। ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍ ମାରିଛନ୍ତି ଦୂତୀ ଚାନ୍ଦ। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫, ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛି ନାଡା।

୪୦ ବର୍ଷ ପରେ ବିଶ୍ୱ ଆଥେଲେଟିକ୍ସ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ପୁଣି ନୀରଜ୍ ଚୋପ୍ରା । ପୁଣି ଲେଖାହେଲା ଇତିହାସ । ପୁଣି ଭାରତ ପାଇଁ ଗର୍ବ ଆଣିଲେ ଗୋଲ୍ଡେନ୍ ବୟ । ୨୦୨୩ରେ ଭାରତୀୟ କ୍ରୀଡ଼ାରେ ଆଉ ଏକ ସୁବର୍ଣ୍ଣ ମୁହୂର୍ତ୍ତ ଆଣିଥିଲେ ନୀରଜ ଚୋପ୍ରା । ବିଶ୍ୱ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ୱର୍ଣ୍ଣ ବିଜୟର ଠିକ୍ ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି। ବୁଦାପେଷ୍ଟରେ ଖେଳାଯାଇଥିବା ପୁରୁଷ ଜାଭଲିନ୍ ଫାଇନାଲରେ ନୀରଜ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣିମ ସଫଳତା ପାଇଥିଲେ ।

Neeraj ChopraNeeraj Chopra

ଏସିଆନ୍‌ ଗେମ୍ସ: ୧୦୭ ପଦକ ଜିତିଲା ଭାରତ

ଚଳିତ ବର୍ଷ ଏସିଆନ ଗେମ୍ସରେ ଇତିହାସ ସୃଷ୍ଟି କରିଛି ଭାରତ। ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ଖେଳାଳି ୧୦୭ ପଦକ ଜିତିଛନ୍ତି । ଏସିଆନ ଗେମ୍ସ ଇତିହାସରେ ଭାରତ ପ୍ରଥମଥର ପାଇଁ ୧୦୦ ପଦକ ଅତିକ୍ରମ କରିଛି । ଭାରତ ୨୮ସ୍ୱର୍ଣ୍ଣ ପଦକ ସହ ୩୮ ରୌପ୍ୟ ଏବଂ ୪୧ ବ୍ରୋଞ୍ଜ ପଦକ ଜିତିଛି । ଅଭିଯାନ ଶେଷ ସୁଦ୍ଧା ଭାରତ ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲା । ସେହିପରି ଚୀନ ତାଲିକାର ଶୀର୍ଷରେ ରହିଥିଲା । ୧୯୪ ସ୍ୱର୍ଣ୍ଣ ସମେତ ୩୬୮ ମେଡାଲ ଜିତିଛି ଡ୍ରାଗନ । ଏହାପରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ କ୍ରମଶଃ ଜାପାନ ଏବଂ ଦକ୍ଷିଣ କୋରିଆ ରହିଥିଲା ।

ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଜିତିଲେ କିଶୋର

ଏସିଆନ୍‌ ଗେମ୍ସରେ ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ହାଙ୍ଗଝୌ ଏସିଆନ୍ ଗେମସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ରେକର୍ଡ କରିଛନ୍ତି କିଶୋର । ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସିଲଭର ପଦକ ପାଇଛନ୍ତି ପୁରୀ ବ୍ରହ୍ମଗିରିର ଏହି ଆଥଲେଟ୍ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିବା କିଶୋର ଏସିଆନ୍ ଗେମ୍ସରେ ପଦକ ଜିତିଥିଲେ। ସେ ଚତୁର୍ଥ ପ୍ରୟାସରେ ସେ ୮୭.୫୪ ମିଟର ଫିଙ୍ଗି ପଦକ ଜିତିଥିଲେ। ଏସିଆନ୍ ଗେମ୍ସରେ ପଦକ ଜିତିବା ସହ ଓଡ଼ିଶାକୁ ଗୌରବାନିତ କରିଥିଲେ କିଶୋର। ଏଥି ସହିତ କିଶୋର ଜେନା ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି।

Kishore JenaKishore Jena

ସଚିନ୍‌ଙ୍କୁ ଟପିଲେ ବିରାଟ

ବର୍ଷ ୨୦୨୩ ବିରାଟ କୋହଲିଙ୍କ ପାଇଁ ବେଶ୍ ସ୍ମରଣୀୟ ଥିଲା। ୨୦୨୩ରେ ବିରାଟଙ୍କ ବ୍ୟାଟରୁ ରେକର୍ଡ ପରେ ରେକର୍ଡ ବର୍ଷା ହୋଇଥିଲା । ଏମିତି କି ୨୦୨୩ରେ କୋହଲି କ୍ରିକେଟର ଭଗବାନଙ୍କ ରେକର୍ଡ ବି ଭାଙ୍ଗିଛନ୍ତି । ଯାହା କେବେ କଳ୍ପନା କରାଯାଇ ନ ଥିଲା ତାହା କରି ଦେଖାଇଛନ୍ତି ବିରାଟ କୋହଲି । ଶତକରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ଦିନିକିଆରେ ୫୦ତମ ଶତକ ହାସଲ କରିଛନ୍ତି ବିରାଟ । ୫୦ଟି ଶତକ ହାସଲ କରିବା ପାଇଁ ଯେତିକି ମ୍ୟାଚ୍ ତେନ୍ଦୁଲକର ଖେଳିଥିଲେ ତା ଠାରୁ ଢେର୍ କମ୍ ମ୍ୟାଚ୍ ଖେଳି ରେକର୍ଡ ଭାଙ୍ଗିଛନ୍ତି କୋହଲି ।

Virat KohliVirat Kohli

ଦିନିକିଆ ବିଶ୍ୱକପ୍‌: ସ୍ୱପ୍ନ ଚୂରମାର 

୨୦୨୩ରେ ପୁଣି ଭାଙ୍ଗିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତକୁ ପରାଜିତ କରିଥିଲା କଙ୍ଗାରୁ ଦଳ । ଏହି ପରାଜୟ ସହ ବିଶ୍ୱକପ୍ ଟ୍ରଫି ଜିତିବାର ଆଶା ଆଶାରେ ରହିଯାଇଥିଲା। ଫାଇନାଲରେ ପରାଜୟ ସହ ୧୫୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଗଲା। ୧୨ ବର୍ଷ ପରେ ବିଶ୍ୱକପ୍‌ ଜିତିବା ଓ ୧୦ ବର୍ଷ ପରେ ଆଇସିସି ଟ୍ରଫି ଜିତିବାର ଯେଉଁ ସୁବର୍ଣ୍ଣ ସୁଯୋଗ ଆସିଥିଲା ତାହା ଭାଙ୍ଗି ଚୂରମାର ହୋଇଗଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱ ବିଜୟୀ ହୋଇଥିଲା। ବିଶ୍ୱକପ୍‌ ଫାଇନାଲରେ ହାରିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ସବୁ ଖେଳାଳିଙ୍କ ଆଖିରେ ଥିଲା ଲୁହ।

India Lost World CupIndia Lost World Cup

IPL ଇତିହାସରେ ଷ୍ଟାର୍କ ସବୁଠୁ ଦାମୀ ଖେଳାଳି

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ୍ ଷ୍ଟାର୍କ । ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ । ମଙ୍ଗଳବାର ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିବା ପରେ, ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବନିଥିଲେ ପ୍ୟାଟ୍ କମିନ୍ସ । ହେଲେ ଏହାପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭୫ କୋଟିରେ ବିକ୍ରି ହୋଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ମିଚେଲ୍ ଷ୍ଟାର୍କଙ୍କୁ ଆଗାମୀ ସିଜିନ୍ ପାଇଁ ୨୪.୭୫ କୋଟିରେ ନିଜ ଦଳରେ ସାମିଲ କରିଛି ।

Hockey World Cup 2023 Neeraj Chopra ODI World Cup Year Ender 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ