Advertisment

ଫଟୋରେ ବିଶ୍ୱର ଲୋକପ୍ରିୟ କ୍ରିକେଟ୍‌ ତାରକା, ଯିଏ ଚର୍ଚ୍ଚିତ ଅଭିନେତ୍ରୀଙ୍କ ସ୍ୱାମୀ..

ଫଟୋରେ ହସୁଥିବା ଏହି ବାଳକ ଜଣକ ଆଜି ଜଣେ ଜଣାଶୁଣା ତାରକା। ତାଙ୍କର ପତ୍ନୀ ଜଣେ ଲୋକପ୍ରିୟ ସିନେ ଅଭିନେତ୍ରୀ। ବିଶ୍ୱର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି। କହିଲେ ଦେଖିବା ଏହି ବାକଳ ଜଣକ କିଏ?

author-image
Manoranjan Behera
ଅଦ୍ୟତନ ହୋଇଛି
Virat Kohli

Virat Kohli

ଫଟୋରେ ଖାଇବା ବେଳେ ହସୁଥିବା ଏହି ବାଳକ ଆଜିର ସମୟର ଏକ ବଡ ତାରକା । ଏହାର ନାମ ବିଶ୍ୱର କୋଣ ଅନୁକୋଣରେ ଖେଳି ବୁଲୁଛି । ଯେଉଁଠି ଦେଖିବେ ତାଙ୍କରି ଚର୍ଚ୍ଚା । କ୍ରିକେଟ୍‌ର ସର୍ବଶ୍ରେଷ୍ଠ ଖେଳାଳି ତାଲିକାରେ ଯୋଡ଼ି ହୋଇଛି ତାଙ୍କର ନାମ । ଆପଣମାନେ ଫଟୋ ଦେଖି ଜାଣିପାରୁଥିବେ ଯେ ପିଲାଟି କିଏ ।

Advertisment

ଫଟୋରେ ପିଲାଟି ଆଉ କେହି ନୁହଁନ୍ତି, ଅନେକ ରେକର୍ଡର ଅଧିକାରୀ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ନାଁ ଯେମିତି ବିରାଟ, ତାଙ୍କ କାମ ବି ସେମିତି ବିରାଟ । କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା ଭାରତୀୟ କ୍ରିକେଟର । ତାଙ୍କର ଦେଶବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି ।

ବିରାଟ ନିଜେ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ସେ ଲେଖିଛନ୍ତି କି, ‘ଖାଅ ପିଅ ମଜା କର, କାହା ମନରେ ଦୁଃଖ ଦିଅନି’ । ଏହି ଫଟୋରେ ବିରାଟ ଖାଇବା ସହ ହସୁଥିବାର ଦେଖିବାକୁ ମିଳିଛି ।

Advertisment

ବିରାଟ କୋହଲି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୩୩ ବର୍ଷୀୟ କୋହଲି ୨୦୦୬ ରେ ପ୍ରଥମ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ । ଏହା ପରେ ସେ ଅନେକ ମ୍ୟାଚ୍‌ ଓ ବିଶ୍ୱକପ୍‌ରେ ଜବରଜସ୍ତ ପ୍ରଦର୍ଶନ ମଧ୍ୟ କରିଛନ୍ତି । ସେ ଟେଷ୍ଟ କ୍ରିକେଟ୍‌ରେ ୧୦୨ଟି ମ୍ୟାଚ୍‌, ଦିନିକିଆରେ ୨୬୨ ମ୍ୟାଚ୍‌, ଟି-ଟ୍ୱେଣ୍ଟିରେ ୧୧୩ଟି ମ୍ୟାଚ୍‌ ଓ ଆଇପିଏଲ୍‌ରେ ୨୨୩ଟି ମ୍ୟାଚ୍‌ ଖେଳିଛନ୍ତି । ଆଜିଯାଏଁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୧ଟି ଶତକ ମାରିଛନ୍ତି ।

ଅଷ୍ଟ୍ରେଲିଆରେ ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବର୍ତ୍ତମାନ ଗୋଟିଏ ନାଁ ବୋଲର୍‌ଙ୍କୁ ଭୟଭୀତ କରୁଛି, ସେ ହେଉଛନ୍ତି ବିରାଟ କୋହଲି । ଜବରଦସ୍ତ ବ୍ୟାଟିଂକୁ ଲଗାତାର ଅର୍ଦ୍ଧଶତକୀୟ ଇନିଂସ ଖେଳି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଏଥିସହିତ ତାଙ୍କ ପତ୍ନୀ ମଧ୍ୟ କମ୍ ପପୁଲାର୍‌ ନୁହଁନ୍ତି । ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ବଲିଉଡ ସୁପରଷ୍ଟାରଙ୍କ ହିରୋଇନ୍ ଭାବରେ କାର୍ଯ୍ୟ କରିଛନ୍ତି । ଅନୁଷ୍କା ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ।

Virat Kohli Special Story
Advertisment
Advertisment