Advertisment

ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ

ସ୍ପ୍ରିଣ୍ଟ କୁଇନ୍ ପିିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ବପ୍ନ ସାକାର ହେଲା। ମିଲଖା ସିଂ ଓ ପିଟି ଉଷା ଆଥଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ।

ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ

Milkha Singh

Advertisment

ଟୋକିଓ: ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ। ଫ୍ଲାଇଂ ଶିଖ୍‌ଙ୍କୁ ଗୋଲ୍ଡ଼ ମେଡାଲ୍ ଉତ୍ସର୍ଗ କଲେ ସୁନା ପୁଅ ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟ ପରେ, ପ୍ରଥମ ପ୍ରତିକ୍ରିୟାରେ ନୀରଜ କହିଛନ୍ତି ଯେ, ମୁଁ ଏହି ପଦକ ମିଲଖା ସିଂଙ୍କୁ ଉତ୍ସର୍ଗ କରୁଛି। ଆଶା କରୁଛି, ସେ ଯେଉଁଠି ବି ଥିବେ ମୋତେ ଦେଖୁଥିବେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଭାରତର କୌଣସି ଯୁବକ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ୍ ଜିତୁ ବୋଲି ମିଲଖାଙ୍କ ଶେଷ ଇଚ୍ଛା ଥିଲା।

Advertisment

ସେ ଏନେଇ ବହୁଥର ସାକ୍ଷାତକାରରେ କହିଛନ୍ତି। ସେପଟେ ସ୍ପ୍ରିଣ୍ଟ କୁଇନ୍ ପିିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ବପ୍ନ ସାକାର ହେଲା। ମିଲଖା ସିଂ ଓ ପିଟି ଉଷା ଆଥଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ।

ମିଲଖା ସିଂ ଗଣମାଧ୍ୟମରେ କହିଥିଲେ ଯେ- ଜଣେ ହିନ୍ଦୁସ୍ତାନ ଯୁବକ ଆଥଲେଟିକ୍ସ ଅଲମ୍ପିକ୍ସରେ ପଦକ ଜିତୁ, ମରିବା ପୂର୍ବରୁ ଏହା ମୋର ଇଚ୍ଛା। ଜଣେ ଖେଳାଳୀ ଶୃଙ୍ଖଳିତ, ଦୃଢ ପରିଶ୍ରମ ଓ ଏକାଗ୍ରତା ହେଲେ ସେ ଏଭଳି ସ୍ଥାନରେ ପହଞ୍ଚିପାରିବ। 

Advertisment
India News Tokyo Olympics Neeraj Chopra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ