Advertisment

‘ଚେନ୍ନାଇରେ ତିଆରି ହେବ ଧୋନିଙ୍କ ମନ୍ଦିର’

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ଦେଶର କୋଣ ଅନୁକୋଣରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି। ଧୋନିଙ୍କ ପାଇଁ ଚେନ୍ନାଇରେ ପ୍ରସ୍ତୁତ ହେବ ମନ୍ଦିର। ଚେନ୍ନାଇରେ ଧୋନିଙ୍କ ପାଇଁ ଥିବା କ୍ରେଜ୍‌ ଦେଖି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ।

ଅଦ୍ୟତନ ହୋଇଛି
Temples will be built for MS Dhoni: Ambati Rayudu

Mahendra Singh Dhoni

Advertisment

ଧୋନିଙ୍କ ପାଇଁ ଚେନ୍ନାଇରେ ପ୍ରସ୍ତୁତ ହେବ ମନ୍ଦିର। ଚେନ୍ନାଇରେ ଧୋନିଙ୍କ ପାଇଁ ଥିବା କ୍ରେଜ୍‌ ଦେଖି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ। ଅନ୍ତର୍ଜାତୀୟ କ୍ରିକେଟ ହେଉ ବା ଆଇପିଏଲ ସବୁଠି ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ରାୟୁଡୁ। ଗତକାଲି ଚେନ୍ନାଇ ନିଜ ହୋମ୍‌ ଗ୍ରାଉଣ୍ତ ଚେପକ୍‌ରେ ଏହି ସିଜିନ୍‌ର ଶେଷ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ରାଜସ୍ଥାନ ରୟାଲ୍ସକୁ ହରାଇ ପଏଣ୍ଟ ଟେବୁଲ୍‌ର ୩ନଂ ସ୍ଥାନରେ ପହଞ୍ଚିଛି। ଯଦି ଚେନ୍ନାଇ ପ୍ଲେ ଅଫ୍‌ରେ ନ ପହଞ୍ଚେ, ତେବେ ଗତକାଲିର ମ୍ୟାଚ୍‌ ଧୋନିଙ୍କ ପାଇଁ ଚେପକ୍‌ରେ ଶେଷ ମ୍ୟାଚ୍‌।

Advertisment

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ଦେଶର କୋଣ ଅନୁକୋଣରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି। ବିଶେଷ କରି ଚେନ୍ନାଇରେ ତାଙ୍କ କ୍ରେଜ୍‌ ପୁରା ଅଲଗା। ପୂର୍ବରୁ ସାଉଥ୍‌ରେ ଫିଲ୍ମ ଷ୍ଟାର ରଜନିକାନ୍ତ ଓ ଖୁସବୁଙ୍କ ପାଇଁ ଫ୍ୟାନ୍ସ ମନ୍ଦିର ତିଆରି କରିସାରିଛନ୍ତି। ଏହି ତାଲିକାରେ ଧୋନି ବି ସାମିଲ ହେବେ ବୋଲି ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ କହିଛନ୍ତି। ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ଧୋନି ଭଗବାନ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍

Advertisment

ରାୟୁଡୁ ଗତକାଲି ମ୍ୟାଚ୍‌ରେ କମେଣ୍ଟ୍ରି କରୁଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍‌ ଜିତିବା ପରେ ସେ କହିଛନ୍ତି, ‘ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ଧୋନି ହେଉଛନ୍ତି ଭଗବାନ। ଚେନ୍ନାଇ ପାଇଁ ସେ ପାଞ୍ଚ ଥର ଆଇପିଏଲ୍‌ ଟାଇଟଲ୍‌ ଓ ଦୁଇଥର ଚାମ୍ପିୟନ୍ସ ଲିଗ୍‌ ଜିତିଛନ୍ତି। ନିଶ୍ଚିତ ଭାବରେ ଆଗାମୀ ଦିନରେ ଧୋନିଙ୍କ ପାଇଁ ଚେନ୍ନାଇରେ ଏକ ମନ୍ଦିର ତିଆରି ହେବ ବୋଲି ଭାବୁଛି। ଧୋନି ଭାରତ ପାଇଁ ଦୁଇ ଦୁଇଟି ବିଶ୍ୱକପ୍‌ ଜିତି ଦେଶବାସୀଙ୍କ ପାଇଁ ଖୁସି ଆଣିଛନ୍ତି। ବିଶେଷ କରି ଆଇପିଏଲ୍‌ରେ ଚେନ୍ନାଇ ଦଳ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ସେ ଏମିତି ଏକ ଖେଳାଳି ଯିଏ କି ପ୍ରତିଟି ଖେଳାଳିଙ୍କ ଉପରେ ବିଶ୍ୱାସ ରଖନ୍ତି। ଲୋକେ ତ ଧୋନିଙ୍କ ଗୋଟିଏ ଝଲକ ପାଇଁ ଷ୍ଟାଡିୟମ୍‌ରେ ଭିଡ଼ ଜମାନ୍ତି। ଫ୍ୟାନ୍ସ ଭାବୁଛନ୍ତି ଗତକାଲିର ମ୍ୟାଚ୍‌ ଧୋନିଙ୍କ ଶେଷ ମ୍ୟାଚ୍‌’।

ଗତକାଲିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଛି। ଏହି ବିଜୟ ସହ ଚେନ୍ନାଇ ପ୍ଲେଅଫର ନିକଟତର ହୋଇଛି। ଦଳ ଏବେ ୧୩ଟି ମ୍ୟାଚ୍‌ରୁ ୭ ବିଜୟ ସହ ୧୪ ପଏଣ୍ଟ ହାସଲ କରି ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଯାଇଛି। ଦଳ ନିଜର ଶେଷ ମ୍ୟାଚ୍‌ରେ ଜିତିବା ମାତ୍ରେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରି ନେବ। ଶେଷ ମ୍ୟାଚରେ ଚେନ୍ନାଇର ମୁକାବିଲା ଆରସିବି ସହ ହେବ। ସେହିପରି ରାଜସ୍ଥାନ ପରାଜୟ ସତ୍ତ୍ୱେ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ ପାଖରେ ଆହୁରି ୨ଟି ମ୍ୟାଚ୍‌ ବାକି ରହିଛି। ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ହାଇଦ୍ରାବାଦ ରହିଛି।

Advertisment

ଅଧିକ ପଢ଼ନ୍ତୁ: ବଢ଼ିବନି ରାହୁଲଙ୍କ କାର୍ଯ୍ୟକାଳ, ସେ ଚାହିଁଲେ ପୁଣି କରିପାରିବେ ଆବେଦନ...

IPL CSK Mahendra Singh Dhoni MS Dhoni Chennai Super Kings RCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: