Advertisment

Barabati ODI Match: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା; ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ।

India Vs England

India Vs England

Advertisment

ଆଜି ସୁପର୍ ସଣ୍ଡେରେ ସୁପର୍ ମୁକାବିଲା। ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନାଗପୁରର ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ରହିଛି। ଇଂଲଣ୍ଡ ପାଇଁ ବି କର ବା ମର ଅବସ୍ଥା।

Advertisment

ତେବେ ବାରବାଟୀରେ ଟିମ୍ ଇଣ୍ଡିଆର ଭଲ ରେକର୍ଡ ରହିଛି। ଭାରତ ମୋଟ ୧୭ଟି ODI ଖେଳିଥିବା ବେଳେ ୧୩ଟିରେ ବିଜୟୀ ହୋଇଛି । ଇଂଲଣ୍ଡ ବିପକ୍ଷରେ ଦେଖିଲେ ବାରବାଟୀରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ। ସେଥିରୁ ୩ ଥର ଜିତିଥିବା ବେଳେ ୨ ଥର ପରାଜୟର ସ୍ୱାଦ ଚାଖିଛି ଭାରତ। ୨୦୦୭ ପରଠୁ ବାରବାଟୀରେ ODIରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ ।

ଅନ୍ୟପକ୍ଷରେ ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ। ସାଙ୍ଗରେ କେବଳ ମୋବାଇଲ୍ ସହ ଟିକଟ, ଚଷମା ନେଇପାରିବେ।

Advertisment

ମ୍ୟାଚ୍ ବେଳେ ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ ୫୦ ପ୍ଲାଟୁନ୍ ଫୋର୍ସ। ସକାଳ ୮ଟାରୁ ଖେଳ ସରିବା ଯାଏଁ ଏବଂ ଭିଡ଼ ଭାଙ୍ଗିବା ଯାଏଁ ରହିବ ଟ୍ରାଫିକ୍ କଟକଣା। ତଳ ବାଲିଯାତ୍ରା ପଡ଼ିଆ, ଆନନ୍ଦ ଭବନ ପଡ଼ିଆ, ଦୟାଶ୍ରମ ସାମ୍ନା ପଡ଼ିଆ, ପାସଧାରୀଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମର ୧ ଏବଂ ୧୪ ନମ୍ବର ଗେଟ୍ ନିକଟ ପଡ଼ିଆ, ବାମ୍ବୋ ଡିପୋ ପଡ଼ିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ।

ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଡ଼ିଆ ଯୁବକଙ୍କ ଛାତିରେ ‘ବିରାଟ’ଙ୍କ ଟାଟୁ, କୋହଲିଙ୍କୁ ଦେଖିବାକୁ ଗୋଆରୁ ଆସିଲେ ଭୁବନେଶ୍ୱର

Team India India Vs England ODI Barabati ODI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ