Advertisment

ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ! UAE କିମ୍ବା ଶ୍ରୀଲଙ୍କାରେ ହୋଇପାରେ ଭାରତର ମ୍ୟାଚ୍

ଆସନ୍ତା ୨୦୨୫ ଫେବ୍ରୁଆରୀରୁ ଆରମ୍ଭ ହେଉଛି ICC ଚାମ୍ପିଅନ୍ସ ଟ୍ରଫି। ପାକିସ୍ତାନ ଏହାର ଆୟୋଜକ ଥିବା ବେଳେ ଭାରତର ସମସ୍ତ ମ୍ୟାଚ୍ ସିଡ୍ୟୁଲ୍ ଅନୁଯାୟୀ ଲାହୋରରେ ରହିଛି। ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ବାହାରେ ମ୍ୟାଚ୍ ଖେଳିବାକୁ ଚାହୁଁଛି।

ଅଦ୍ୟତନ ହୋଇଛି
Champions Trophy 2025

Champions Trophy

Advertisment

ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ। ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳିନପାରେ ଭାରତ। UAE କିମ୍ବା ଶ୍ରୀଲଙ୍କାରେ ଆୟୋଜନ ହୋଇପାରେ ଭାରତର ମ୍ୟାଚ୍। ଏଥିଲାଗି ICCକୁ ଅପିଲ କରିପାରେ BCCI। ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ ଚାଂପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ।

Advertisment

ଆସନ୍ତା ୨୦୨୫ ଫେବ୍ରୁଆରୀରୁ ଆରମ୍ଭ ହେଉଛି ICC ଚାମ୍ପିଅନ୍ସ ଟ୍ରଫି। ପାକିସ୍ତାନ ଏହାର ଆୟୋଜକ ଥିବା ବେଳେ ଭାରତର ସମସ୍ତ ମ୍ୟାଚ୍ ସିଡ୍ୟୁଲ୍ ଅନୁଯାୟୀ ଲାହୋରରେ ରହିଛି। ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ବାହାରେ ମ୍ୟାଚ୍ ଖେଳିବାକୁ ଚାହୁଁଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ନିକଟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିଲା ଭାରତ। ଏବେ ଆଇସିସି ଚାଂପିଅନ୍ସ ଟ୍ରଫି ଉପରେ ଟିମ୍ ଇଣ୍ଡିଆର ନଜର ରହିଛି।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ତିଆର ନୂଆ କୋଚ୍ ହେଲେ ଗମ୍ଭୀର, ବିସିସିଆଇ ଦେଲା ସୂଚନା

PCB କାର୍ଯ୍ୟସୂଚୀ ଅନୁସାରେ ସମସ୍ତ ୧୫ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ୭ଟି ମ୍ୟାଚ୍ ଲାହୋର, ତିନୋଟି କରାଚି ଏବଂ ପାଞ୍ଚଟି ରାୱଲପିଣ୍ଡିରେ ଖେଳାଯିବାକୁ ଥିବାବେଳେ କରାଚିରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ମାର୍ଚ୍ଚ ୧ରେ ଲାହୋରରେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ ମ୍ୟାଚ୍ ରହିଛି। କିନ୍ତୁ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆକୁ ସେଠାକୁ ପଠାଇବା ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଭାରତ ଏସିଆ କପ୍ ଭଳି ପାକିସ୍ତାନ ବାହାରେ ଶ୍ରୀଲଙ୍କା କିମ୍ବା ୟୁଏଇରେ ମ୍ୟାଚ୍ ଆୟୋଜନ କରିବାକୁ ଅପିଲ୍ କରିବାର ସମ୍ଭାବନା ରହିଛି।

Advertisment

ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ସମସ୍ତ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଟିମର କମାଣ ରୋହିତ ଶର୍ମା ହିଁ ସମ୍ଭାଳିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ନିଶ୍ଚିତ କରିଛନ୍ତି। ଏଥିସହ ଟି-୨୦ ବିଶ୍ୱକପ ଭଳି ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ଓ WTC ଫାଇନାଲ ଖେଳିବ ଓ ଟ୍ରଫି ଜିତିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Sports: ରୋହିତ ଓ ବିରାଟଙ୍କ ପରେ ଟି-୨୦ ଆନ୍ତର୍ଜାତିକରେ କେତେ ଉଜ୍ଜ୍ୱଳ ଭାରତର ଭବିଷ୍ୟତ

Team India Pakistan BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ