Advertisment

ବର୍ଷକ ମଧ୍ୟରେ ଟିମ୍‌ ଇଣ୍ଡିଆର ହେବ ବଡ଼ ପରିବର୍ତ୍ତନ ! ଟିମ୍‌ରୁ ଆଉଟ୍‌ ହୋଇପାରନ୍ତି ଏହିସବୁ ସିନିୟର ଖେଳାଳି...

ସେମିଫାଇନାଲରେ ଇଂଲଣ୍ଡଠୁ ଶୋଚନୀୟ ପରାଜୟର ଶିକାର ହେବା ପରେ ଟିମ୍‌ ଇଣ୍ଡିଆ ଏବେ ରାଡାର୍‌ରେ ଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପୁରା ଟିମ୍‌ରେ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Team India Set For A Big Changes

Team India Set For A Big Changes

Advertisment

ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠୁ ଭାରତ ପରାଜୟ ହୋଇଛି। ସେମିଫାଇନାଲରେ ଭାରତକୁ ୧୦ ୱିକେଟ୍‌ରେ ହରାଇ  ଇଂଲଣ୍ଡ ଫାଇନାଲ୍‌କୁ ଯାଇଛି। ଭାରତର ସ୍କୋର ୧୬୮/୬କୁ ଟାର୍ଗେଟ୍‌ କରି ନୋ ବଲ୍‌ରେ ଇଂଲଣ୍ଡ ୧୭୦/୦ ସ୍କୋର କରି ଫାଇନାଲ୍‌ ପାଇଁ ରାସ୍ତା ପକ୍କା କରିଛି। ସେପଟେ ସେମିଫାଇନାଲରେ ଇଂଲଣ୍ଡଠୁ ଶୋଚନୀୟ ପରାଜୟର ଶିକାର ହେବା ପରେ ଟିମ୍‌ ଇଣ୍ଡିଆ ଏବେ ରାଡାର୍‌ରେ ଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପୁରା ଟିମ୍‌ରେ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ବର୍ଷକ ମଧ୍ୟରେ ଟିମ୍‌ ଇଣ୍ଡିଆର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। 

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱକପ୍‌ରୁ ଭାରତ ବିଦାୟ ନେବାବେଳେ କାନ୍ଦିପକାଇଲେ ରୋହିତ ଶର୍ମା

ନ୍ୟୁଜ୍‌ ଏଜେନ୍ସି PTI, ବିସିସିଆଇ ସୂତ୍ରରୁ ଉଦ୍ଧୃତ କରି କହିଛି ଯେ, ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱୀନ ଓ ୱିକେଟ୍‌ କିପର୍‌ ତଥା ବୋଲର୍‌ ଦୀନେଶ କାର୍ତ୍ତିକଙ୍କ ଏହା ଶେଷ ବିଶ୍ୱକପ୍‌ ହୋଇପାରେ। ଏହାସହ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ମଧ୍ୟ ଧୀରେ ଧୀରେ ଟିମ୍‌ରୁ ବାହାର କରିବା ପାଇଁ ଯୋଜନା ଚାଲିଛି। ତେବେ କ୍ରିକେଟରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି କେବଳ ଖେଳାଳିମାନଙ୍କୁ ହିଁ ନେବାକୁ ପଡ଼ିବ। 

ଫ୍ୟୁଚର୍‌ କ୍ୟାପଟେନ୍‌ ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା...

ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ନିରାଶ ହୋଇଛନ୍ତି। ଇଂଲଣ୍ଡ ଠାରୁ ଭାରତ ହାରିବା ପରେ ନିଜ କୋହକୁ ସମ୍ଭାଳି ପାରିନଥିଲେ ରୋହିତ ଶର୍ମା। ଡ୍ରେସିଂ ରୁମ୍‌ରେ ବସିଥିବା ବେଳେ ସେ କାନ୍ଦି ପକାଇଥିଲେ। ଏହି ସମୟରେ କୋଚ୍‌ ରାହୁଲ ଦ୍ରାବିଡ ତାଙ୍କୁ ସାନ୍ୱନା ଦେଉଥିବା ନଜର ଆସିଥିଲା। ସୂଚନା ଅନୁସାରେ, ୨ ବର୍ଷ ପରେ ଆଗାମୀ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ତେଣୁ BCCI ନଜରରେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଫ୍ୟୁଚର୍‌ କ୍ୟାପଟେନ୍‌। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଗାମୀ ଟି-୨୦ ଓ ଦିନିକିଆ ମ୍ୟାଚ୍‌ର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ହୋଇପାରନ୍ତି।

Advertisment

ସନ୍ୟାସ ନେବା ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି...

ସୂତ୍ରରୁ ଜଣାପଡ଼ିଛି, BCCI କୌଣସି ଖେଳାଳିଙ୍କୁ ସନ୍ନ୍ୟାସ ନେବା ପାଇଁ କହିବ ନାହିଁ। କାରଣ ଏହା ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଯଦି ଆଗାମୀ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ କଥା କହିବା ତା’ହେଲେ, ସେପର୍ଯ୍ୟନ୍ତ ଅଧିକ ସିନିୟର ଖେଳାଳି ଟେଷ୍ଟ୍‌ ଓ ଦିନିକିଆ ମ୍ୟାଚ୍‌ ଖେଳିବାର ନଜର ଆସିବେ। ଯେପର୍ଯ୍ୟନ୍ତ ଖେଳାଳିମାନେ ନ ଚାହିଁଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କର ସନ୍ନ୍ୟାସ ନେଇ କୌଣସି ଘୋଷଣା କରାଯିବ ନାହିଁ। 

ରାହୁଲ ଦ୍ରାବିଡଙ୍କଠୁ ଆରମ୍ଭ କରି କୋହଲି, ରୋହିତଙ୍କ ଭଳି ସିନିୟର ଖେଳାଳିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନର ଉତ୍ତରରେ କୁହାଯାଇଛି ଯେ, ‘ସେମିଫାଇନାଲ୍‌ ମ୍ୟାଚ୍‌ ପରେ ଏସବୁ ସମ୍ପର୍କରେ ନିଷ୍ପତ୍ତି ନେବା ଶୀଘ୍ର ହୋଇଯିବ। କାରଣ ଏହି ଖେଳାଳିମାନେ ଭଲ ପ୍ରଦର୍ଶନ କରିଆସିଛନ୍ତି। ଟିମ୍‌ରେ ପରିବର୍ତ୍ତନ ଓ ସିନିୟର ଖେଳାଳିମାନଙ୍କ ସମ୍ପର୍କରେ ବିଚାର ଲାଗି ବହୁତ ସମୟ ଅଛି।’

Advertisment


ଟି-୨୦ ବିଶ୍ୱକପ୍‌ରେ ରୋହିତ-କୋହଲି-ଅଶ୍ୱୀନଙ୍କ ପ୍ରଦର୍ଶନ...

ଚଳିତ ଟି-୨୦ ବିଶ୍ୱକପ୍‌ରେ ବିରାଟ କୋହଲି ୬ ମ୍ୟାଚ୍‌ ଖେଳି ୨୯୬ ରନ୍‌ କରିଛନ୍ତି ଓ ତାଙ୍କର ଆଭ୍‌ରେଜ୍‌ ୯୮.୬୬ ରହିଛି। ରୋହିତ ଶର୍ମା କେବଳ ୧୧୬ ରନ୍‌ କରିଛନ୍ତି।ସେହିପରି ଅଶ୍ୱୀନ ୬ ମ୍ୟାଚ୍‌ରେ କେବଳ ୬ ୱିକେଟ୍‌ ନେଇଛନ୍ତି। 

Virat Kohli Team India Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ