Advertisment

ହୋଟେଲ୍‌ରେ ସେଲ୍‌ଫି ଉଠାଇଲେ, ପରେ ଗାଡ଼ିର ପିଛା କଲେ...ଶେଷରେ ରାସ୍ତା ମଝିରେ କ୍ରିକେଟରଙ୍କୁ ପିଟିଲେ ଯୁବତୀ !

ମୁମ୍ବାଇରେ ଏକ କ୍ଲବ୍‌ରେ ସେଲ୍‌ଫି ଉଠାଇବାକୁ ନେଇ ବିବାଦ ପରେ ପୃଥିବୀ ଶ’ଙ୍କୁ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନେ ପୃଥିବୀ ଶ’ଙ୍କ ସହ ଅସଦାଚରଣ କରିଥିଲେ।

ଅଦ୍ୟତନ ହୋଇଛି
Team India Cricketer Prithvi Shaw Allegedly Attacked In Mumbai

Team India Cricketer Prithvi Shaw Allegedly Attacked In Mumbai

Advertisment

ବିବାଦ ଘେରରେ ଟିମ୍‌ ଇଣ୍ଡିଆର ଷ୍ଟାର ଖିଲାଡି ପୃଥିବୀ ଶ’। ମୁମ୍ବାଇରେ ଏକ କ୍ଲବ୍‌ରେ ସେଲ୍‌ଫି ଉଠାଇବାକୁ ନେଇ ବିବାଦ ପରେ ପୃଥିବୀ ଶ’ଙ୍କୁ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନେ ପୃଥିବୀ ଶ’ଙ୍କ ସହ ଅସଦାଚରଣ କରିଥିଲେ। ପରେ ବିବାଦ ଏତେ ବଢ଼ି ଯାଇଥିଲା ଯେ, ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ଯୁବତୀଙ୍କ ନାଁ ସପନା ଗିଲ୍‌। ଯିଏକି ଜଣେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର ତଥା ବ୍ଲଗର୍‌।

Advertisment

ଅଧିକ ପଢ଼ନ୍ତୁ: ‘ବଦ୍‌ନାମ କଲା ଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ...’ କ୍ରିକେଟର ଶିଖର ଧୱନ୍ତଙ୍କ ପତ୍ନୀଙ୍କୁ କୋର୍ଟଙ୍କ ଚେତାବନୀ

୮ ଜଣଙ୍କ ବିରୋଧରେ ମାମଲା...

ସେଲ୍‌ଫି ଉଠାକୁ ନେଇ ଝଗଡ଼ା ପରେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର ସପନା ଗିଲ୍‌ ଓ ତାଙ୍କ ସାଙ୍ଗମାନେ ପୃଥିବୀ ଶ’ଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପୃଥିବୀଙ୍କୁ ଧମକଚମକ ଦେବା ସହ ତାଙ୍କ ଠାରୁ ଟଙ୍କା ଆଦାୟ ପାଇଁ ପ୍ରୟାସ କରିଥିଲେ। ଏହି ମାମଲାରେ ଓଶିୱାରା ପୋଲିସ୍‌ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସପନାଙ୍କୁ ଗିରଫ କରିଛି।

Advertisment

ପଞ୍ଚ ତାରକା ହୋଟେଲ୍‌ ବାହାରେ ଘଟିଥିଲା ଘଟଣା...

ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲ୍‌ ବାହାରେ ଏହି ଗଣ୍ଡଗୋଳ ହୋଇଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଷ୍ଟାର କ୍ରିକେଟର ପୃଥିବୀ ଶ’ଙ୍କ ସହ ଯେଉଁ ଯୁବତୀ ଝଗଡ଼ା କରୁଛନ୍ତି ସେ ସପନା ଗିଲ୍‌ ବୋଲି ଜଣାପଡ଼ିଛି। ଭିଡିଓରେ ପୃଥିବୀ ଶ’ ଟେନ୍‌ସନ୍‌ରେ ଥିବା ଭଳି ଜଣାପଡ଼ୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ଦେଖିବାକୁ ମିଳିଛି। ଭିଡିଓଟି ସପନାଙ୍କ ଜଣେ ସାଙ୍ଗ ଉତ୍ତୋଳନ କରିଥିବା ସୂଚନା ମିଳିଛି। ଯିଏ ବାରମ୍ବାର କହୁଛନ୍ତି, କ୍ରିକେଟର ବୋଲି କ’ଣ କିଛି ବି କରିବେ। 

Advertisment


ସେଲ୍‌ଫି ଉଠାକୁ ନେଇ ବିବାଦ...

ବୁଧବାର ଭୋର ସମୟରେ ମୁମ୍ବାଇରେ ଏହି ଘଟଣା ଘଟିଥିଲା। ପୃଥିବୀ ଶ’ଙ୍କ ଓକିଲଙ୍କ କହିବା ଅନୁସାରେ, ସୋଭିତ ଠାକୁର ଓ ସପନା ଗିଲ୍‌ ନାମକ ୨ ଜଣ ଫ୍ୟାନ୍ସ ଡିନର୍‌ ପାଇଁ ଆସିଥିବା ପୃଥିବୀ ଶ’ଙ୍କ ସହ ସେଲ୍‌ଫି ଉଠାଇବା ପାଇଁ ଚାହିଁଥିଲେ। ଏହାପରେ ପୃଥିବୀ ସେମାନଙ୍କ ସହ ସେଲ୍‌ଫି ଉଠାଇ ଥିଲେ। ହେଲେ କିଛି ସମୟ ପରେ ଆଉ କିଛି ଲୋକ ପୃଥିବୀ’ଙ୍କ ପାଖରେ ପହଞ୍ଚିଥିଲେ ଓ ସେଲ୍‌ଫି ଉଠାଇବା ପାଇଁ କହିଥିଲେ। ହେଲେ ପୃଥିବୀ ସେଲ୍‌ଫି ଉଠାଇବା ପାଇଁ ମନା କରି ଦେଇଥିଲେ। ଏହାସତ୍ତ୍ୱେ ମଧ୍ୟ ସେମାନେ ସେଠାରୁ ଯାଇ ନଥିଲେ। ଫଳରେ ହୋଟେଲ୍‌ ମ୍ୟାନେଜରଙ୍କୁ ଡକାଇ ସେମାନଙ୍କୁ ବାହାର କରାଯାଇଥିଲା।

ଗାଡ଼ି ଉପରେ ଆକ୍ରମଣ !

ଏଥିରେ ରାଗି ଯାଇ ୨ ଜଣ ଫ୍ୟାନ୍ସ ସେମାନଙ୍କ ସାଙ୍ଗକୁ ଡକାଇ ହୋଟେଲ ବାହାରେ ପାଖାପାଖି ୮ ଜଣ ପୃଥିବୀ ଶ’ଙ୍କୁ ଘେରି ଯାଇଥିଲେ। କୌଣସିମତେ ପୃଥିବୀ ସେମାନଙ୍କ କବଳରୁ ଖସି ପଳାଇ ଆସିଥିବା ବେଳେ ତାଙ୍କ କାର୍‌କୁ ପିଛା କରି ଅଭିଯୁକ୍ତମାନେ ତାଙ୍କ କାର୍‌ ଉପରେ ଆକ୍ରମଣ କରିଥିଲେ। ଏହାସହ ଅଭିଯୁକ୍ତମାନେ ପୃଥିବୀ ଶ’ଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ମିଛ କେସ୍‌ରେ ଫସାଇ ଦେବୁ ବୋଲି ସପନା ଗିଲ୍‌ କହିଥିବା ପୃଥିବୀଙ୍କ ଓକିଲ ଅଭିଯୋଗ ଆଣି ଏହା କହିଛନ୍ତି। 

ଘଟଣାକୁ ନେଇ ପୃଥିବୀ ଶ’ ଓ ତାଙ୍କ ସାଙ୍ଗ ପୋଲିସରେ ଅଭିଯୋଗ କରିବା ପରେ ସପନା ଗିଲ୍‌ଙ୍କୁ ପୋଲିସ୍ ଗିରଫ କରିଛି। ହେଲେ ପୃଥିବୀ ଶ’ ଆଣିଥିବା ଅଭିଯୋଗ ମିଛ ବୋଲି ସପନାଙ୍କ ଓକିଲ ଦାବି କରିଛନ୍ତି। 

Team India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ