Advertisment

ଟି-୨୦ ବିଶ୍ୱକପ୍‌: କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ

କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ। ଉଭୟ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ଦୁଇଟି ଲେଖାଏଁ ପରାଜୟ ବରଣ କରିସାରିଥିବାରୁ ଆଜିର ମ୍ୟାଚ ବେଶ୍ ଗୁରୁତ୍ୱ ବହନ କରୁଛି।

T 20 World Cup

T 20 World Cup

Advertisment

ଦୁବାଇ: ଟି-୨୦ ମହାକୁମ୍ଭରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନ ନିଜର ପ୍ରଥମ ଦୁଇଟିଯାକ ମ୍ୟାଚ ଜିତି ଦୃଢ ସ୍ଥିତିରେ ରହିଛି। ଅନ୍ୟପଟେ ଆଫଗାନିସ୍ତାନ ବି ବଡ଼ ବ୍ୟବଧାନରେ ସ୍କଟଲ୍ୟାଣ୍ଡକୁ ହରାଇଥିଲା। ସେହିପରି ଆଉ ଏକ କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ। ଉଭୟ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ଦୁଇଟି ଲେଖାଏଁ ପରାଜୟ ବରଣ କରିସାରିଥିବାରୁ ଆଜିର ମ୍ୟାଚ ବେଶ୍ ଗୁରୁତ୍ୱ ବହନ କରୁଛି।

Advertisment

ସେପଟେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଥିଲା ଅଷ୍ଟ୍ରେଲିଆ ଓପ୍ନିଙ୍ଗରେ ଆସି ୬୫ ରନ୍ କରି ଫର୍ମକୁ ଫେରିଥିଲେ ଡେଭିଡ୍ ୱାର୍ଣ୍ଣର। ତା ସହ କଙ୍ଗାରୁ ଟିମକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୫୪ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୧୭ ଓଭରରେ ୩ ଓ୍ବିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।  

ଆସନ୍ତା ରବିବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ସାମନା କରିବ ଭାରତ। ପାକିସ୍ତାନ ବିପକ୍ଷରେ ହୋଇଥିବା ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ଏହି ମ୍ୟାଚ ଭାରତ ଜିତିବା ଗୁରୁତ୍ୱପୂର୍ଣ୍ଣ।

Advertisment
Afghanistan Vs Pakistan T20 World Cup 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ