Advertisment

କ୍ରିକେଟ୍‌ରେ ପୁଣି ଚମତ୍କାର: ବିଶ୍ୱକପ୍ ସେମିରେ ପାକିସ୍ତାନ

ଭାରତ ବିପକ୍ଷରେ ପରାଜୟ ଓ ଜିମ୍ବାୱେ ବିରୁଦ୍ଧରେ ଆକସ୍ମିକ ଭାବେ ହାରିଯିବା ପରେ ଟି-ଟେଣ୍ଟି ବିଶ୍ୱକପ୍ ଆରମ୍ଭରୁ ହିଁ ମଉଳି ଯାଇଥିଲା ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା।

undefined

World Cup

Advertisment

ଅନିଶ୍ଚିତତାର ଖେଳ କ୍ରିକେଟ୍ କେତେବେଳେ ବି ଘଟିପାରେ କିଛି ଚମତ୍କାର। ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା। ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ ହୋଇଛି। ସେପଟେ ଶେଷ ମ୍ୟାଚ୍‌ରେ ଜିମ୍ବାେଓ୍ୱକୁ ହରାଇ ଗ୍ରୁପ୍ ଟପ୍ପର ଭାବେ ସେମି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ସେମିରେ ଭାରତର ମୁକାବିଲା ଇଂଲଣ୍ଡ ସହିତ ହେବ।

Advertisment

ଭାରତ ବିପକ୍ଷରେ ପରାଜୟ ଓ ଜିମ୍ବାୱେ ବିରୁଦ୍ଧରେ ଆକସ୍ମିକ ଭାବେ ହାରିଯିବା ପରେ ଟି-ଟେଣ୍ଟି ବିଶ୍ୱକପ୍ ଆରମ୍ଭରୁ ହିଁ ମଉଳି ଯାଇଥିଲା ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତକୁ ହରାଇବା ପରେ ଏହି ଗଣିତ ଆହୁରି ଜଟିଳ ହୋଇଥିଲା। କେବଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ପାକିସ୍ତାନ ଲାଗି ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ ଥିଲା। ବାଂଲାଦେଶ ବିପକ୍ଷରେ ଜିତିଲେ ଏବଂ ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସଠୁ ହାରିଲେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା ଆକଳନ କରାଯାଇଥିଲା।

ତେବେ ନେଦରଲ୍ୟାଣ୍ଡ୍ସ-ଦକ୍ଷିଣ ଆଫ୍ରିକାକୁ ହରାଇବ ଏ ଆଶା କାହାର ନଥିଲା ଅର୍ଥାତ୍ ପାକିସ୍ତାନ ସୁପର-ଫୋର୍‌ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଏକରକମ ନିଶ୍ଚିତ ହୋଇଯାଇଥିଲା ମାତ୍ର ପୁଣି କରିସ୍ମା ଦେଖାଇଛି ଅନିଶ୍ଚିଚାର ଖେଳ କ୍ରିକେଟ୍। ଆଶ୍ଚର୍ଯ୍ୟଜନକ ଭାବେ ଦୁର୍ବଳ ନେଦରଲ୍ୟାଣ୍ଡ୍ସଠୁ ହାରି ଯାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ହୋଇଛି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା। ଅନ୍ୟପକ୍ଷରେ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ସହ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପାକିସ୍ତାନ ବର୍ଷା ଯୋଗୁଁ  ଜିମ୍ବାେଓ୍ୱ ବିପକ୍ଷ ମ୍ୟାଚ୍ ବାତିଲ ହୋଇଯିବା ଦକ୍ଷିଣ ଆଫ୍ରିକା ଲାଗି ବି ଘାତକ ହୋଇଛି।

Advertisment

ଏପଟେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପରାଜୟ ସତ୍ତ୍ୱେ ନିଜର ଦବଦବା ଜାରି ରଖିଛି ଟିମ୍ ଇଣ୍ଡିଆ। ନିଜର ଶେଷ ଲିଗ୍‌ରେ ଜିମ୍ବାୱେକୁ ୭୧ ରନ୍‌ରେ ପରାସ୍ତ କରି ନିଜ ଗ୍ରୁପ୍‌ରେ ଟପ୍ପର ହୋଇଛି ରୋହିତ ବାହିନୀ। ୪ଟି ବିଜୟ ଓ ଗୋଟିଏ ପରାଜୟ ଅର୍ଥାତ ସର୍ବାଧିକ ୮ ପଏଣ୍ଟ ସହ ଗ୍ରୁପ୍ ଶୀର୍ଷରେ ରହି ସେମିଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଛି ଦଳ। ଫଳରେ ଗ୍ରୁପ୍ ଓ୍ୱାନ୍‌ର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ସହ ଭାରତ ଦ୍ୱିତୀୟ ସେମିଫାଇନାଲ୍ ଖେଳିବ। ଆସନ୍ତା ୧୦ ତାରିଖରେ ଏହି ମ୍ୟାଚ୍ ଆଡିଲେଡ୍‌ରେ ଖେଳାଯିବ। ଅନ୍ୟପକ୍ଷରେ ଗ୍ରୁପ୍-ଓ୍ୱାନ୍ ଟପ୍ପର ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ସେମିଫାଇନାଲ୍‌ରେ ଭେଟିବ। ପାକିସ୍ତାନ ୯ ତାରିଖରେ ସିଡନୀରେ ଏହି ମ୍ୟାଚ୍ ଖେଳାଯିବ। 

ICC T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ