Advertisment

କୌଣସି ବିଶ୍ବକପରେ ପ୍ରଥମ ଥର ଫାଇନାଲରେ ଦ. ଆଫ୍ରିକା; ଆଫଗାନିସ୍ତାନକୁ ହରାଇ ରଚିଲା ଇତିହାସ

ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ ଗଲା ଦ. ଆଫ୍ରିକା ଟିମ୍‌ । ୫୭ ରନ୍‌ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରି ନେଇଛି ।

ଅଦ୍ୟତନ ହୋଇଛି
South Africa beat Afghanistan by nine wickets

South Africa

Advertisment

ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ୍‌ । ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଫାଇନାଲ ଗଲା ଦ. ଆଫ୍ରିକା ଟିମ୍‌ । ୫୭ ରନ୍‌ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରି ନେଇଛି । ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । କୌଣସି ବିଶ୍ବକପରେ ପ୍ରଥମ ଥର ଫାଇନାଲକୁ ଗଲା ଦ. ଆଫ୍ରିକା । 

Advertisment

ତିନିଦାଦର ତରୋବାର ବ୍ରିୟାନ ଲାରା ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭୁଲ ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ସାମ୍ନାରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ପାୱାର ପ୍ଲେରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇଥିଲା। ଯାହା ପରେ ଟି-୨୦ ବିଶ୍ୱକପ ଇତିହାସରେ ଆଫଗାନିସ୍ତାନ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛି ।

ଅଧିକ ପଢ଼ନ୍ତୁ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ

Advertisment

ତେବେ ଆଜି ଦ୍ବିତୀୟ ସେମିରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ । ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତର ମୁକାବିଲା ଇଂଲଣ୍ଡ ସହିତ ହେବ। ଏହି ମ୍ୟାଚ୍‌ ଗାଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ଗୁରୁବାର ରାତି ୮ଟାରେ ଖେଳାଯିବ। କିନ୍ତୁ ମ୍ୟାଚ୍‌ ଦିନ ଏଠାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଗୁରୁବାର ସକାଳେ ଗାଏନାରେ ୮୮ ପ୍ରତିଶତ ବର୍ଷା ହେବା ଆଶଙ୍କା ରହିଛି। ଏପରିକି ପ୍ରବଳ ଘଡ଼ଘଡି ମାରିବା ସମ୍ଭାବନା ୧୮ ପ୍ରତିଶତ ଅଛି। ସ୍ଥାନୀୟ ସମୟ ଦିନ ୧୦ଟା ୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ। ତେଣୁ ଦ୍ବିତୀୟ ସେମିଫାଇନାଲ୍‌ ସୁରୁଖୁରୁରେ ଆୟୋଜନ ହେବା ନେଇ ଆଶଙ୍କା ଦେଖାଦେଇଛି।

ପ୍ରଥମ ସେମିଫାଇନାଲ୍‌ ପରି ଦ୍ବିତୀୟ ସେମିଫାଇନାଲ୍‌ରେ କୌଣସି ସଂରକ୍ଷିତ ଦିବସ ରଖାଯାଇ ନାହିଁ। କିନ୍ତୁ ମ୍ୟାଚ୍‌ ଆୟୋଜନ ପାଇଁ ଆୟୋଜକଙ୍କ ପାଖରେ ଅତିରିକ୍ତ ୨୫୦ ମିନିଟ୍‌ ଦିଆଯାଇଛି। ଯଦି ମ୍ୟାଚ୍‌ ଆରମ୍ଭ କରାଇବାରେ ବର୍ଷା ବାଧା ଦିଏ, ତାହେଲେ ଅତିରିକ୍ତ ସମୟ ମଧ୍ୟରେ ଖେଳକୁ ଶେଷ କରିବାକୁ ଚେଷ୍ଟା କରାଯାଇପାରିବ। ଯଦି ବର୍ଷା ଦ୍ବାରା ସଂପୂର୍ଣ୍ଣ ଭାବେ ମ୍ୟାଚ୍‌ (ଅତିରିକ୍ତ ସମୟ ସହିତ) ଧୋଇ ହୋଇଯାଏ, ତାହେଲେ ଭାରତ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିବ। ଏହାର କାରଣ ହେଉଛି ସୁପର-୮ରେ ଭାରତର ସର୍ବୋତ୍କୃଷ୍ଠ ପ୍ରଦର୍ଶନ ରହିଛି । ଭାରତ ଏହି ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। କିନ୍ତୁ ଇଂଲଣ୍ଡ ଗ୍ରୁପ୍‌-୧ରେ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍‌କୁ ଆସିଥିଲା।

Advertisment

ଅଧିକ ପଢ଼ନ୍ତୁ: ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

South Africa ICC T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ