/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721662692.jpg)
Hockey India
ସେ ଆଉ ଟିମ ଇଣ୍ଡିଆର ପରାଜୟ ଆଗରେ ପ୍ରାଚୀର ଭଳି ଛିଡ଼ା ହେବେନି । ମେନ୍ ଇନ୍ ବ୍ଲୁ ପାଇଁ ନିଶ୍ଚିତ ପରାଜୟ ମୁହଁରୁ ବିଜୟ ଛଡ଼ାଇ ଆଣବେନି । କାରଣ ଅନ୍ତର୍ଜାତୀୟ ହକିରୁ ଅବସର ନେବାକୁ ଘୋଷଣା କରିଛନ୍ତି, ଭାରତୀୟ ଟିମ ଟିମର ଷ୍ଟାର୍ ଗୋଲକିପର ପିଆର ଶ୍ରୀଜେଶ । ଫଳରେ ଭାରତୀୟ ହକି ପ୍ରଂଶସକଙ୍କ ପାଇଁ ଏହି ନିରାଶାଜନକ ଖବର ହୋଇଛି ।
ଅଲମ୍ପିକ୍ସ ଆଗରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ହକିର 'ଦ ୱାଲ୍' । ହକି ଇଣ୍ଡିଆ ସୋମବାର ଗୋଲକିପର୍ ପିଆର ଶ୍ରୀଜେଶଙ୍କୁ ସଫଳତମ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛି । ୩୬ ବର୍ଷୀୟ ଭେଟେରାନ ଗୋଲକିପର ଶ୍ରୀଜେଶ ସ୍ପଷ୍ଟ କରିଛନ୍ତି ଯେ, ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି ।
A journey which began in 2006 is coming to end next month at the conclusion of Indian Hockey Team’s campaign at the Paris Olympics.
In his 19 years of serving the national team - hard work, dedication and his never give up attitude not just made him a legend in the hockey… pic.twitter.com/PlhcMF5ATt— Hockey India (@TheHockeyIndia) July 22, 2024
ଶ୍ରୀଜେଶ କହିଛନ୍ତି, "ଏହି ଯାତ୍ରା ଅବିଶ୍ୱସନୀୟ ଥିଲା । ସମର୍ଥନ, ବିଶ୍ୱାସ ଓ ଭଲପାଇବା ପାଇଁ ପରିବାର ସଦସ୍ୟ, ସାଥୀ ଖେଳାଳି, କୋଚ୍, ପ୍ରଶଂସକ ଓ ହକି ଇଣ୍ଡିଆ ପ୍ରତି କୃତଜ୍ଞ । ମୋ ଉପରେ ବିଶ୍ୱାସ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ୟାରିସ ଅଲମ୍ପିକ୍ ମୋର ଶେଷ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ମୋର ସାଥୀ ଖେଳାଳି ସର୍ବଦା କଠିନ୍ ସମୟରେ ମୋ ସାଥ୍ ଦେଇଛନ୍ତି । ପ୍ୟାରିସରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛୁ ଓ ଏଥର ପଦକର ରଙ୍ଗ ମଧ୍ୟ ବଦଳାଇବାକୁ ଆଶା ରଖିଛୁ ।"
୩୨୮ ଅନ୍ତର୍ଜାତୀୟ ମ୍ୟାଚ୍, ୩ଟି ଅଲମ୍ପିକ୍ ଗେମ୍ସ, କମନୱେଲ୍ଥ ଗେମ୍ସ ଓ ବିଶ୍ୱକପ ଖେଳିଥିବା ଶ୍ରୀଜେଶ ପ୍ୟାରିସରେ ନିଜର ଚତୁର୍ଥ ଅଲମ୍ପିକ୍ ଖେଳିବେ । ୨୦୦୬ ସାଉଥ ଏସିଆନ ଗେମ୍ସରେ ଡେବ୍ୟୁ କରିଥିବା ଶ୍ରୀଜେଶ, ଭାରତୀୟ ହକିର ଅନେକ ସ୍ମରଣୀୟ ବିଜୟର ଅଂଶ ରହିଛନ୍ତି । ୨୦୧୪ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ, ଜାକର୍ତ୍ତାରେ କାଂସ୍ୟ, ୨୦୧୮ ଏସିଆଲ ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା, ଭୁବନେଶ୍ୱରରେ ଖେଳାଯାଇଥିବା ୨୦୧୯ FIH ପୁରୁଷ ସିରିଜ ଫାଇନାଲରେ ସ୍ୱର୍ଣ୍ଣ ଓ ୨୦୨୨ ବର୍ମିଂହାମ କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଟିମର ସଦସ୍ୟ ରହିଛନ୍ତି । ଟୋକିଓ ୨୦୨୦ ଅଲମ୍ପିକ ଗେମ୍ସରେ ଭାରତର ଐତିହାସିକ କାଂସ୍ୟ ପଦକ ବିଜୟରେ ଅନ୍ୟତମ ମୁଖ୍ୟ ନାୟକ ରହିଥିଲେ ଶ୍ରୀଜେଶ । କେବଳ ସେତିକି ନୁହେଁ FIH ହକି ପ୍ରୋ ଲିଗ୍ ୨୦୨୧/୨୨ରେ ଦମଦାର ପ୍ରଦର୍ଶନ ସହ ତୃତୀୟ ସ୍ଥାନରେ ରହିଥିବା ଭାରତୀୟ ଟିମରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା ।
୨୦୨୧ରେ ଶ୍ରୀଜେଶଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ବର୍ଷ ୨୦୨୧ରେ ସେ ଦ୍ୱିତୀୟ ଭାରତୀୟ କ୍ରୀଡାବିତ୍ ଭାବେ ୱାର୍ଲ୍ଡ ଗେମ୍ସ, ଆଥଲେଟ୍ ଅଫ ଦି ଇୟର ସମ୍ମାନ ହାସଲ କରିଥିଲେ । ଗତବର୍ଷ ଶ୍ରୀଜେଶ, ଏସୀୟ କ୍ରୀଡ଼ାରେ ଭାରତୀୟ ଟିମର ସ୍ୱର୍ଣ୍ଣ ପଦକ ବିଜୟ ଅଭିଯାନରେ ସାମିଲ ଥିଲେ । ଏହାପରେ ଭାରତୀୟ ଟିମ ପ୍ୟାରିସ୍ ୨୦୨୪ ଅଲମ୍ପିକ ଟିକେଟ୍ ହାସଲ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)