Advertisment

ଭାରତ-ଶ୍ରୀଲଙ୍କା ଟ୍ବି-ଟେଣ୍ଟି ସିରିଜ୍‌; ସିଂହଳୀ ଦଳକୁ ୪୩ ରନ୍‌ରେ ପରାସ୍ତ କଲା ଟିମ୍ ଇଣ୍ଡିଆ...

ମ୍ୟାଚରେ ପ୍ରଥମେ ଟସ ଜିତି ଘରୋଇ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୨୧୩ ରନ ସଂଗ୍ରହ କରିଥିଲା।

ଅଦ୍ୟତନ ହୋଇଛି
Sri Lanka vs India

Sri Lanka vs India

Advertisment

ଭାରତ-ଶ୍ରୀଲଙ୍କା ଟି ଟ୍ବେଣ୍ଟି ସିରଜ ପ୍ରଥମ ମ୍ୟାଚରେ ସିଂହଳୀ ଦଳକୁ ୪୩ ରନରେ ପରାସ୍ତ କଲା ଟିମ ଇଣ୍ଡିଆ । ମ୍ୟାଚରେ ପ୍ରଥମେ ଟସ ଜିତି ଘରୋଇ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୨୧୩ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଯସଶ୍ବୀ ଜୟସ୍ବାଲଙ୍କ ୪୩, ଗିଲଙ୍କ ୩୪, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ୫୮ ଓ ପନ୍ଥ ୪୯ ରନ କରିଥିଲେ । 

Advertisment

ଜବାବରେ ଶ୍ରୀଲଙ୍କା ପ୍ରାରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା। ତେବେ ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲଙ୍କ ଘାତକ ବୋଲିଂ ସହ ଶେଷରେ ରିଆନ ପରାଗ ୫ରନ ଦେଇ ୩ ୱିକେଟ ନେଇଥିଲେ। ଶ୍ରୀଲଙ୍କା ୧୯ ଓଭର ୨ ଟି ବଲରେ ୧୭୦ ରନ କରି ଅଲ ଆଉଟ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ ନିଶଙ୍କା ସର୍ବାଧିକ ୭୯ ରନ କରିଥିବା ବେଳେ କୁଶାଲ ମେଣ୍ଡିସ ୪୫ ରନ କରିଥିଲେ। ଏହି ବିଜୟ ସହ ଭାରତ ସିରିଜରେ ୧-୦ରେ ଅଗ୍ରଣୀ ଅଛି।

Advertisment

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ ଟି-୨୦ ସିରିଜ୍ ଏବଂ ୩ଟି ଏକ ଦିବସୀୟ ମ୍ୟାଚ୍ ଖେଳିବ।

ଭାରତ-ଶ୍ରୀଲଙ୍କା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ...

୨୮ ଜୁଲାଇ – ୨ୟ ଟି-୨୦ (ପଲ୍ଲେକେଲେ)

୩୦ ଜୁଲାଇ – ତୃତୀୟ ଟି-୨୦(ପଲ୍ଲେକେଲେ)

୨ ଅଗଷ୍ଟ – ପ୍ରଥମ ଏକଦିବସୀୟ (କଲମ୍ବୋ)

୪ ଅଗଷ୍ଟ – ୨ୟ ଏକଦିବସୀୟ (କଲମ୍ବୋ)

୭ ଅଗଷ୍ଟ – ତୃତୀୟ ଏକଦିବସୀୟ (କଲମ୍ବୋ)

Team India Sri Lanka Vs India T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ