Advertisment

ବାରବାଟୀ ମ୍ୟାଚ୍‌ ପାଇଁ ଓଡ଼ିଶା ଆସିବେ ସୌରଭ ଗାଙ୍ଗୁଲି

୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।

Sourav Ganguly

Sourav Ganguly

Advertisment

କଟକ ବାରବାଟୀ ଷ୍ଟାଡିୟମ ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି । ଆସନ୍ତା ୧୨ରେ ଗାଙ୍ଗୁଲି ବାରବାଟୀ ଆସିବା ନେଇ OCA ପକ୍ଷରୁ ସୂଚନା ଦିଆଯାଇଛି । ୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।

Advertisment

ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ହୋଟେଲ୍‌ ମେ’ ଫେୟାର ଯାଇଥିଲେ । ସେଠାରେ ପାରମ୍ପରିକ ବାଜା ଓ ଘୋଡ଼ା ନାଚରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନିଜ ମନ ପସନ୍ଦର ଖେଳାଳିଙ୍କୁ ଅତି ପାଖରୁ ଦେଖି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ ।

ହୋଟେଲ୍‌ରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱତନ୍ତ୍ର ମିଠା ଓ କେକ୍‌ ପରାଷା ଯାଇଥିଲା କରାଯାଇଥିଲା । ଲୋ-କ୍ୟାଲୋରୀ ଥିବା ମିଠାକୁ ଖେଳାଳିଙ୍କୁ ଦିଆଯାଇଥିଲା।  ଏହାପରେ ସ୍ୱାସ୍ଥ୍ୟକର ଡ୍ରିଙ୍କସ୍, ଜୁସ୍, ସୁପ୍‌ ଇତ୍ୟାଦିର ବ୍ୟବସ୍ଥା ହୋଇଥିଲା। ସକାଳ ବ୍ରେକ୍‌ଫାଷ୍ଟ୍‌ଠୁ ଆରମ୍ଭ କରି ରାତିର ଡିନ୍‌ର ଯାଏ ସବୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି।

Advertisment
Cricket Sourav Ganguly Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ