Advertisment

Ind Vs Eng ODI: ବାରବାଟୀ ମ୍ୟାଚ୍‌: ଟିକେଟ୍‌ ବିକ୍ରିରେ ହୋଇନି ତ ସ୍କାମ ?

ଟିକେଟ ପାଇଁ ଦଳଚକଟା ଭଳି ପରିସ୍ଥିତି ଉପୁଜିଥିବା ବେଳେ, ମହିଳାଙ୍କ ଲାଇନରେ ବସ୍ତି ଲୋକ ଠିଆ ହୋଇ ଟିକେଟ ନେବା ଅନେକ ପ୍ରଶ୍ନ ଠିଆ କରିଛି ଯେ ଟିକେଟ ସ୍କାମ ହୋଇନି ତ ?

Ind Vs Eng ODI

Ind Vs Eng ODI

Advertisment

କ୍ରିକେଟ ମ୍ୟାଚ ଦେଖିବାକୁ ମହିଳା ମାନେ କ’ଣ କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କିଏ କହୁଛି ମୁଁ ନିଜେ ଦେଖିବି ।  ଜାଣିଛି ଇଣ୍ଡିଆ-ଇଲଣ୍ଡ ମ୍ୟାଚ ଖେଳାଯାଉଛି । ଆଉ କିଏ କହୁଛି ମୁଁ ଜାଣିନି ? ଟିକେଟ ପାଇଁ ଆସିଛି । ସତରେ କ’ଣ ମହିଳା ମାନେ ଖେଳ ଦେଖିବା ପାଇଁ ଟିକେଟ କିଣିବାକୁ ରାତିରୁ ଆସି ଠିଆ ହୋଇଛନ୍ତି ନା କିଏ ତାଙ୍କୁ ଟଙ୍କା ଦେଇ ପଠେଇଛି ? ଏମାନଙ୍କ ହାବ ଭାବ ଦେଖିଲେ ଜଣାପଡ଼ି ଯାଉଛି ଖେଳ କ‘ଣ ଦେଖିବେ ? ଟିକେଟ ନେଇ ବିକିବେ ନହେଲେ କିଏ ତାଙ୍କୁ ପଠେଇଥିବ ? ପାଖ ବସ୍ତିର ମହିଳା ମାନେ ପୂରା ରତିରୁ ଆସି କାଉଣ୍ଟରେ ଲାଇନ କରି ଠିଆ ହୋଇଥିଲେ । ଖେଳ ବିଷୟରେ ଏମାନେ କିଛି ଜାଣି ନାହାନ୍ତି ।  ଆଉ କିଛି ମହିଳା  କାଳେ କିଏ ଚିହ୍ନିଦେବ ମୁହଁରେ ଓଢଣୀ ପକାଇ ଟିକେଟ ପାଇଁ ଠିଆ ହୋଇଥିଲେ ।   

Advertisment

ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ କିଛି ମହିଳା ରାଗି ପାଚି ଲାଲ । ଘଣ୍ଟା ଘଣ୍ଟା ଠିଆ ହେଲୁଣି । ଦେଖିବା ଲୋକକୁ ଟିକେଟ ନାହିଁ । ଖେଳ ନଦେଖିବା ଲୋକକୁ ଟିକେଟ ମିଳୁଛି । ଆମକୁ ମିଳୁନି ଥରେ ଥ୍ରେ ଟିକେ ନେଇ ପୁଣି ଥରେ ଲାଇଅନକୁ ଆସୁଛନ୍ତି । ଆଉ ଟିକେଟ ନେଇ ବିକୁଛନ୍ତି । ପଚାରୁଛନ୍ତି କି କିଏ କେତେ ଟଙ୍କା ଦେବ କହୁନ ଟିକେଟ ଦେବି ? କିଏ ଏମାନଙ୍କୁ ପଠେଇଛି କେଜାଣି ?

ଅଧିକ ପଢ଼ନ୍ତୁ: ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ଟିକେଟ୍ ପାଇଁ ଲଢ଼େଇ, ଦଳାଚକଟା ସ୍ଥିତିରେ ସନ୍ତୁଳି ହେଲେ ଦର୍ଶକ

Advertisment

ଟିକେଟ ପାଇଁ ଦଳଚକଟା ଭଳି ପରିସ୍ଥିତି ଉପୁଜିଥିବା ବେଳେ, ମହିଳାଙ୍କ ଲାଇନରେ ବସ୍ତି ଲୋକ ଠିଆ ହୋଇ ଟିକେଟ ନେବା ଅନେକ ପ୍ରଶ୍ନ ଠିଆ କରିଛି ଯେ ଟିକେଟ ସ୍କାମ ହୋଇନି ତ ?

ତେବେ ଗତକାଲି ସନ୍ଧ୍ୟା ସୁଦ୍ଧା ସମସ୍ତ ଟିକେଟ୍‌ ବିକ୍ରି ହୋଇସାରିଛି । ପ୍ରଥମେ ଏକ ନମ୍ବର କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଏଥିରେ ସ୍ପେଶାଲ ଏନକ୍ଲୋଜର, ଏସି ଗ୍ୟାଲେରୀ ବକ୍ସ ଟିକେଟ୍ , ନ୍ୟୁପାଭିଲିୟନ, କର୍ପୋରେଟ୍ ବକ୍ସର ଟିକେଟ୍ ଶେଷ ହୋଇଛି । ଏହାପରେ ବାକି ସମସ୍ତ ଗ୍ୟାଲେରୀ ଟିକେଟ୍‌ ଶେଷ ହୋଇଥିବା କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଫଲାଇନ୍‌ରେ କାଉଣ୍ଟର ଟିକେଟ୍‌ ବିକ୍ରି ପାଇଁ ପୂର୍ବରୁ ଦୁଇ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରଥମ ଦିନରେ ସବୁ ଟିକେଟ୍‌ ବିକ୍ରି ହୋଇସାରିଥିବାରୁ ଆସନ୍ତାକାଲି ଆଉ କାଉଣ୍ଟରରେ ଟିକେଟ ବିକ୍ରି ହେବନାହିଁ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: କଟକରେ କ୍ରିକେଟ୍‌ ଟିକେଟ୍‌ ପାଇଁ ବାଡ଼ାବାଡ଼ି, ଭୁବନେଶ୍ୱରରେ ହକି ଟିକେଟ୍‌ ମିଳୁଛି ମାଗଣା

Ind Vs Eng ODI Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ