Advertisment

ଜାଭେଲିନ୍ ଥ୍ରୋରେ ନୀରଜଙ୍କୁ ରୌପ୍ୟ, ଭାରତର ପଦକ ସଂଖ୍ୟା ୫

ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକରେ ମେଡାଲ । ପାକିସ୍ତାନର ଅର୍ସଦ ନଦୀମ ଜିତିଲେ ସ୍ବର୍ଣ୍ଣପଦକ ।

ଅଦ୍ୟତନ ହୋଇଛି
Paris Olympics 2024: Neeraj Wins Silver In Javelin Throw

Neeraj Chopra

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜଙ୍କୁ ମିଳିଛି ରୌପ୍ୟ ପଦକ। ଦ୍ୱିତୀୟ ଥ୍ରୋରେ ୮୯.୪୫ ମିଟର ଫୋପାଡି ଜିତିଛନ୍ତି ସିଲଭର ମେଡାଲ। ନୀରଜଙ୍କ ୬ଟି ଥ୍ରୋ ମଧ୍ୟରୁ ୪ଟି ଫାଉଲ୍ ହୋଇଥିଲା। ତେବେ ଦ୍ୱିତୀୟ ଥ୍ରୋରେ ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ପାଇଁ ଦାବିଦାର କରିଥିଲା। ଏଥିସହ ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକ୍ ମେଡାଲ ଜିତିବାରେ ରେକର୍ଡ କରିଛନ୍ତି ନୀରଜ। ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ। ସେପଟେ ପାକିସ୍ତାନର ଅର୍ସଦ ନଦୀମ୍ ୯୨.୯୭ ମିଟର ଫୋପାଡି ସ୍ୱର୍ଣ୍ଣପଦକ ଜିତିଛନ୍ତି। 

Advertisment

ତେବେ ଅଲମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଆଣି ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପ୍ରତି ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜଙ୍କୁ ଶୁଭେଛା ଜଣାଇଛନ୍ତି । ଭବିଷ୍ୟତ ପୀଢି ପାଇଁ ନୀରଜ ଆଦର୍ଶ ହୋଇ ରହିବେ ବୋଲି ମୋଦି କହିଛନ୍ତି।

ଅଧିକ ପଢ଼ନ୍ତୁ: Paris Olympics 2024: ହକିରେ ବ୍ରୋଞ୍ଜ୍‌ ମେଡାଲ ଜିତିଲା ଭାରତ

ସେପଟେ ନୀରଜଙ୍କ ସଫଳତା ପାଇଁ ସାରା ଦେଶରେ ଉତ୍ସବର ମାହୋଲ। ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଯାଉଛି। ନୀରଜଙ୍କ ଗାଁରେ ବି ହୋଇଛି ଜୋରଦାର ସେଲିବ୍ରେସନ। ସୁନା ନହେଲେ ନାହିଁ ରୂପା ବି କମ୍ ନୁହେଁ ବୋଲି କହିଛନ୍ତି ନୀରଜଙ୍କ ବାପା। ସେହିପରି ପୁଅ ପଦକ ଆଣି ସାରା ଦେଶକୁ ଗର୍ବିତ କରିଛି ବୋଲି ନୀରଜଙ୍କ ମାଆ କହିଛନ୍ତି। 

Advertisment

ଅନ୍ୟପଟେ ଦେଖିବାକୁ ଗଲେ ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ମେଡାଲ ଜିତିସାରିଛି। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ଜିତିଥିବା ବେଳେ ୩ଟି ବ୍ରୋଞ୍ଜ ମେଡାଲ ଆସିଛି ସୁଟିଂରୁ। ଯେଉଁଥିରୁ ଦୁଇଟି ଜିତିଛନ୍ତି ମନୁ ଭାକର। ସୁଟିଂ ମିକ୍ସଡ ଇଭେଣ୍ଟରେ ମନୁଙ୍କ ସହ ସରବଜୋତ୍ ସିଂଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ସେହିପରି ହକିରେ ଭାରତୀୟ ଦଳ ସ୍ପେନକୁ ମାତ୍ ଦେଇ ବ୍ରୋଞ୍ଜ ପଦକ ଜିତିଛି।

ସେହିଭଳି ଅଲିମ୍ପିକ୍ସରେ ଆଜି ମଧ୍ୟ ଭାରତ ପାଇଁ ପଦକ ଆଶା ରହିଛି। ୫୭ କେଜି କୁସ୍ତି ଫ୍ରିଷ୍ଟାଇଲ ପୁରୁଷ ବର୍ଗରେ ଭାରତର ଅମନ ଶେରାୱତ୍ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ। ସେହିପରି ଫାଇନାଲରେ ଜାଗା ପକ୍କା କରିବାକୁ ପଡିଆରେ ଓହ୍ଲାଇଲେ ପୁରୁଷ ଏବଂ ମହିଳା ଆଥଲେଟ୍। ୪ଗୁଣା ୪ଶହ ମିଟର ରିଲେ ପ୍ରତିଯୋଗୀତାରେ ଉଭୟ ପୁରୁଷ ଓ ମହିଳା ଦଳ ମୈଦାନକୁ ଓହ୍ଲାଇବେ। ସେହିପରି ଗଲ୍ଫରେ ଅଦିତି ଅଶୋକ ଏବଂ ଦିକ୍ସା ଡାଗରଙ୍କ ମଧ୍ୟ ମ୍ୟାଚି ରହିଛି। 

Advertisment
Olympic Neeraj Chopra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ